୧୩ ହଜାର ଫୁଟ ଉଚ୍ଚତାରେ ଶାଢ଼ୀ ପିନ୍ଧା ଚ୍ୟାଲେଞ୍ଜ ଗ୍ରହଣ କଲେ ଏହି ମହିଳା, ତାଙ୍କ ସାହାସିକତା ଦେଖି ଆପଣ ବି ହୋଇଯିବେ ଚକିତ

ଭାରତୀୟ ସଂସ୍କୃତିରେ ଶାଢ଼ୀର ସ୍ଥାନ ସ୍ୱତନ୍ତ୍ର । କିନ୍ତୁ ଆଜିକା ସମୟରେ ମହିଳା ମାନେ ଘରେ ହେଉ ଅବା ଅଫିସରେ ସେତେଟା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରୁନଥିବା ଦେଖାଦେଉଛି । ସେମାନଙ୍କ ଅନୁଯାୟୀ ଶାଢ଼ୀ ପିନ୍ଧିଲେ ସେତେଟା ସ୍ୱଚ୍ଛଳ ତଥା ସହଜରେ ଭାବେ କାମ କରି ହୁଏନାହିଁ । ଏମିତିରେ ହଜାର ହଜାର ଫୁଟ ଉଚ୍ଚତାରେ ଯେ ଜଣେ ଶାଢ଼ୀ ପିନ୍ଧିବ ତାହା ହୁଏତ ଆପଣ ସ୍ୱପ୍ନରେ ସୁଧା ଭାବିନଥିବେ । ୧୩,୦୦୦ ଫୁଟ ଉଚ୍ଚତାରେ ଶାଢ଼ୀ ପିନ୍ଧା ଚ୍ୟାଲେଞ୍ଜକୁ ଗ୍ରହଣ କରି ଦେଖାଇଛନ୍ତି ଜଣେ ଭାରତୀୟ ମହିଳା । ଏତେ ଅଧିକ ଉଚ୍ଚତାରୁ ୮.୨୫ ମିଟର ଲମ୍ବର ଶାଢ଼ୀ ପିନ୍ଧି ପାରାଜମ୍ପ ପରି ଦୁଃସାହସିକ କାମ କରି ଦେଖାଇଛନ୍ତି ଏହି ମହିଳା ।

shital

ଏମିତି ଏକ ସାହସିକତା ପ୍ରଦର୍ଶନରେ ଶୀତଳ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଏଠାରେ ଆମେ ଆପଣଙ୍କୁ ସୁପ୍ରସିଦ୍ଧ ସ୍କାଏ ଡ୍ରାଇଭର ଓ ପାରାଜମ୍ପର ଶୀତଳ ମହାଜନଙ୍କ କଥା କହୁଛୁ । ଶାଢ଼ୀ ପିନ୍ଧି ହଜାର ହଜାର ଫୁଟ ଉଚ୍ଚତାରୁ ଜମ୍ପ କରୁଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଶୀତଳ । ଏମିତିକି ସେସମୟରେ ଉଠାଇଥିବା କିଛି ସେଲ୍ଫିକୁ ଶୀତଳ ନିଜ ସାଙ୍ଗ ମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି । ଶୀତଳଙ୍କ ଅନୁଯାୟୀ ତାଙ୍କୁ କେତେକ ସାଙ୍ଗ ଶାଢ଼ୀ ପିନ୍ଧି ସ୍କାଏ ଡ୍ରାଇଭ କରିବାର ଚେଲେଞ୍ଜ ଦେଇଥିଲେ । ସାଙ୍ଗ ମାନଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରି ଏପରି ଏକ ଦୁଃସାହସିକ ପଦକ୍ଷେପ ନେଇଥିବା ଶୀତଳ କହିଛନ୍ତି ।

shital

ଆପଣ ମାନେ ତ ସ୍କାଏ ଡ୍ରାଇଭର ଓ ପାରାଜମ୍ପର ଅନେକ ଦେଖିଥିବେ । କିନ୍ତୁ ଶୀତଳ ସେମାନଙ୍କ ଠାରୁ କିଛିଟା ସ୍ୱତନ୍ତ୍ର । ଶୀତଳ ଏପରି କଠିନ କାମକୁ ଶାଢ଼ୀ ପିନ୍ଧି ଅତି ସହଜରେ କରି ପାରନ୍ତି । ତାଙ୍କର ଏପରି କାମକୁ ଯେକେହି ନିଜ ଆଖିରେ ନ ଦେଖିଲେ ହୁଏତ ବିଶ୍ୱାସ କରିବ ନାହିଁ । ପ୍ରକୃତରେ ସେ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ପୁନେ ସହରର ମୂଳ ବାସିନ୍ଦା । କିନ୍ତୁ ଏବେ ସେ ଫିନଲ୍ୟାଣ୍ଡର ହେଲସୀଙ୍କି ସହରରେ ବସବାସ କରୁଛନ୍ତି । ତାଙ୍କର ଦୁଇଟି ଯାଆଁଳା ସନ୍ତାନ ମଧ୍ୟ ଅଛନ୍ତି । ପଦ୍ମ ପୁରସ୍କାରରେ ପୁରସ୍କୃତ ହୋଇଥିବା ଶୀତଳ ଆମେରିକାର ସାନ ଫ୍ରାନସିସ୍କୋ ଠାରେ ୩୦ ହଜାର ଫୁଟ ଉଚ୍ଚତାରୁ ଜମ୍ପ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି ।

ଶୀତଳ ହେଉଛନ୍ତି ସେହି ମହିଳା ଯିଏ ୨୦୧୮ ମସିହାରେ ୧୩ ହଜାର ଫୁଟ ଉଚ୍ଚତାରୁ ଜମ୍ପ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ । ଘରେ ବସି ବୋର ହେବା ସମୟରେ ଶୀତଳ ନିଜ ସାଙ୍ଗ ମାନଙ୍କ ସହ ଭିନ୍ନ ଭିନ୍ନ ଅନ୍ଦାଜରେ ସ୍କାଏ ଡ୍ରାଇଭିଂଙ୍ଗ କରିବାକୁ ବାହାରି ପଡନ୍ତି । ଏଭିତରେ ଶୀତଳ ୫ ଟି ବିଶ୍ୱ ରେକର୍ଡ ଓ ୧୬ ଟି ଜାତୀୟ ପୁରସ୍କାର ନିଜ ନାଁରେ କରି ସାରିଲେଣି ।

Leave A Reply

Your email address will not be published.