ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ରଖାଯାଇଛି। ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍କୁ ମିଶାଇ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି। ଏହା ରେଳଯାତ୍ରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ।
କେନ୍ଦ୍ରୀମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହାର ଉଦ୍ଘାଟନ କରିଛନ୍ତି। ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ରେଷ୍ଟୁରାଣ୍ଟରେ ରୋଲ୍ଠାରୁ ଆରମ୍ଭ କରି ଆମିଷ ଏବଂ ନିରାମିଷର ଖାଦ୍ୟ ମିଳିବ। ପ୍ରଥମ କୋଚ୍ରେ ଚା’ ଏବଂ ସ୍ନାକ୍ସ ରହିଥିବା ବେଳେ ଦ୍ୱିତୀୟଟିରେ ଲଞ୍ଚ ଏବଂ ଡିନର ବ୍ୟବସ୍ଥା ରହିଛି। ପୂରା ରେଷ୍ଟୁରାଣ୍ଟକୁ ଏୟାରକଣ୍ଡିଶନ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୫୦ ଲକ୍ଷ ଟଙ୍କା ଏହି ରେଷ୍ଟୁରାଣ୍ଟରୁ ରୋଜଗାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହା ଭିତରକୁ ଖୁବ୍ ସୁନ୍ଦର ଭାବରେ ତିଆରି କରାଯାଇଛି। କୋଚ୍ର କାନ୍ଥକୁ ପେଣ୍ଟିଂ କରାଯିବା ସହ ପୁରୁଣା ସାମଗ୍ରୀରେ ସଜା ଯାଇଛି। ପ୍ରତି ଟେବୁଲରେ ଲାଇଟ୍ ଲଗାଯାଇଛି। ଯାହା ଲକ୍ଜରୀ ଲୁକ୍ ଦେବ। ଲୋକେ ଆରାମରେ ବସି ଖାଦ୍ୟର ମଜା ନେବେ।
ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…
ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…
ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…
କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…
ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…
ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍ରେ ଏକ ଦ୍ରୁତଗାମୀ…