ଭାରତର ପ୍ରଥମ ଏସି ବଗି ଟ୍ରେନ, ଯେଉଁଥିରେ ଯାତ୍ରୀଙ୍କୁ ଗରମରୁ ରକ୍ଷା ପାଇଁ ବ୍ୟବହାର କରାଯାଉଥିଲା ଆଇସ୍‌ ବ୍ଲକ

ଆପଣ ଆଜିକାଲି ଟ୍ରେନରେ ଦୂରଯାତ୍ରା କରିବା ପାଇଁ ଏସି ବଗିରେ ରିଜରଭେସନ କରୁଛନ୍ତି ନିଶ୍ଚିତ। ଏହାଦ୍ୱାରା ଆପଣ କୌଣସି ସ୍ଥାନକୁ ଆରାମରେ ପହଞ୍ଚିପାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେବେ ଏହି ଟ୍ରେନ ଆରମ୍ଭ ହୋଇଥିଲା। କିପରି ଯାତ୍ରୀଙ୍କୁ ଥଣ୍ଡା ଦେବା ପାଇଁ ବିଭିନ୍ନ କୌଶଳ ଆପଣାଯାଉଥିଲା। ପ୍ରଥମ ଏସି ବଗି ଟ୍ରେନ କେବେ ଠାରୁ ଚାଲିଲା?.. ଏମିତି ଅନେକ କିଛି କଥା…

ଆଜିଠାରୁ ଠିକ୍‌ ୯୨ ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ ଭାରତରେ ଚାଲିଥିବା ପ୍ରଥମ ଏସି ବଗି ଟ୍ରେନ। ଏହି ଟ୍ରେନ ଆଜି ମଧ୍ୟ ଚାଲୁଛି ଏବଂ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି। ଏବେ ଏହି ଟ୍ରେନର ପୁରୁଣା ନାମକୁ ବଦଳାଇ ଦିଆଯାଇଛି କିନ୍ତୁ ଏହାର ପୁରୁଣା ଭବ୍ୟତା ଆଜି ମଧ୍ୟ କାଏମ ରହିଛି। ୧ ସେପ୍ଟେମ୍ବର ୧୯୨୮ ମସିହାରେ ଆରମ୍ଭ ହୋଇଥିବା ଏହି ଟ୍ରେନର ନାମ ଫ୍ରଣ୍ଟିଅର ମେଲ ରହିଥିଲା, ଯାହା ସ୍ୱାଧୀନତା ଆନ୍ଦୋଳନର ମୁଖସାକ୍ଷୀ। ଏହି ଟ୍ରେନରେ ଥିବା ସ୍ୱତନ୍ତ୍ର ବଗିକୁ ବ୍ୟବହାର କରାଯାଉଥିଲା।

tarin 3

ଏହି ଟ୍ରେନର ସବୁଠାରୁ ସ୍ୱତନ୍ତ୍ର ଥିଲା ଏସି ବଗି। ଏହି ବଗିରେ ଯାତ୍ରୀଙ୍କୁ ଗରମରୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିଲା ଆଇସ୍‌ ବ୍ଲକ। ଏହା ତରଳିବା ପରେ ଏହାର ପାଣିକୁ କୌଣସି ଷ୍ଟେସନରେ କଢାଯାଇ ପୁଣି ନୂଆ ଆଇସ ବ୍ଲକ ଲଗାଯାଉଥିଲା। ଏହି ଟ୍ରେନରେ ଲାଗିଥିବା ପଙ୍ଖା କୋଚ ଯୋଗୁଁ ସମସ୍ତ ବଗିରେ ଥଣ୍ଡା ପହଞ୍ଚିଯାଉଥିଲା। ଏହି ଟ୍ରେନରେ ୧୯୩୪ ମସିହାରେ ଏସି ଲଗାଇବା କାମ ଆରମ୍ଭ କରାଯାଇଥିଲା ଏବଂ ଏହା ଭାରତର ପ୍ରଥମ ଏସି ବଗି ଟ୍ରେନ ଭାବେ ପରିଚିତ ହେଲା।

train

ସ୍ୱାଧୀନତା ଆନ୍ଦୋଳନର ସାକ୍ଷୀ ଏହି ଫ୍ରଣ୍ଟିଅର ମେଲ ଟ୍ରେନ ମୁମ୍ବାଇରୁ ଆଫଗାନ ବର୍ଡର ପେଶାଓ୍ଵର ପର୍ଯ୍ୟନ୍ତ ଯାଉଥିଲା। ଏହି ଟ୍ରେନରେ ଇଂରେଜ ଅଫିସର ବ୍ୟତୀତ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ ନେତା ଯାତ୍ରା କରୁଥିଲେ। ଫ୍ରଣ୍ଟିଅର ମେଲରେ ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଯାତ୍ରା କରିଥିଲେ।

୧୯୨୮, ୧ ସେପ୍ଟେମ୍ବରେ ଫ୍ରଣ୍ଟିଅର ମେଲ ମୁମ୍ବାଇର ବଲ୍ଲର୍ଡ ପିଅର ମେଲ୍‌ ରେଲେଓ୍ଵ ଷ୍ଟେସନରୁ ଆଫଗାନ ବର୍ଡରକୁନିଜର ପ୍ରଥମ ଯାତ୍ରା କରିଥିଲା। ଏହି ଟ୍ରେନ ୨୩୩୫ କିମି ଲମ୍ବା ଯାତ୍ରାକୁ ୭୨ ଘଣ୍ଟାରେ ପୂରଣ କରୁଥିଲା। ଏହି ଟ୍ରେନର ଆଉ ଏକ ସ୍ୱତନ୍ତ୍ରତା ହେଉଛି କି, ଏହା କେବେ ବି ବିଳମ୍ବରେ ଚାଲୁନଥିଲା।

88

ପରେ ୧୯୯୬ରେ ଏହି ଟ୍ରେନର ନାମ ପରିବର୍ତ୍ତନ ହୋଇ ଗୋଲଡେନ ଟେମ୍ପୁଲ ମେଲ୍‌ (ସ୍ୱର୍ଣ୍ଣ ମନ୍ଦିର ମେଲ)କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ଏହି ଟ୍ରେନ ମୁମ୍ବାଇ, ଭଡୋଦୋରା, ମଥୁରା, ଦିଲ୍ଲୀ, ଅମୃତସର, ଲାହୋର ହୋଇ ପେଶଓ୍ଵାରକୁ ଯାଉଥିଲା। ଇଂରେଜ ଅଧିକାରୀଙ୍କ ସୁବିଧା ପାଇଁ ଏହି ଟ୍ରେନକୁ ସମୁଦ୍ର କୂଳରେ ନିର୍ମିତ ବଲ୍ଲାଡ ପିଅର ମୋଲ ରେଲେଓ୍ଵ ଷ୍ଟେସନରେ ଚଲାଯାଉଥିଲା। ଲଣ୍ଡନରୁ ଭାରତ ଆସୁଥିବା ଇଂରେଜ ଅଧିକାରୀଙ୍କ ଜାହାଜ ସହିତ ଏହି ଟ୍ରେନର ଟିକେଟ ଯୋଡି ହୋଇ ରହିଥିଲା।

ସେହି ସମୟରେ ଇଣ୍ଟରନେଟ ସୁବିଧା ବିକଶିତ ହୋଇନଥିଲା, ଏହା ସତ୍ତ୍ୱେ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାକୁ ଯାତ୍ରୀମାନଙ୍କ ପାଇଁ ତାଜା ଖବର ଅପଡେଟ କରାଯାଉଥିଲା। ଏଥିପାଇଁ ଲୋକପ୍ରିୟ ସମାଚାର ଏଜେନ୍ସୀ ସହିତ ଟେଲିଗ୍ରାଫିକ ନ୍ୟୁଜର ବିଶେଷ ଖବର ଛପାଯାଉଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.