ଆମେ ବ୍ୟବହାର କରୁଥିବା ହେଙ୍ଗୁ ପ୍ରଥମେ କେଉଁଠୁ ଆସିଥିଲା, ଜାଣନ୍ତୁ ଏହାର ଇତିହାସ ବିଷୟରେ

ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ହେଙ୍ଗୁ ନିଶ୍ଚିତ ଥିବ। ଖାଦ୍ୟ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ, ଯାହା ଖାଦ୍ୟର ସ୍ବାଦକୁ ଦୁଇ ଗୁଣିତ କରିଦଏ। ତେବେ ଏହା କେବଳ ଖାଇବାର ସ୍ୱାଦ ବଢାଇନଥାଏ ବରଂ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ହେଙ୍ଗୁ। ତେବେ ଛୋଟ ଛୋଟ ପଥର ପରି ଦେଖା ଯାଉଥିବା ହେଙ୍ଗୁ କେଉଁଠୁ ଆସିଛି ତାହା ଏବେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ହେଙ୍ଗୁ ସମଗ୍ର ଭାରତରେ ବହୁଳ ଭାବରେ ବ୍ୟବହୃତ ହୁଏ । ହେଙ୍ଗୁ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳୁଥିବା ଏକ ଜରୁରୀ ମସଲା । ହେଙ୍ଗୁକୁ ଦକ୍ଷିଣ ଭାରତରେ ପାଉଡର ଭାବରେ ବ୍ୟବହାର କରାଯାଏ ।

କୁହାଯାଏ ଯେ ବିଶ୍ୱରେ ଉତ୍ପାଦିତ ହେଙ୍ଗୁ ପ୍ରାୟ ୪୦ ପ୍ରତିଶତ ଭାରତରେ ବ୍ୟବହୃତ ହୋଇଥାଏ । ଏଠାରେ ପ୍ରାୟ ୧୩୦ ପ୍ରକାରର ହେଙ୍ଗୁ ମିଳିଥାଏ ।ଏହାକୁ ପଞ୍ଜାବ, କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ ଚାଷ କରାଯାଏ ।

ବର୍ତ୍ତମାନ ହେଙ୍ଗୁ ଇରାନ, ବାଲୁଚିସ୍ତାନ, ଆଫଗାନିସ୍ତାନ, କାଜାଖସ୍ତାନ ଏବଂ ଉଜବେକିସ୍ତାନ ଭଳି ଦେଶରୁ ଭାରତକୁ ଆସିଥାଏ, କିନ୍ତୁ ଅଧିକାଂଶ ହେଙ୍ଗୁ ଆଫଗାନିସ୍ତାନରେ ଉତ୍ପାଦିତ ହୋଇଥାଏ ଏବଂ ଏହା ମଧ୍ୟ ଭାରତରୁ ଆମଦାନୀ ହୋଇଥାଏ।

କିଛି ଲୋକ କୁହନ୍ତି ଯେ ମୋଗଲ କାଳରେ ହେଙ୍ଗୁ ଭାରତକୁ ଆସିଥିଲା, କିନ୍ତୁ ଏହା ନୁହେଁ , କାରଣ ମୋଗଲମାନଙ୍କ ପୂର୍ବରୁ ମଧ୍ୟ ଭାରତରେ ହେଙ୍ଗୁ ବ୍ୟବହାର କରାଯାଉଛି ।

ଆୟୁର୍ବେଦର ସର୍ବ ପୁରାତନ ପୁସ୍ତକ ହେଉଛି ରଚକ ସଂହିତା , ଯେଉଁଥିରେ ହେଙ୍ଗୁ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଆୟୁର୍ବେଦରେ ହେଙ୍ଗୁ ବିଷୟରେ ଅନେକ ସର୍ଭେ କରାଯାଇଛି। ଯାହା ଶରୀରେ ଭୋକକୁ ବଢାଇବା ସହିତ ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ । ହେଙ୍ଗୁ ଉଦ୍ଭିଦ ଗାଜର ଏବଂ ମୂଳା ଉଦ୍ଭିଦ ଶ୍ରେଣୀରେ ଆସିଥାଏ । ଏହା ଥଣ୍ଡା ଏବଂ ଶୁଷ୍କ ପରିବେଶରେ ସର୍ବୋତ୍ତମ ଉତ୍ପାଦିତ ହୁଏ ।

ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ହେଙ୍ଗୁ ପ୍ରାଚୀନ କାଳରେ ଉତ୍ତରପ୍ରଦେଶର ରାମଥ ନାମକ ଏକ ସ୍ଥାନରେ ଉତ୍ପାଦିତ ହୋଇଥିଲା।

ହେଙ୍ଗୁ ହେଉଛି ଏକ ଉଦ୍ଭିଦ ଯାହା ଇରାନ ଏବଂ ଆଫଗାନିସ୍ତାନରେ ମିଳିଥାଏ । ପ୍ରାଚୀନ କାଳରେ ଇରାନକୁ ପର୍ସାଦେଶ ବା ଆର୍ଯ୍ୟନ୍ କୁହାଯାଉଥିଲା ଏବଂ ଆଫଗାନିସ୍ତାନ ଭାରତର ଏକ ଅଂଶ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.