Categories: ସ୍ପେଶାଲ

ଅପେକ୍ଷାକୃତ ଛୋଟ ମସ୍ତିଷ୍କ ହେତୁ ଅଧିକାଂଶ ଭାରତୀୟ ହୁଅନ୍ତି ବ୍ରେନ୍‌ ଡିଜିଜର ଶିକାର

ଭାରତୀୟଙ୍କ ମସ୍ତିଷ୍କକୁ ନେଇ ପ୍ରଥମ ଥର ପାଇଁ ଗବେଷଣା କରାଯାଇଛି। ଏହି ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି(IIIT-H)ର ଗବେଷକଙ୍କ ଦ୍ୱାରା ଭାରତୀୟଙ୍କ ବ୍ରେନ୍‌କୁ ନେଇ କରାଯାଇଥିବା ଗବେଷଣାରୁ ଜଣାଯାଇଛି ଯେ, ପଶ୍ଚିମ ଓ ଅନ୍ୟ ପୂର୍ବଭାଗର ଲୋକଙ୍କ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କର ଦୈର୍ଘ୍ୟ, ପ୍ରସ୍ଥ ଓ ଓଜନ ଅପେକ୍ଷାକୃତ ସାନ। ଏହି ଗବେଷଣା ଅଲ୍‌ଜାଇମର ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ଅନ୍ୟ ରୋଗକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ ।

ମସ୍ତିଷ୍କ ସମ୍ବନ୍ଧୀୟ ଗବେଷଣାରେ କାର୍ଯ୍ୟରତ ବୈଜ୍ଞାନିକ ଜୟନ୍ତୀ ଶିବାସ୍ୱାମୀଙ୍କ କହିବାନୁସାରେ, କୋକୋସିଆନ୍‌ ମସ୍ତିଷ୍କକୁ ବ୍ୟବହାର କରି ନିର୍ମାଣ କରାଯାଇଥିବା ମୋନ୍‌ଟ୍ରିୟାଲ୍‌ ନ୍ୟୁରୋଲୋଜିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌(MNI) ଟେମ୍ପଲେଟ୍‌କୁ ଏହି ଗବେଷଣାରେ ମାନକ ଭାବେ ଉପଯୋଗ କରାଯାଇଥିଲା। ଗବେଷକଙ୍କ କହିବାନୁସାରେ, ଏହି ଗବେଷଣା ସମସ୍ତ ଭାରତୀୟଙ୍କ ମସ୍ତିଷ୍କର ଅବସ୍ଥାକୁ ସୂଚାଉନାହିଁ। କିନ୍ତୁ ଅଧିକାଂଶ ଭାରତୀୟ ମସ୍ତିଷ୍କର ଆକାର ଅପେକ୍ଷାକୃତ ଛୋଟ।

ଜୟନ୍ତୀଙ୍କ କହିବାନୁସାରେ, MNI ତୁଳନାରେ ଭାରତୀୟଙ୍କ ମସ୍ତିଷ୍କର ଆକାର ସାନ ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍କାନ୍‌ରେ ଦେଖିବାକୁ ମିଳିଥିବା ଏହି ଭିନ୍ନତା ବିପଦଜନକ ହୋଇପାରେ। MRIରୁ ମିଳିଥିବା ବ୍ରେନ୍‌ର ଏହି ଫଟୋକୁ ପୂର୍ବ MNI ଟେମ୍‌ପ୍ଲେଟ୍‌ ସହ ତୁଳନା କରାଯାଇଥିଲା। ତେବେ ଏହି ତଥ୍ୟ ପ୍ରକାଶ ପାଇବା ପରେ ବ୍ରେନ୍‌ର ସମ୍ବନ୍ଧୀୟ ସମସ୍ତ ବିଷୟକୁ ନେଇ ଏକ ବଡ଼ ଆଟଲାସ୍‌ ପ୍ରସ୍ତୁତ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ମସ୍ତିଷ୍କ ସମ୍ବନ୍ଧରେ ଅଧିକରୁ ଅଧିକ ତଥ୍ୟ ମିଳିବା ପରେ କୌଣସି ରୋଗକୁ ପୂର୍ବରୁ ଚିହ୍ନଟ କରିବା ସମ୍ଭବପର ହୋଇପାରିବ।

ଏହାସହ ପଢନ୍ତୁ: ଲଞ୍ଚ୍‌ ହେଲା Appleର ୱେୟାରଲେସ୍‌ ଇୟରବଡ୍ସ AirPods Pro, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର ଓ ଦାମ୍‌

ଜୟନ୍ତୀ କହିଛନ୍ତି ଯେ ଏହି ଗବେଷଣାରେ ଚୀନ୍‌ ଓ କୋରିଆନ୍‌ଙ୍କ ବ୍ରେନ୍‌ ଟେମ୍ପଲେଟ୍‌ ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ସେଗୁଡ଼ିକ ଭାରତୀୟଙ୍କ ସହ ମେଳ ଖାଇନଥିଲା। ଆଇଆଇଆଇଟି-ଏଚ୍‌ର ୫୦ ଜଣିଆ ଟିମ୍‌ ଦ୍ୱାରା ମସ୍ତିଷ୍କ ସମ୍ବନ୍ଧୀୟ ଏଭଳି ପରୀକ୍ଷଣ ପ୍ରଥମ ଥିଲା ବୋଲି ଜଣାଯାଇଛି। ତିନିଟି ଭିନ୍ନ ଭିନ୍ନ ମେଡିକାଲର ରୋଗୀଙ୍କ ବ୍ରେନ୍‌ର ଆକାରକୁ ନେଇ ଏହି ଗବେଷଣା କରାଯାଇଥିଲା ବୋଲି ଜୟନ୍ତୀ ସୂଚନା ଦେଇଛନ୍ତି।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago