ଭାରତୀୟ ମୁଦ୍ରାରେ ମହାତ୍ମାଗାନ୍ଧିଙ୍କ ପୂର୍ବରୁ କିଏ ଥିଲେ ଜାଣିଛନ୍ତି କି ? ଫୋଟ ଲିଷ୍ଟରେ ରହିଥିଲେ …

ଆପଣ ସମସ୍ତେ ଟଙ୍କା ନିଶ୍ଚିତ ଭାବରେ ଗଣିଥିବେ । ଆମ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଫୋଟ ରହିଥିବା ଦେଖିଥିବେ । ଭାରତୀୟ ଟଙ୍କାରେ ହିଁ ଗାନ୍ଧିଙ୍କୁ ଦେଖିବାକୁ ମିଳିଥାଏ । କେବେ ଚିନ୍ତା କରିଛନ୍ତି କି ଭାରତୀୟ ମୁଦ୍ରାରେ କାହିଁକି ଗାନ୍ଧିଙ୍କ ଫୋଟ ରହିଥାଏ ଆଉ କାହାର ନୁହଁ ? କେବେ ଭାବିଛନ୍ତି କି ଗାନ୍ଧିଙ୍କ ଫୋଟ ପୂର୍ବରୁ ଆଉ କାହାର ଫୋଟ ଭାରତୀୟ ଟଙ୍କାରେ ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଗାନ୍ଧୀଙ୍କ ଛଡା ଭାରତୀୟ ମୁଦ୍ରା ପାଇଁ କଣ କଣ ବିକଳ୍ପ ରହିଥିଲା …ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ…
ବହୁତଥର ଚର୍ଚ୍ଚା ହୋଇଥିଲା ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧିଙ୍କୁ ହଟାଇ ଦିଆଯାଉ । ଏହା ପରିବର୍ତ୍ତେ ନେତାଜୀ ସୁଭାଷ ବୋଷ ଏବଂ ଭଗତ ସିଂ ଙ୍କ ମୁହଁ ଲଗାଇବା ପାଇଁ ଓକିଲାତି କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇପାରିନାହିଁ । ଭାରତ ପରାଧୀନ ସମୟରେ ବ୍ରିଟିଶ ଶାସନ ସମୟରେ ଭାରତୀୟ ମୁଦ୍ରାରେ ବ୍ରିଟେନ ରାଜାଙ୍କ ଫୋଟ ରହିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହୋଇଥିଲା । ସମସ୍ତଙ୍କ ନିଷ୍ପତ୍ତି ଅନୁସାରେ ଜାତୀୟ ପିତାଙ୍କ ଫୋଟ ଭାରତୀୟ ମୁଦ୍ରାରେ ରହିଥିଲା ।
୧୯୫୦ ମସିହାରେ ପ୍ରଥମଥର ୨,୩,୧୦ ଏବଂ ୧୦୦ ଟଙ୍କା ଛପା ଯାଇଥିଲା । ଏହି ନୋଟରେ ଅଶୋକ ସ୍ତମ୍ଭ ରହିଥିଲା । ସ୍ବାଧୀନତା ପରେ ଭାରତୀୟ ମୁଦ୍ରାରେ ଲଗାତର ଭାବରେ ପରୀକ୍ଷଣ ଜାରି ରହିଲା । ୧୯୫୦ ରୁ ୬୦ ମସିହା ଭିତରେ ନୋଟରେ ବାଘ,ହରିଣ ଭଳି ପଶୁପକ୍ଷୀଙ୍କ ଫୋଟ ରହିଲା । ଏହାପରେ ହୀରାକୁଦ ବନ୍ଧ, ଆର୍ଯଭଟ୍ଟ,ସାଟେଲାଇଟ, ବହଦେଶ୍ବର ମନ୍ଦିର ପରି ଫୋଟ ଗୁଡିକ ନୋଟରେ ଦେଖିବାକୁ ମିଳିଲା । ଗାନ୍ଧୀଙ୍କ ବ୍ୟତୀତ ଜବାହାଲଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ,ସର୍ଦ୍ଦାର ପଟେଲ, ଦେବୀ ଲଷ୍ମୀ,ଏବଂ ଭଗବାନ ଗଣେଶଙ୍କ ଫୋଟ ମଧ୍ୟ ରହିଥିଲା ।
୧୯୬୯ରେ ପ୍ରଥମ ଥର ମହାତ୍ମା ଗାନ୍ଧୀଙ୍କ ଶହେତମ ଜୟନ୍ତୀ ଅବସରରେ ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ଫୋଟ ସ୍ଥାନ ପାଇଥିଲା । ଯେଉଁଥିରେ ମହାତ୍ମା ଗାନ୍ଧୀ ବସିଥିବା ଫୋଟ ରଖାଯାଇଥିଲା । ଏହାର ପଛରେ ସେବାଗ୍ରାମ ଆଶ୍ରମ ଫୋଟରେ ରହିଥିଲା । ୧୯୮୭ ରୁ ଭାରତୀୟ ରିଜର୍ଭ ବାଙ୍କ ନୀୟମିତ ଭାବରେ ମହାତ୍ମା ଗାନ୍ଧୀଙ୍କ ଫୋଟ ଛାପିବା ଆରମ୍ଭ କରିଦେଇଥିଲା ।
Also read:ଏହି ଦେଶରେ କାମ ଦେଉଛି ଭାରତୀୟ ମୁଦ୍ରା