ଭାରତୀୟ ରେଳର ପ୍ରଥମ ଟ୍ରେନ କେଉଁଟା, ପ୍ରଥମ ଷ୍ଟେସନର ନାଁ କଣ, ଏସବୁ ଇତିହାସ ଜାଣନ୍ତୁ ବାସ୍‌ ଗୋଟିଏ କ୍ଲିକରେ

ଭାରତୀୟ ରେଲେଓ୍ଵକୁ ଦୁନିଆର ସବୁଠାରୁ ବଡ ରେଳ ନେଟଓ୍ଵର୍କ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ। ଯାତ୍ରୀଙ୍କ ସୁବିଧା ମାମଲାରେ ମଧ୍ୟ ରେଲେଓ୍ଵ ତରଫରୁ ଦିନକୁ ଦିନ କାମ କରାଯାଉଛି। ଆଉ ଖାସ୍‌ ଏହି କାରଣରୁ ଲୋକ ଲମ୍ବା ଯାତ୍ରା ପାଇଁ ଟ୍ରେନକୁ ପ୍ରାଧାନ୍ୟ ଦେଉଛନ୍ତି। ଭାରତୀୟ ରେଲେଓ୍ଵରେ ପ୍ରତିଦିନ ଅଢ଼େଇ କୋଟିରୁ ଅଧିକ ଲୋକ ଯାତ୍ରା କରୁଛନ୍ତି। ମେ ୧୮୪୫ରେ ଭାରତୀୟ ରେଳର ଆରମ୍ଭ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ରେଲେଓ୍ଵ ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ। ଯାହାକୁ ହୁଏତ ଆପଣ ପୂର୍ବରୁ ଜାଣିନଥିବେ।

ଫ୍ୟାକ୍ଟ ନମ୍ବର ୧

ଭାରତର ପ୍ରଥମ ଟ୍ରେନ ୧୮୩୭ରେ ରେଡ ହିଲ୍ସରୁ ଚିତାନ୍ଦ୍ରିପେଟ ପୁଲ୍‌ ପର୍ଯ୍ୟନ୍ତ ୨୫ କିମିର ଦୂରତା ନିଷ୍ପତ୍ତି ପାର କରିଥିଲା। ଏହି ଟ୍ରେନର ନିର୍ମାଣର ଶ୍ରେୟ ସାର ଆର୍ଥା କଟନକୁ ଦିଆଯାଇଥିଲା। ଯଦିଓ ପବ୍ଲିକ ପରିବହନ ପାଇଁ ଦେଶରେ ପ୍ରଥମ ଟ୍ରେନର ଉପଯୋଗ ୧୬ ଏପ୍ରିଲ ୧୮୫୩ରେ ବୋରି ବନ୍ଦର ଯାହା ମୁମ୍ବାଇରେ ଅବସ୍ଥିତ ଏବଂ ଥାଣେ ମଧ୍ୟରେ କରାଯାଇଥିଲା। ଏହି ଟ୍ରେନରେ ପ୍ରଥମ ଥର ପାଇଁ ୪୦୦ ଯାତ୍ରୀ ଯାତ୍ରା କରୁଥିଲେ। ସେହି ସମୟରେ ଏହି ଦିନକୁ ସାର୍ବଜନିକ ଅବକାଶ ଘୋଷିତ କରାଯାଇଥିଲା।

ଫ୍ୟାକ୍ଟ ନମ୍ବର ୨

ଡିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିବେକ ଏକ୍ସପ୍ରେସ ପ୍ରାୟ ୪,୨୮୬ କିଲୋମିଟରର ଦୂରତା ଅତିକ୍ରମ କରିଥାଏ। ଏହି ଦୂରତାକୁ ୮୨ ଘଣ୍ଟା ୩୦ ମିନିଟ୍‌ ସମୟ ଲାଗିଥାଏ। ଏହି ଯାତ୍ରାର ଗନ୍ତବ୍ୟ ସ୍ଥଳରେ ପହଁଚିବା ପାଇଁ ୫୭ଟି ଷ୍ଟେସନକୁ ପାର କରିଥାଏ। ଏହା ହେଉଛି ଦେଶର ସବୁଠାରୁ ଲମ୍ବା ରେଲେଓ୍ଵ ରୁଟ୍‌।

ଫ୍ୟାକ୍ଟ ନମ୍ବର ୩

ଦେଶର ପ୍ରଥମ ରେଲେଓ୍ଵ ଟ୍ରାକର ନିର୍ମାଣ ୨୧ ଅଗଷ୍ଟ ୧୮୪୭ରେ କରାଯାଇଥିଲା। ଏହି ଟ୍ରାକର ଲମ୍ବ ୫୬ କିଲୋମିଟର ଥିଲା। ଏହି ରେଲେଓ୍ଵ ଟ୍ରାକକୁ ଜେମ୍ସ ଜନ୍‌ ବର୍କଲ ନିର୍ମାଣ କରିଥିଲେ। ଆଉ ସେ ହେଉଛନ୍ତି ଏହି ଟ୍ରାକକୁ ବନାଇଥିବା ଚିଫ୍‌ ଇଞ୍ଜିନିୟର ଥିଲେ। ୧୮୫୩ରେ ଏହି ଟ୍ରାକରେ ପ୍ରଥମ ଯାତ୍ରୀବାହୀ ଟ୍ରେନକୁ ଗଡାଯାଇଥିଲା।

ଫ୍ୟାକ୍ଟ ନମ୍ବର ୪

ସବୁଠାରୁ ବଡ ରେଳ ଜଙ୍କସନ୍‌ ବିଷୟରେ କଥା ହେବା ତ ମଥୁରା ଜଙ୍କସନର ନାମ ଆସିଥାଏ। ମଥୁରା ଜଙ୍କସନରେ ୭ଟି ରେଳଗାର୍ଗ ବାହାରିଥାଏ। ମଥୁରାରେ ଦେଶର ସମସ୍ତ ପ୍ରମୁଖ ସହରରେ କନେକ୍ଟିଭିଟୀ ସହିତ ୧୦ ପ୍ଲାଟଫର୍ମ ମଧ୍ୟ ରହିଛି।

ଫ୍ୟାକ୍ଟ ନମ୍ବର ୫

ମୁମ୍ବାଇର ବୋରି ବନ୍ଦରରେ ଭାରତର ପ୍ରଥମ ରେଳ ଷ୍ଟେସନ ରହିଛି। ଦେଶର ପ୍ରଥମ ଟ୍ରେନ୍‌ ୧୮୫୩ରେ ବୋରି ବନ୍ଦରରେ ଥାଣେ ପର୍ଯ୍ୟନ୍ତ ଚଲାଯାଇଥିଲା। ଏହି ଷ୍ଟେସନକୁ ୧୮୮୮ରେ ଭିକ୍ଟୋରିୟା ଟର୍ମିନସ୍‌ ରୂପେ ବିକସିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.