ଇନ୍ଦୋର ସରଫାରେ ମିଳୁଛି ସୁନାର କୁଲଫି, ଇନ୍ଦୋର ବୁଲିବାକୁ ଯାଉଥିଲେ ମଜା ନିଶ୍ଚୟ ଉଠାନ୍ତୁ

ଖରାଦିନ ଆସିଲେ ପିଲାଠୁ ବୁଢା ଥଣ୍ଡାପାନୀୟ ସହ ଲସି ପିଇବାକୁ ପସନ୍ଦ କରିଥାନ୍ତି । ଏପରିକି ଖରାରେ କୁଲଫି ଖାଇବା ପାଇଁ ଅନେକ ପସନ୍ଦ କରିଥାନ୍ତି । ଏହି ଦିନ ମାନଙ୍କରେ କୁଲଫିର ଚାହିଦା ବେଶ ଅଧିକ ରହିଥାଏ । ଦୋକାନୀ ବିଭିନ୍ନ ଫ୍ଲେବରର କୁଲଫି ଗରାଖଙ୍କୁ ଭେଟି ଦେଇଥାନ୍ତି । ଇନ୍ଦୋରର ଏକ କୁଲଫି ଦୋକାନୀ ସୁନାର କୁଲଫି ବିକ୍ରି କରୁଛନ୍ତି । ଯାହାର ଦାମ୍‌ ରହିଛି ୩୫୧ ଟଙ୍କା ।

କେନ୍ୟୁଜ୍‌(ବ୍ୟୁରୋ):  ଚାଲିଛି ଗ୍ରୀଷ୍ମ ପ୍ରଭାବ । ଚାରିଆଡ଼େ ଡହ ଡହ ଖରା । ତାତିରେ ତାଳୁ ଫାଟି ପଡ଼ୁଛି । ଏଥିରେ ପୁଣି ମେ ମାସର ଖରା । ଯେଉଁ ମାସରେ ସବୁଠି ଅଧିକ ଖରା ଅନୁଭୁତ ହୋଇଥାଏ । ଦେଶର ପ୍ରାୟ ସହରରେ ପାରା ୩୦ରୁ ୪୦ ଉପରେ । ତା ତଳକୁ ତ ଖସିବାର ନା ହିଁ ନାହିଁ । ଖରାର ଦାଉରୁ ରକ୍ଷା ପାଇବା ପାଇଁ ବାଟରେ ଯାଉଥିବା ବାଟଇ ଦହଗଞ୍ଜ ହେଉଛନ୍ତି । ଏହି ସମୟରେ ଯଦି ଛାଇଟିକେ ମିଳିଯାଏ ଓ  ତାସହ ଥଣ୍ଡା ପାନୀୟ ସେସୁଖ ସ୍ୱର୍ଗଠୁ ବଳିକି ।

ଖରାଦିନ ଆସିଲେ ପିଲାଠୁ ବୁଢା ଥଣ୍ଡାପାନୀୟ ସହ ଲସି ପିଇବାକୁ ପସନ୍ଦ କରିଥାନ୍ତି । ଏହାସହ ବିଭିନ୍ନ ପ୍ରକାରର ଫଳ ତଥା ଆଇସକ୍ରିମର ମଜା ଉଠାଇଥାନ୍ତି । ଏପରିକି ଖରାରେ କୁଲଫି ଖାଇବା ପାଇଁ ଅନେକ ପସନ୍ଦ କରିଥାନ୍ତି । ଅର୍ଥାତ ଏହି ଦିନ ମାନଙ୍କରେ କୁଲଫିର ଚାହିଦା ବେଶ ଅଧିକ ରହିଥାଏ । ଦୋକାନୀ ବିଭିନ୍ନ ଫ୍ଲେବରର କୁଲଫି ଗରାଖଙ୍କୁ ଭେଟି ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରକାରର କୁଲଫି ବଜାରରେ ମିଳିଥାଏ । ମଲାଇ କୁଲଫି, ପିସ୍ତା କୁଲଫି, ଆମ୍ବ କୁଲଫି, ଷ୍ଟବ୍ରେରୀ କୁଲଫି, ବଟର କ୍ସଚ କୁଲଫି, ଲିଚି କୁଲଫି, କେସର ପିସ୍ତା କୁଲଫି, କେସର ବାଦାମ କୁଲଫି, ଗୁଲାବ ବାଦାମ କୁଲଫି, ଚକଲେଟ କୁଲଫି, ରୋଷ୍ଟେଡ ଆଲମଣ୍ଡ, କାଜୁ କିସମିସ୍‌ କୁଲଫି, ବ୍ଲାକ କରେଣ୍ଟ କୁଲଫି, କେସର କୁଲଫି, ରବରି କୁଲଫି, ଫଲୁଦା କୁଲଫି  ଓ ଡ୍ରାଏ ଫ୍ରୁଟସ ଭଳି କୁଲଫି ମିଳିଥାଏ । ଏସବୁ କୁଲଫିର ମଜା ଆପଣ ଦିନେ ନା ଦିନେ ନିଶ୍ଚୟ ଉଠାଇଥିବେ । ହେଲେ କେବେ ସୁନାର କୁଲଫି ଖାଇଛନ୍ତି । ଇନ୍ଦୋରର ଏକ କୁଲଫି ଦୋକାନୀ ସୁନାର କୁଲଫି ବିକ୍ରି କରୁଛନ୍ତି । ଯାହାର ଦାମ୍‌ ରହିଛି ୩୫୧ ଟଙ୍କା । ଏହି  କୁଲଫିର ମଜା ନେବାପାଇଁ ତାଙ୍କ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଏକ ଷ୍ଟ୍ର୍‌ିଟ ଭେଣ୍ଡରଙ୍କୁ ସୁନାର ପରତ ଥିବା କୁଲଫି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ତାଙ୍କ ଦୋକାନକୁ ଆସୁଥିବା ଗରାଖଙ୍କୁ ପ୍ରଥମେ ସେ ଜୟ ଶ୍ରୀ ମହାକାଳ କହି ଅଭିବାଦନ ଜଣାଉଛନ୍ତି । ଏହାପରେ ବରାଦ ଅନୁସାରେ  ଫ୍ରିଜର ଭିତରୁ କୁଲଫିକୁ କାଢିକି ହାତରେ ଘଷୁଛନ୍ତି । କୁଲଫି ସେଟ୍‌ ହୋଇଗଲା ପରେ ତା ଉପରେ ୨୪ କ୍ୟାରେଟ ସୁନାରେ ତିଆରି ପେପରର ପରତ ଚଢାଉଛନ୍ତି । କୁଲଫିର ରଙ୍ଗବି ସୁନା ରଙ୍ଗର । କେସର ପିସ୍ତାରେ ତିଆରି କୁଲଫି ତାଙ୍କର ବେସିକ ଟେଷ୍ଟ ଥିବା କଥା କହୁଛନ୍ତି । ଏହାପରେ ଗରାଖକୁ କୁଲଫି ଖାଇବାକୁ ଦେଉଛନ୍ତି । ଏହାର ଦାମ୍‌ ସେ ରଖିଛନ୍ତି ୩୫୧ ଟଙ୍କା ।

ମଧ୍ୟ ପ୍ରଦେଶର ଇନ୍ଦୋର ସରଫା ଅଞ୍ଚଳରେ ଏହି ଦୋକାନ ରହିଛି । ଦୋକାନର ନା ପ୍ରକାଶ କୁଲଫି । କୁଲଫି ବିକାଳି ଜଣକ ବେକରେ ଓ ହାତରେ ସୁନାର ଅଳଙ୍କାର ପିନ୍ଧି ଥିବାର ନଜର ଆସୁଛନ୍ତି । ଏହି ଦୋକାନ ଇନ୍ଦୋର ବହୁ ପପୁଲାର । ଏହି ଭିଡିଓକୁ ମାମି କି ଢାବା ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୪୮ ହଜାରରୁ ଅଧିକ ଲାଇକ ମିଳି ସାରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.