୪୦ କୋଟିର ଲଟେରୀ ଜିତିଲେ ଦୁବାଇରେ ଡ୍ରାଇଭିଂ କରୁଥିବା ଭାରତୀୟ ଯୁବକ, ରାତାରାତି ବଦଳିଗଲା ଭାଗ୍ୟ

ବିଦେଶରେ ଡ୍ରାଇଭର ଚାକିରି କରୁଥିବା ଯୁବକ ଜିତିଲେ ୪୦ କୋଟିର ଲଟେରୀ। ଅନ୍ୟ ପାଖରେ ଖଟି ପୋଷ ପୋଷୁଥିବା ବ୍ୟକ୍ତିଙ୍କର ରାତାରାତି ବଦଳିଗଲା ଭାଗ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଦୁବାଇରେ। ଏଠାରେ ଦୀର୍ଘ ବର୍ଷ ହେଲାଣି ଡ୍ରାଇଭିଂ କରୁଥିବା ଭାରତୀୟ ଯୁବକଙ୍କ ଭାଗ୍ୟ ବଦଳାଇ ଦେଇଛି ୪୦ କୋଟିର ଲଟେରୀ। ୟୁଏଇରେ ରହୁଥିବା ରଞ୍ଜିତ ସୋମରାଜନ ଭିନ୍ନ ଭିନ୍ନ ଦେଶରେ ରହୁଥିବା ୯ ଜଣଙ୍କ ସହ ମିଶି କୋଟି କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ରଞ୍ଜିତଙ୍କ କହିବାନୁସାରେ, ସେ ଗତ ୩ ବର୍ଷ ହେଲାଣି ଲଟେରୀ ଟିକେଟ୍‌ କିଣୁଥିଲେ।

ରିପୋର୍ଟ ମୁତାବକ, କେରଳର ବାସିନ୍ଦା ରଞ୍ଜିତ କିଛି ବର୍ଷ ହେଲା ଆବୁଧାବିରେ ରହି ଡ୍ରାଇଭିଂ କାମ କରୁଥିଲେ। ସେ କେବେ ବି ଭାବି ନଥିଲେ ଯେ ଏତେ ମୋଟା ଅଙ୍କର ଲଟେରୀ ଜିତିବେ। ସେ ଭାବୁଥିଲେ ଯେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ୩୦ ଲକ୍ଷ କି ୧୦ ଲକ୍ଷ ଟଙ୍କା ଜିତିବେ। କିନ୍ତୁ ସେ ପ୍ରଥମ ହୋଇଛନ୍ତି। ତାଙ୍କୁ ୪୦ କୋଟି ଟଙ୍କା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ବନ୍ଧୁ ବାନ୍ଧବଙ୍କ ଘନ ଘନ ଫୋନ୍‌ ଆସୁଥିବା କହିଛନ୍ତି ରଞ୍ଜିତ।


ରଞ୍ଜିତ ଓ ତାଙ୍କର କିଛି ବନ୍ଧୁ ଏକ ହୋଟେଲର ପାର୍କିଂରେ କାମ କରୁଥିଲେ। ସେମାନେ ପ୍ରାୟତଃ ଲଟେରୀ ଟିକେଟ୍‌ କିଣିଥାନ୍ତି। ସେ ଆଶା ରଖିଥିଲେ ଯେ ଦିନେ ନା ଦିନେ ଲଟେରୀ ଜିତିବେ। ଏବେ ତାଙ୍କ ସ୍ୱପ୍ନ ସତ ହୋଇଛି ଓ ସେ ୪୦ କୋଟିର ଅର୍ଥ ରାଶି ଜିତିଛନ୍ତି ବୋଲି କହିଛନ୍ତି ରଞ୍ଜିତ। ଏହି ଟଙ୍କା ମିଳିବା ପରେ ସେ ଭାରତ ଫେରିଆସି କିଛି ବ୍ୟବସାୟ କରିବେ ବୋଲି ଚିନ୍ତା କରିଛନ୍ତି। ରଞ୍ଜିତଙ୍କ କହିବାନୁସାରେ, ଏବେ ତାଙ୍କ ଦୁଃଖ ଦିନ ଯାଇଛି। ଭଗବାନ ତାଙ୍କୁ ଆଶୀର୍ବାଦ ସ୍ୱରୂପ ଏହି ଲଟେରୀ ଜିତାଇଛନ୍ତି।

Also Read: ଅଷ୍ଟ୍ରେଲିଆରେ ଅଚାନକ ଗୋଲାପୀ ହୋଇଗଲା ଆକାଶ, ଏଲିୟନ୍‌ ଆକ୍ରମଣ କଲା ବୋଲି ଭାବିଲେ ଲୋକ; କିନ୍ତୁ ସତ ଥିଲା ଆଉ କିଛି

You might also like