ହିନ୍ଦ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଏକାଠି ତ ହୁଅନ୍ତି କିନ୍ତୁ ପରସ୍ପର ସହ ମିଶନ୍ତି ନାହିଁ ! କାହିଁକି

ପୃଥିବୀରେ ଶତକଡା ୭୦ଭାଗ ସ୍ଥାନରେ ଜଳ । ଏହି ୭୦ଭାଗ ଜଳରେ ସମୁଦ୍ର, ନଦୀ, ବରଫ ଓ ଝରଣା ଅବସ୍ଥିତ ।  ଆପଣ ମାନଙ୍କୁ ତ ଜଣାଥିବ ପୃଥିବୀରେ ୫ଟି ମହାସାଗର ରହିଅଛି ଯାହାର କୌଣସି ସୀମା ନଥାଏ । ଏହାର ଅନ୍ତ ଓ ଆରମ୍ଭର ଶେଷ ଜାଣିବା ଅସମ୍ଭବ ଅଟେ ।ବୈଜ୍ଞାନିକ ଏବଂ ବିଶେଷଜ୍ଞ ମାନେ ମହାସାଗର ସହ ଜଡିତ ନୂଆ ନୂଆ ତଥ୍ଯ ସନ୍ଧାନ କରୁଛନ୍ତି । କିନ୍ତୁ ଆପଣଙ୍କୁ ଏହା ବିଲକୁଲ୍ ବି ଜଣା ନଥିବଯେ ଏପର୍ଯ୍ଯନ୍ତ ମାତ୍ର ମହାସାଗରର କେବଳ ଶତକଡା ୨୦ ଭାଗର ଗଭୀରତା ପଢା ଯାଇପାରିଛି । ଏହି ମହାସାଗରରେ ଜଣା ନାହିଁ କେତେ ଯେ ରହସ୍ଯ ଏ ଗଭୀରତାରେ ଲୁଚି ରହିଛି । ଆଜି ଆମେ ଆପଣଙ୍କୁ ଏହି ମହାସାଗର ସହ ଜଡିତ କିଛି ରହସ୍ଯ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ ।

ଶୁଣିଥିବେ ଯେତେବେଳେ ଦୁଇଟି ନଦୀ ନିଜ ନିଜ ଭିତରେ ଏକାଠି ହୋଇଥାନ୍ତି ସେତେବେଳେ ଆଉ ଏକ ଅନ୍ଯ ନଦୀ ସୃଷ୍ଟି ହୋଇଥାଏ । ଏଭଳି ଆପଣ ବି ଶୁଣି ଥିବେ ଯେ  ପୃଥିବୀର ଭିତରେ ଥିବା ୫ଟି ମହାସାଗର ୭ଟି ଦ୍ବୀପକୁ ଯୋଡି ରଖିଥାଏ । ହିନ୍ଦ ମହାସାଗର ଓ ପ୍ରଶାନ୍ତ ମହାସାଗର ଆଲାସ୍କାରେ ଏକାଠି ହୋଇଥାନ୍ତି । କିନ୍ତୁ ଆପଣଙ୍କୁ ଏହା ଜଣା ନଥିବ କି ଏ ଦୁଇ ମହାସାଗର ଏକାଠି ହୁଅନ୍ତି ସତ ହେଲେ ଦୁଇ ମହାସାଗରର ପାଣି ପରସ୍ପର ସହ ମିଶନ୍ତି ନାହିଁ । ଶୁଣିବା ପରେ ହୋଇ ଗଲେ ନା ଆଚଂବିତ କିନ୍ତୁ ଏହା ସତ୍ଯ ଅଟେ । ହିନ୍ଦୁ ମହାସାଗର ଓ ପ୍ରଶାନ୍ତ ମହାସାଗରର ପାଣି ଅଲଗା ଅଲଗା ହିଁ ରହିଥାଏ ।

ଆପଣ ମାନଙ୍କୁ ଜଣାଇବା ପାଇଁ ଲେଖି ରଖୁଛୁ  ଯେ ଏହି ସ୍ଥାନ ଓ ଏଠିକାର ଦୁଇ ଭିନ୍ନ ରଙ୍ଗର ପାଣିର ଫୋଟ ପ୍ରଥମ ଥର ୨୦୧୦ ଜୁଲାଇରେ ଏକ ଫୋଟଗ୍ରାଫର୍ ନେଇଥିଲେ ।

ଏବେ ଅସନ୍ତୁ ଜାଣିବା କାହିଁକି ଏଠିକାର ପାଣି ପରସ୍ପର ସହ ମିଶନ୍ତି ନାହିଁ :

maha sagar

ଆଲାସ୍କାର ଏହି ଦୁଇଟି ସମୁଦ୍ରର ପାଣିର ଭିତରେ ଫରକ ପରିସ୍କାର ଭାବେ ଦେଖାଯାଇଥାଏ । ଆଶ୍ଚର୍ଯ୍ଯ ହେବାର କାରଣ ହେଉଛି କି ଏହି ସ୍ଥାନରେ ଦୁଇ ରଙ୍ଗର ପାଣି ନିଜ ନିଜ ଭିତରେ ଏକାଠି ନହୋଇ ଅଲଗା ଅଲାଗା ରହିଥାନ୍ତି ।

ଗ୍ଲେସିୟରରୁ ବାହାରିଥିବା ପାଣିର ରଙ୍ଗ ହାଲକା ନୀଳ ରଙ୍ଗର ହୋଇଥାଏ । ଯେତେବେଳେ କି ସମୁଦ୍ରର ପାଣି ଗାଢ୍ ନୀଳ ରଙ୍ଗ ହୋଇଥାଏ । ଏହି ଦୁଇ ମହାସାଗରର ପାଣି ଉପରେ ବହୁତ ରିସର୍ଚ୍ଚ କରାଯାଇ ସାରିଛି । ବୈଜ୍ଞାନିକଙ୍କ ମତରେ ଏହାର କାରଣ ହେଉଛି ମିଠା ଓ କ୍ଷାର ପାଣିର ଘନତ୍ବ , ତାପମାତ୍ରା ଓ ଲବଣତା ଅଲଗା ଅଲଗା ହେବା  । ଏହା ଛଡା କୁହାଯାଏ ଯେ,ଗ୍ଲେସିୟରର ତରଳିବା ଦ୍ବାରା ଏହି ସାଗରର ପାଣି ମିଠା ହୋଇଥାଏ । ସେଇଠି ସମୁଦ୍ରର ପାଣି ଲୁଣି ହୋଇଥାଏ । ଯେଉଁ ଠାରେ ଏହି ଦୁଇ ସାଗର ଏକାଠି ମିଶିଥାନ୍ତି ସେଇଠାରେ ଏକ ପାଚେରୀ ତିଆରି ହୋଇଥାଏ । ଏହି କାରଣ ପାଇଁ ଏମାନେ ଏକାଠି ମିଶିପାରନ୍ତି ନାହିଁ । ସେଇଥିପାଇଁ ଏ ଦୁଇ ମହାସାଗର ଏକାଠି ହୁଅନ୍ତି କିନ୍ତୁ ଏକାଠି ମିଶିପାରନ୍ତି ନାହିଁ ।

ଏହାର ଆଉ ଏକ କାରଣ, .ଯେତେବେଳେ ଭିନ୍ନ ଭିନ୍ନ ଗଭୀରତା ଥିବା ସମୁଦ୍ରର ପାଣି ଉପରେ ସୂର୍ଯ୍ଯଙ୍କ କିରଣ ପଡେ ତାହାର ହାଲୁକା ରଙ୍ଗ ବଦଳିଥାଏ । ଏଣୁ ସୂର୍ଯ୍ଯକିରଣ , ହିନ୍ଦ ଓ ପ୍ରଶାନ୍ତ ମହାସାଗର ପାଣି ଉପରେ ପଡ଼ିବା ଦ୍ବାରା ତାହା ଅଲଗା ଅଲାଗା ରଙ୍ଗ ଦେଖାଯାଇଥାଏ । ଏଥିପାଇଁ ମିଶି ଥିଲେ ମଧ୍ୟ ଏହାର ଭିନ୍ନ ରଙ୍ଗ ପାଇଁ ଏହା ଅଲଗା ଅଲଗା ଦେଖାଯାଇଥାନ୍ତି । କିଛି ଲୋକ ଏହି ରହସ୍ଯକୁ ଧାର୍ମିକ ଭାବେ ଭାବିଥାନ୍ତି । ଏବଂ ଅନେକ ଲୋକ ଏହାକୁ ଚତ୍ମକାର ବୋଲି ମନେ କରିଥାନ୍ତି ।

Leave A Reply

Your email address will not be published.