ପ୍ରତିଶୋଧ ନେଉଛି ଭାରତ, ମିସାଇଲ ଆଟାକ ଉଦ୍ୟମକୁ ପଣ୍ଡ କରୁଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ

ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ଗତକାଲି ରାତିରେ ଦିଲ୍ଲୀକୁ ଟାର୍ଗେଟ କରି ଫତାହ-ୱାନ୍ ମିସାଇଲ ମାଡ଼ କରିଥିଲା ପାକିସ୍ତାନ । କିନ୍ତୁ ଏହି ମିସାଇଲ ଆଟାକ ଉଦ୍ୟମ ପଣ୍ଡ ହୋଇଛି । ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଦେଇଛି । ଫତାହ-୧ ହେଉଛି ଦୂରଗାମୀ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨୦ କିଲୋମିଟର । ପଞ୍ଜାବର ସିର୍ସାରେ ଫତାହ-ୱାନ୍ ମିସାଇଲକୁ ଧ୍ବଂସ କରିଦିଆଯାଇଥିବା ସୂଚନା ମିଳିଛି । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ତେଣୁ ଦେଶର ପ୍ରମୁଖ ସହରଗୁଡ଼ିକ ହାଇଆଲର୍ଟରେ ଅଛି ।

ସୂଚନା ଥାଉ କି ଗତ କାଲି ରାତି ଅଧରେ ଭାରତ ପକ୍ଷରୁ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋରଣ କରାଯାଇଛି । ବିସ୍ଫୋରଣରେ ଉଡ଼ିଛି ପାକିସ୍ତାନର ୩ ଏୟାରବେସ । ଇସଲାମାବାଦ, ରାୱଲପିଣ୍ଡି ଓ ଲାହୋର ଏୟାରବେସରେ ଭାରତ ଆଟାକ କରିଥିବା କହିଛି ପାକିସ୍ତାନ । ଏହାପରେ ସବୁ ଏୟାର ଟ୍ରାଫିକକୁ ବନ୍ଦ କରଦେଇଛି ପାକିସ୍ତାନ । ଇସଲାମବାଦ ଠାରୁ ୧୦ କିଲୋମିଟରରୁ କମ ଦୂରତାରେ ରାୱଲପିଣ୍ଡିରେ ରହିଛି ନୁର ଖାନ ଏୟାର ବେସ । ସେହିପରି ଚକୱାଲସିଟିରେ ମୁରିଦ ଏୟାରବେସ ଓ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ରଫିକି ଏୟାରବେସରେ ମଧ୍ୟ ମିସାଇଲ ହିଟ୍ କରିଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି । ଏସବୁ ଏୟାରବେସରେ ପ୍ରଚଣ୍ଡ ବିସ୍ଫୋରଣ ସହ ନିଆଁ ଲାଗି ଯାଇଥିଲା । ଏହାପରେ ଦେଶର ଏୟାରସ୍ପେସକୁ ବିମାନ ଚଳାଚଳ ପାଇଁ ବନ୍ଦ କରିଛି ପାକିସ୍ତାନ ।

ଅନ୍ୟପଟେ ଶ୍ରୀନଗରରେ ୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି ଭାରତୀୟ ବାୟୁସେନା । ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିଥିବା ସୂଚନା ମିଳିଛି । ୨ଟି ଫାଇଟର୍ ଜେଟକୁ ବାୟୁସେନା ଖସାଇଥିବା ଜଣାପଡିଛି । ୨ ପାକିସ୍ତାନୀ ପାଇଲଟ୍ ଙ୍କୁ ଖୋଜାଚାଲିଛି । କିନ୍ତୁ ଏନେଇ ସେନା ବାହିନୀ ପକ୍ଷରୁ କିଛି କୁହାଯାଇ ନାହିଁ ।

ପାକିସ୍ତାନ ଦ୍ୱାରା କରାଯାଉଥିବା ଆକ୍ରମଣର ଉଚିତ ଜବାବ ଦେଉଛି ଭାରତୀୟ ସେନା । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଜାରି ରହିଛି, ଯେଉଁଥିପାଇଁ ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତର ଚାରୋଟି ରାଜ୍ୟର ୨୬ଟି ସହରରେରେ ପାକିସ୍ତାନ ଶହ ଶହ ଡ୍ରୋନ୍ ଆକ୍ରମଣ କରିବା ପରେ, ସୁରକ୍ଷା କାରଣରୁ ଦେଶର ୩୨ଟି ବିମାନବନ୍ଦରରେ କାର୍ଯ୍ୟକୁ ମେ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଗତ ଦୁଇ ଦିନ ଧରି, ପାକିସ୍ତାନ ଦ୍ୱାରା ଭାରତର ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଉଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଛି, ତେଣୁ ରେଡ୍ ଆଲର୍ଟରେ ଥିବା ଅଞ୍ଚଳର ଲୋକମାନଙ୍କୁ ନିଜ ଘର ଭିତରେ ରହିବାକୁ କୁହାଯାଇଛି । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ ।

Also Read:ଅପରେସନ ସିନ୍ଦୂର ୨.୦ : ପାକିସ୍ତାନ ଉପରେ ଭାରତର ଜୋରଦାର ଆକ୍ରମଣ