ଏହି ମୁସଲିମ ଦେଶରେ ପୂଜା ପାଆନ୍ତି ଭଗବାନ ରାମ

ଇଣ୍ଡୋନେସିଆ, ଏହି ଦେଶରେ ମୁସଲିମ ଧର୍ମର ଲୋକ ବସବାସ କରନ୍ତି। କିନ୍ତୁ ଏମାନେ ଭଗବାନ ରାମଙ୍କୁ ପୂଜା କରିଥାନ୍ତି। ଭଗବାନ ରାମଙ୍କୁ ନେଇ ଏଠାରେ ଲୋକମାନଙ୍କ ମନରେ ରହିଛି ଅନେକ ଆସ୍ଥା ଓ ବିଶ୍ୱାସ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, କିନ୍ତୁ କଥାଟା ଏକଦମ ସତ। ମୁସଲିମ ଲୋକ ଏଠାରେ ରାମ ଭଗବାନଙ୍କୁ ପୂଜା କରୁଥିବାରୁ ଏହି ଦେଶ ଅନ୍ୟ ଦେଶଠୁ ଖୁବ ସ୍ୱତନ୍ତ୍ର ରହିଛି।

ଇଣ୍ଡୋନେସିଆ ଦୁନିଆର ସବୁଠୁ ବଡ଼ ମୁସଲିମ ଦେଶ। ଦୁନିଆର ୧୨.୭% ମୁସଲମାନ ଲୋକ ଏଠାରେ ରୁହନ୍ତି। ଏହାପରେ ପାକିସ୍ତାନରେ ୧୧% ମୁସଲମାନ ରୁହନ୍ତି। ତେବେ ଆମେ ଜାଣିଛେ ଯେ କେବଳ ହିନ୍ଦୁ ଧର୍ମର ଲୋକ ରାମ ଭଗବାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ଦୁନିଆର ସବୁଠୁ ବଡ଼ ମୁସଲିମ ଦେଶରେ ଲୋକମାନେ ମଧ୍ୟ ରାମ ଭଗବାନଙ୍କୁ ପୂଜା କରିଥାନ୍ତି। ଏହା ପଛରେ କଣ କାରଣ ରହିଛି ଜାଣନ୍ତୁ।

ଏହି ଦେଶରେ ଲୋକମାନେ ଭଗବାନ ରାମଙ୍କୁ ନିଜ ପ୍ରଭୁ ବୋଲି ମାନିଥାନ୍ତି। ଏଠାରେ ରାମୟଣକୁ ମହତ୍ୱପୂର୍ଣ୍ଣ ଗ୍ରନ୍ଥ ରୂପେ ମନାଯାଏ। ରାମାୟଣକୁ ନେଇ ପ୍ରତ୍ୟେକଙ୍କ ମନରେ ରହିଛି ଅନେକ ସମ୍ମାନ। ଏଠାରେ ରାମାୟଣକୁ କାକାବୀନ ବା କକାନିନ ରାମାୟଣ କୁହାଯାଏ। ଆମ ଦେଶରେ ମହର୍ଷି ବାଲ୍ମୀକିଙ୍କୁ ରାମାୟଣର ରଚୟିତା ମାନୁଥିବା ବେଳେ ଇଣ୍ଡୋନେସିଆରେ କକାନିନ ରାମାୟଣର ରଚୟିତା କବି ଯୋଗେଶ୍ୱରଙ୍କୁ ମନାଯାଏ। ତେବେ ଏହି ଦେଶରେ ରାମାୟଣ ଗ୍ରନ୍ଥରେ ମୋଟ ୨୬ଟି ଅଧ୍ୟାୟ ରହିଛି। କିନ୍ତୁ ଏଥିରେ ଭଗବାନ ରାମଙ୍କ ପିତାଙ୍କ ନାମ ଦଶରଥ ନୁହେଁ ବରଂ ବିଶ୍ୱରଞ୍ଜନ ରହିଥିବାର ଶୁଣିବାକୁ ମିଳେ। ଏଠାରେ ରାମଙ୍କ ଜନ୍ମରୁ ହିଁ ରାମାୟଣ ଆରମ୍ଭ ହୋଇଛି। ବିଶ୍ୱାମିତ୍ରଙ୍କ ସହ ଭଗବାନ ରାମ ଓ ଲକ୍ଷ୍ମଣଙ୍କ ବନ ପ୍ରସ୍ଥାନରୁ ଋଷି ମାନଙ୍କ ଦ୍ୱାରା ମଙ୍ଗଳାଚରଣ ହୋଇଛି। ତେବେ କକାନିନ ରାମାୟଣରେ ଭଗବାନ ରାମଙ୍କ ଜନ୍ମ ସମୟରେ ଇଣ୍ଡୋନେସିଆର ବାଦ୍ୟ ଯନ୍ତ୍ର ଗାମଲାନ ବ୍ୟବହାର କରାଯାଉଥିବାର ଶୁଣିବାକୁ ମିଳିଛି।

ଇଣ୍ଡୋନେସିଆ ସରକାର ୧୯୭୩ ମସିହାରେ ଏଥିପାଇଁ ଏକ ଅନ୍ତରାଷ୍ଟ୍ରୀୟ ରାମାୟଣ ସମ୍ମିଳନୀର ଆୟୋଜନ କରିଥିଲେ । ସେହି ସମୟରେ ସାରା ଦୁନିଆରେ ଏହି ଆୟୋଜନକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଦୁନିଆରେ ପ୍ରଥମ ଥର ପାଇଁ ଏକ ମୁସଲିମ ରାଷ୍ଟ୍ର ଅନ୍ୟ ଧର୍ମର ଧର୍ମଗ୍ରନ୍ଥକୁ ସମ୍ମାନ ଦେଇ ଏଭଳି ବଡ଼ ଆୟୋଜନ କରିଥିଲା। ମୁସଲିମ ପ୍ରବଣ ଦେଶ ଇଣ୍ଡୋନେସିଆରେ ଏବେ ବି ରାମ ଭଗବାନଙ୍କୁ ନେଇ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସର ଅନ୍ୟନ୍ୟ ଝଲକ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.