Categories: ସ୍ପେଶାଲ

କଣ ସତରେ ଏ ଗାଁ ! ଭାରତର ଏମିତି ଏକ ଗ୍ରାମ ଯେଉଁଠାରେ ମିନେରାଲ ୱାଟର ସହ  ମିଳିଥାଏ ମାଗଣା ୱାଇଫାଇ

ଏକ ଏଭଳି ଗାଁ ଯେଉଁଠି ଲୋକ ପିଅନ୍ତି ମିନରାଲ ଓ୍ଵାଟର୍‌ । ୱାଇଫାଇ ବ୍ୟବହାର କରନ୍ତି ଗ୍ରାମବାସୀ । ଘରେ ଘରେ ଶୌଚାଳୟ, ଜାଗା ଜାଗାରେ ସିସିଟିଭି । ଏଠି ସେ ସମସ୍ତ ସୁବିଧା ଉବଲବଧ ଯାହା ଦେଖିବାକୁ ମିଳେ ବଡ ବଡ ସହରରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଜଣେ ସରପଞ୍ଚଙ୍କୁ ଭେଟାଇବୁ, ଯିଏ ନିଜ ଗାଁର ଚିତ୍ର ପୁରା ବଦଳାଇ ଦେଇଛନ୍ତି । ୧୧ ବର୍ଷର କଠିନ ପରିଶ୍ରମ ପରେ ଜଣେ ସରପଞ୍ଚ କିଭଳି ନିଜ ଗାଁକୁ ମଡେଲ ଭିଲେଜ କରିଦେଇଛନ୍ତି ଦେଖନ୍ତୁ ।

ଯେବେ ଆମ ସବୁ ଗାଁ ବିକଶିତ ହେବ ସେତେବେଳେ ଆମ ଦେଶ ଆଗକୁ ବଢିବ । ଏହା ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀ । ଗୁଜୁରାଟ ସାବରକାଂଣ୍ଠା ଜିଲ୍ଲାର ପୁଂସରୀ ହେଉଛି ଏଭଳି ଏକ ଗାଁ ଯେଉଁଠି ଦେଖିବାକୁ ମିଳେ ଗାନ୍ଧୀଜୀଙ୍କ ପରିକଳ୍ପନାର ପ୍ରକୃତ ସ୍ୱରୂପ । ସ୍ମାର୍ଟ ଭିଲେଜ୍‌ ପୁଂସରୀ । ଗାଁରେ ଏମିତି ଅନେକ କିଛି ଅଛି ଯାହା ଆପଣଙ୍କ ମନରେ ଆଙ୍କି ଦେବ ଏକ ସହରର ଚିତ୍ର । ଗାଁର କୌଣସି ଜାଗାରେ ଆପଣ ଅଳିଆ ଆବର୍ଜନା ଦେଖି ପାରିବେନି । ଏଠି ଘରେ ଘରେ ଶୌଚାଳୟ । ଜାଗା ଜାଗାରେ ସିସିଟିଭି । ଜାଣି ଆଶ୍ଚର୍ଯ୍ୟ ହେବେ ଗାଁରେ ୱାଇଫାଇ ବ୍ୟବସ୍ଥା ବି ଅଛି । ଏସବୁ ସମ୍ଭବ ହୋଇଛି ଗାଁର ସରପଞ୍ଚ ହିମାଂଶୁ କୁମାର ପଟେଲଙ୍କ ଯୋଗୁଁ । ଯିଏ ଗାଁର ପୁରା ଚିତ୍ରକୁ ବଦଳାଇ ଦେଇଛନ୍ତି ।

ଗୁଜୁରାଟର ରାଜଧାନୀ ଗାନ୍ଧିନଗର ଠାରୁ ପାଖାପାଖି ୮୦ କିଲୋମିଟର ଦୂର ସାବରକାଂଣ୍ଠା ଜିଲ୍ଲାର ପୁଂସରୀ ଗାଁ । ଦୂରରୁ ଦେଖିଲେ ଏକ ସାଧାରଣ ଗାଁ ପରି ଲାଗିବ । କିନ୍ତୁ ଗାଁ ଭିତରର ସୁବିଧା ସବୁ କୌଣସି ସ୍ମାର୍ଟ ସିଟି ଠାରୁ କମ୍‌ ନୁହେଁ । ୬ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଅଛି ୱାଇଫାଇ ଭଳି ହାଇଟେକ ସୁବିଧା । ୨୪ ଘଣ୍ଟା ଇଣ୍ଟରନେଟ । ମେଡିକାଲ୍‌ । ଚାରିଆଡେ ନଜର ରଖିବାକୁ ଗାଁର ପ୍ରତି ଛକରେ ରହିଛି ସିସିଟିଭି କ୍ୟାମରା । ମାତ୍ର ୫ ଟଙ୍କାରେ ମିଳୁଛି ମିନରଲ ୱାଟର । ଗାଁର ପ୍ରତି ଘରେ ଶୌଚାଳୟ । ୨୪ ଘଣ୍ଟା ବିଜୁଳି ସୁବିଧା ବି ଯୋଗାଇ ଦିଆଯାଇଛି ପୁଂସରୀବାସୀଙ୍କୁ ।

୨୦୦୬ରେ ହିମାଂଶୁ ପୁଂସରୀ ସରପଞ୍ଚ ଦାୟିତ୍ୱ ନେବା ପରେ ଏହି ଗାଁର ଯେମିତି କଳେବର ବଦଳିଗଲା । ହିମାଂଶୁଙ୍କ ୧୧ ବର୍ଷର କଠିନ ପରିଶ୍ରମ ଯୋଗୁଁ ଆଜି ଏହି ଛୋଟିଆ ଗାଁରେ ସହର ପରି ସୁବିଧା । କେବେ ଋଣରେ ଭାରରେ ବୁଡି ରହୁଥିବା ଏହି ଗାଁ ଆଜି ଏକ ମଡେଲ ଭିଲେଜ । ଗାଁରେ ଅନେକ ଆଧୁନିକ ସୁବିଧା ଯୋଗୁ ପାଖାପାଖି ୪ ବର୍ଷ ହେବ ଏଠି କୌଣସି ଚୋରି ହୋଇନାହିଁ । ଦିଲ୍ଲୀ ମୁମ୍ବାଇ ଭଳି ମହିଳାଙ୍କୁ ଏଠାରେ ଡରିବାକୁ ପଡେନି । ସମସ୍ତେ ରାତିରେ ଏଣେତେଣେ ବୁଲିପାରନ୍ତି । କାରଣ କ୍ୟାମେରା ମାଧ୍ୟମରେ ଗାଁର ସବୁ ଛୋଟ ବଡ ଗତିବିଧି ଉପରେ ନଜର ରଖାଯାଏ ।

ପୁଂସରୀ ଗାଁ ଖୁବ ସଫା ସୁତୁରା । ଏଠି ଏଣେତେଣେ ଅଳିଆ ଆବର୍ଜନା ପକାଇବା ମନା । ଲୋକ ଅଳିଆ ଆଣି ସିଧା ପକାଇଥାନ୍ତି ଡଷ୍ଟବିନ୍‌ରେ । ସକାଳେ ଓ ସନ୍ଧ୍ୟାରେ ଗାଡି ଆସି ଏଠାରୁ ଅଳିଆ ସଂଗ୍ରହ କରିଥାଏ । ଗାଁ ବାହାରେ ଅଳିଆ ସବୁ ପକାଇବାକୁ ଏକ ସ୍ୱତନ୍ତ୍ର ସ୍ଥାନ ବି ଅଛି । ଗାଁର ଖାସ୍‌ କଥା ଏଇୟା, ଏଠାରେ ପ୍ରତି ଘର ଓ କ୍ଷେତରୁ ବାହାରୁଥିବା ଅଳିଆ ହିଁ ଗାଁକୁ ଆଲୋକିତ କରେ । ମାନେ ପୁଂସରୀର ଗ୍ରାମବାସୀ ଅଳିଆରୁ ବିଜୁଳି ଉତ୍ପନ କରିଥାନ୍ତି । ଗାଁରେ ଏକ ପାୱାର ଷ୍ଟେସନ ବି ଅଛି । ଲୋକେ ୨୪ ଘଣ୍ଟା ବିଜୁଳିର ସୁବିଧା ପାଇପାରୁଛନ୍ତି ।

ସରକାରଙ୍କ ସବୁ ଯୋଜନା ତଥା ରାଜ୍ୟ ଓ ଦେଶ ବିଦେଶର ଖବର ଯେମିତି ଗାଁର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ଗାଁରେ ଏକ ଆନାଉସ୍‌ମେଣ୍ଟର ସେଣ୍ଟର ରହିଛି । ଲୋକଙ୍କ ସହିତ ସିଧା ସମ୍ପର୍କ ରଖିବାକୁ ସରପଞ୍ଚ ୧୨୦ଟି ଲାଉଡ ସ୍ପିକର ଲଗାଇଛନ୍ତି । ସକାଳ ଓ ସନ୍ଧ୍ୟାରେ ଏହି ଲାଉଡ ସ୍ପିକରର ଉପଯୋଗ ଭଜନ ଓ ଆରତି ଶୁଣିବା ପାଇଁ କରାଯାଏ ।

 

KNews Bureau

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

1 hour ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

1 hour ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago