କାର ପ୍ରେମୀ ପୁଅର ନିଆରା ଉପହାର ; ବାପାଙ୍କୁ ୨୧ କୋଟିର ସୁପରକାର ଗିଫ୍ଟ କଲେ ଏହି ଯୁବକ

ବିଳାସପୂର୍ଣ୍ଣ କାର ନିର୍ମାତାମାନଙ୍କ ମଧ୍ୟରୁ Bugattiର ନାମ ମୁଖ୍ୟତଃ ସମସ୍ତେ ଜାଣିଥିବେ। ଏହି ସୁପରକାର ନିର୍ମାତାଙ୍କ କାରଗୁଡିକ ଏତେ ମହଙ୍ଗା ଯେ ଏଗୁଡିକ ରାସ୍ତାରେ କ୍ୱଚିତ୍ ଦେଖାଯାଇଥାଏ ।ଏହି କମ୍ପାନୀର କାର Bugatti Chiron ଏତେ ମହଙ୍ଗା ଯେ ଏହାକୁ ବିଶ୍ୱରେ ୧୦୦ ରୁ କମ୍ ଲୋକ କିଣିଥାନ୍ତି। ସେହିପରି ଭାରତୀୟ-ଆମେରିକୀୟ ବ୍ୟବସାୟୀ ମୟୂର ଶ୍ରୀ ମଧ୍ୟ ଏହି ମନୋନୀତ ୧୦୦ ଜଣଙ୍କ ମଧ୍ୟରୁ ଜଣେ ।

ମୟୂର ଶ୍ରୀ ଆମେରିକାରେ ରିଅଲ୍ ଇଷ୍ଟେଟ୍ (Real Estate) ବ୍ୟବସାୟ କରନ୍ତି ଏବଂ ସେ ମହଙ୍ଗା କାରକୁ ଖୁବ ପସନ୍ଦ କରନ୍ତି । ଏପରିକି ସେ ନିଜର ବିଳାସପୂର୍ଣ୍ଣ କାର ସଂଗ୍ରହ କରି ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଦୁନିଆର ସବୁଠୁ ଦାମୀ କାର ମଧ୍ୟରୁ Chiron ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ମୟୂର ଶ୍ରୀ ଏହି କାରକୁ ତାଙ୍କ ପିତାଙ୍କୁ ଉପହାର ସ୍ୱରୂପରେ ଦେଇଛନ୍ତି।

ଏହାର ମୂଲ୍ୟ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବୁଗାଟୀର ଏହି ସୁପରକାରର ମୂଲ୍ୟ ୨୧ କୋଟିରୁ ଆରମ୍ଭ ହୋଇଛି । ଯଦି କ୍ରେତାମାନେ କମ୍ପାନୀର ମୂଳ ମଡେଲରେ କିଛି କଷ୍ଟମାଇଜ୍ କରନ୍ତି ନାହିଁ, ତେବେ ଏହି କାରଟି ୨୧ କୋଟି ଟଙ୍କାରେ ମିଳିପାରିବ । ମୟୂର ପାଖରେ ଯେଉଁ Bugatti Chironଏ ଅଛି ସେଥିରେ ପେଣ୍ଟ କାମ ସହିତ ଅନେକ କଷ୍ଟମାଇଜେସନ୍ ମଧ୍ୟ କରାଯାଇଛି । ଏହା ବି କୁହାଯାଇପାରେ ଯେ Bugatti Chiron ମୂଲ୍ୟ ୨୧ କୋଟିରୁ ଅଧିକ ହୋଇଥାଇପାରେ ।

 

View this post on Instagram

 

A post shared by Mayur Shree (@mayurshree)

ମୟୂରଙ୍କ ପାଖରେ ୧ -୨ ନୁହେଁ, ୧୨ଟି ବିଳାସପୂର୍ଣ୍ଣ ଗାଡି ରହିଛି । ସେ ପୋର୍ସେ ଜିଟି RS2, ମ୍ୟାକଲେରେନ୍ 720 ଏସ୍, ରୋଲ୍ସ ରୋଏସ୍ ଡ୍ରପ୍ ହେଡ୍ କୁପ୍, ଲମ୍ବୋର୍ଗିନି ଆଭେଣ୍ଟାଡୋର SVH, ପୋର୍ସେ ଜିଟି RS3 ପରି ଗାଡି ଗୁଡିକର ମାଲିକ ଅଟନ୍ତି। ଏମାନଙ୍କ ବ୍ୟତୀତ ତାଙ୍କର ଅନେକ ଦାମୀ ଗାଡି ବି ରହିଛି।

Bugatti Chiron ବିଷୟରେ କହିବାକୁ ଗଲେ ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ଶକ୍ତିଶାଳୀ ଗାଡି ଭାବରେ ପରିଗଣିତ ହୁଏ। ଏହି କାରର ଇଞ୍ଜିନ୍ ଏତେ ଶକ୍ତିଶାଳୀ ଯେ ଏହା ୧୪୭୯ bhp ଶକ୍ତି ଏବଂ ୧୬୦୦ Nm ଜେନରେଟ କରିପାରିବ। ଏହି ଗାଡି ଘଣ୍ଟାକୁ ୪୨୦ କିଲୋମିଟର ଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.