ରାଷ୍ଟ୍ରପତିଙ୍କ କାରରେ ନଥାଏ ନମ୍ବରପ୍ଲେଟ ! ଜାଣନ୍ତୁ ଏହି କୌତୁହଳ ପ୍ରଶ୍ନର ଉତ୍ତର

ଭାରତରେ ଆପଣଙ୍କୁ ପ୍ରତ୍ଯେକ କାରରେ ନମ୍ବର ପ୍ଲେଟ ଦେଖାଯାଏ,ସାମାନ୍ଯ କେତେକ ଗାଡିକୁ ଛାଡିଦେଲେ । ଭାରତ ସରକାର ଏଥିପାଇଁ ମାନ୍ଯତା ଦେଇଛନ୍ତି । କଣ ଆପଣ ଜାଣନ୍ତି ଏହି କାର କେଉଁ ଲୋକଙ୍କ ପାଖରେ ଅଛି ? ତାହେଲେ ଆସନ୍ତୁ ଜାଣିବା ଏହି କୌତୁହଳ ପ୍ରଶ୍ନର ଉତ୍ତର ।

ଆପଣଙ୍କ ସୂଚନା ପାଇଁ ଆମେ ଜଣାଇବାକୁ ଚାହିଁବୁ ଭାରତରେ ଦେଶର ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ରାଜ୍ଯର ରାଜ୍ଯପାଳ ଏବଂ  ଆହୁରି ଅନେକ ଭିଭିଆଇପିଙ୍କ କାରରେ ନମ୍ବର ପ୍ଳେଟ ନଥାଏ । ରିପୋର୍ଟ ଅନୁଯାୟୀ ବିଦେଶ ମନ୍ତ୍ରାଳୟଙ୍କ ପାଖରେ ମଧ୍ୟ ଏହି ପ୍ରକାର କାର ରହିଛି,ଯାହା ବିନା ରେଜିଷ୍ଟ୍ରସନ ପ୍ଲେଟରେ ଚାଲିଥାଏ । ଆପଣଙ୍କୁ ଜଣାଥିବ ଯେ କାରରେ ନମ୍ବର ପ୍ଲେଟ ରେଜିଷ୍ଟର ଦ୍ବାରା କାର ମାଲିକର ପରିଚୟ ସହଜରେ ମିଳିପାରିଥାଏ ।

ଏହି କାରର ବ୍ଯବହାର ବିଦେଶୀ ଅତିଥିଙ୍କୁ ନେବା ଆଣିବା ଏବଂ ବୁଲିବାରେ ବ୍ଯବହାର କରାଯାଇଥାଏ । ଭାରତରେ ଯେଉଁଠି ଭିଭିଆଇପି କଲ୍ଚର ଶେଷ କରିବା ପାଇଁ ଲାଲବତୀକୁ ହଟା ଯାଉଛି ସେହି ଭାରତରେ ବର୍ତ୍ତମାନ ମଧ୍ୟ ବ୍ରିଟିଶଙ୍କ ଦ୍ବାରା ହୋଇଥିବା ନିୟମକୁ ମାନ୍ଯତା ଦିଆଯାଉଛି ।

ଏହି କାରଣରୁ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ରାଜ୍ଯର ରାଜ୍ଯପାଳ ଏବଂ କେତେକ ଭିଭିଆଇପି କାରରେ ରେଜିଷ୍ଟ୍ରସନ ନମ୍ବର ପ୍ଲେଟ ନଥାଏ । ସେମିତି କହିବାକୁ ଗଲେ ସୁରକ୍ଷା ପାଇଁ ମଧ୍ୟ ଭିଭିଆଇପିଙ୍କ କାରରେ ନମ୍ବର ପ୍ଲେଟ ନଥାଏ ।

ଏହି କାର ମାନଙ୍କରେ ଆପଣଙ୍କୁ ନମ୍ବର ପ୍ଲେଟ ଜାଗାରେ ଅଶୋକ ସ୍ତମ୍ଭ ଦେଖିବାକୁ ମିଳିବ । ସରକାର ବର୍ତ୍ତମାନ ଏହି ବିଷୟରେ ବିଚାର କରୁଛନ୍ତି । ଭିଭିଆଇପି ସଂସ୍କ୍ରୁତିକୁ ଶେଷ କରିବା ପାଇଁ ବର୍ତ୍ତମାନ ଏହି କାର ମାନଙ୍କରେ ମଧ୍ୟ ନମ୍ବର ପ୍ଲେଟ କରିବାକୁ ବିଚାର କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.