ଦଶ ଲକ୍ଷ ଟଙ୍କାର ଲଟେରୀ ଟିକଟ ପାଇ ଫେରାଇଲେ ଭାରତୀୟ ପରିବାର, ଏବେ ବିଶ୍ୱର କୋଣ ଅନୁକୋଣରୁ ଛୁଟୁଛି ପ୍ରଶଂସାର ସୁଅ

ଆମେରିକା ସ୍ଥିତ ମାଶାଚୁସେଟ ରାଜ୍ୟରେ ରହୁଥିବା ଏକ ଭାରତୀୟ ପରିବାର ଏକ ମହତ କାର୍ଯ୍ୟକରି ନିଜ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଆମେରିକା ବାସିନ୍ଦା ଲି ରୋଜ ନାମକ ଜଣେ ମହିଳା ଲକ୍ଷାଧିକ ଟଙ୍କାର ଏକ ଲଟେରୀ ଜିତିଥିଲେ | ଷ୍ଟପ ନାମକ ଏକ ଦୋକାନରୁ ସେ ଏହି ଟିକେଟ ଟିକୁ କିଣିଥିଲେ । ଆଉ ଏହି ଦୋକାନଟି ହେଉଛି ସେହି ଭାରତୀୟ ପରିବାରଙ୍କର ଯେଉଁମାନେ କି ପରବର୍ତ୍ତୀ ସମୟରେ ନିଜେ ପାଇ ମଧ୍ୟ ଟିକଟଟିକୁ ଫେରାଇ ଦେଇଥିଲେ । ଘଟଣା ଘଟିବା ପରେ ଲି ରୋଜ କହିଛନ୍ତିକି, ଦିନେଲଞ୍ଚ ବ୍ରେକ ଥିଲା ଆଉ ସେ ସେହି ସମୟରେ ଖୁବ ବ୍ୟସ୍ତ ଥିଲେ ।

ତରବରିଆ ଭାବରେ ଟିକଟଟିକୁ କ୍ରସ କରି ଭାବିଥିଲେ କି ତାଙ୍କର ଲଟେରୀ ଉଠିନାହିଁ । ଏହି ଟିକଟଟି ବେକାର ଗଲା । ତେଣୁ ସେ ଆଉ ଜଣଙ୍କ ହାତରେ ଟିକଟଟିକୁ ଦେଇ ଡଷ୍ଟବିନରେ ପକେଇ ଦେବାକୁ କହିଥିଲେ । ଅନ୍ୟପକ୍ଷରେ ନ୍ୟୁ ୟର୍କ ଟାଇମ୍ସ ଖବର କାଗଜରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ହୁଏତ ଭଲରେ ଟିକଟ ଟିକୁ କ୍ରସ କରିନଥିଲେ । ଆଉ ଏହି କାରଣରୁ ଏହାକୁ ପାଖାପାଖି ଦଶ ଦିନ ପାଇଁ ବେକାର ଜିନିଷ ପତ୍ର ରଖାଯାଉଥିବା ଏକ ସ୍ଥାନରେ ରଖିଦେଇଥିଲେ । କିନ୍ତୁ ଦିନେ ଅଳିଆ ଗଦା ଖୋଜୁ ଖୋଜୁ ଏଭିତରେ ଦୋକାନି ଜଣଙ୍କ ପୁଅ ଅଭିର ନଜର ସେହି ଟିକଟ ଉପରେ ପଡିଥିଲା । ଟିକଟଟି ଭଲରେ ଛଡା ଯାଇନଥିବାରୁ ସେ ତାହାକୁ ପୁଣି ଥରେ ଛଡାଇ ଥିଲେ ।

ଏହାକୁ ଦେଖି ପ୍ରଥମେ ସେ ଭାବିଥିଲେକି ଯାହାହେଉ ସେ ରାତାରାତି ଲକ୍ଷପତି ହୋଇଗଲେ । ଏମିତିକି ଏହି ଟଙ୍କାରେ ସେ ଏକ କାର କିଣିବେ ବୋଲି ଭାବିଥିଲେ । କିନ୍ତୁ ପରେ ତାଙ୍କ ମନ ବଦଳିଥିଲା । ଆଉ ସେ ଟିକଟଟିକୁ ତାହାର ମାଲିକଙ୍କୁ ଫେରେଇ ଦେବେ ବୋଲି ନିର୍ଣ୍ଣୟ ନେଇଥିଲେ । ଜଣାଯାଇଛିକି ସାହ ପରିବାରଙ୍କ ପାଇଁ ଏମିତି ନିର୍ଣ୍ଣୟ ନେବା ଏତେଟା ସହଜ ନଥିଲା । କିନ୍ତୁ ପରେ ଭାରତରେ ରହୁଥିବା ଅଭିଙ୍କ ଜେଜେ ମା’ ଙ୍କ ପରାମର୍ଶ କ୍ରମେ ଟିକେଟ ଟିକୁ ଏହାର ପ୍ରକୃତ ମାଲିକଙ୍କୁ ଫେରେଇ ଦେଇଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହି ପରିବାରକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଟିକଟରେ ଉଠିଥିବା ରାଶିର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.