ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପ୍ରେମ କରିବସୁଛି ଛୋଟ ଶିଶୁ, ଥରେ ଦେଖନ୍ତୁ ଏହି ଭିଡିଓ

ପ୍ରେମ କେଉଁଠି ବି କାହା ସହିତ ହୋଇପାରେ । ଏହି ଉକ୍ତିକୁ ଶୁଣିଥିବେ ଆପଣମାନେ । ଛୋଟରୁ ବଡ ହୋଇଥିବାବେଳେ କେଉଁଠି ନା କେଉଁଠି ଏହି କଥାଟି ଆପଣଙ୍କ କାନରେ ନିଶ୍ଚିତ ରୂପେ ପଡିଥିବ । କିଛି ଲୋକ ତ ଖୋଜି ଖୋଜି ବି ତାଙ୍କୁ ଜୀବନ ସାରା ପ୍ରକୃତ ପ୍ରେମ ମିଳେନାହିଁ । ନିଜର ସବୁ ସାରି ଦେଇଥିଲେବି ତାଙ୍କୁ ପ୍ରକୃତ ପ୍ରେମ ଟିକିଏ ବି ମିଳିନଥାଏ । ବ୍ୟକ୍ତିଙ୍କ ହାବଭାବରୁ ହିଁ ଜଣାପଡ଼ିଯାଏ ସେମାନେ ପ୍ରକୃତରେ ପ୍ରେମରେ ପଡିଛନ୍ତି ନା ନାହିଁ । କିନ୍ତୁ ଯଦି ଆପଣ ଭାବୁଥାନ୍ତିକି ପ୍ରେମ ତ କେବଳ ମାତ୍ର ଯୁବପିଢ଼ିଙ୍କ ମଧ୍ୟରେ ହିଁ ସମ୍ଭବ ହୋଇଥାଏ । ତେବେ ଏହା ଭୁଲ । ପ୍ରେମ ତ କେଉଁ ବି ବୟସରେ, କାହା ସହିତ, କେଉଁଠି ବି ହୋଇପାରେ | ଏଇ ନିକଟରେ ଭାଇରଲ ହେଉଥିବା ଏକ ଭିଡିଓରୁ ଆପଣ ଏହା ପତ୍ତା ଲଗାଇପାରିବେ । ଗୋଟେ ଛୋଟ ଶିଶୁ ଟିକୁ କିପରି ଡାକ୍ତର ଚିକିତ୍ସା କରୁଥିବା ସମୟରେ ସେ ତାଙ୍କ ପ୍ରେମରେ ପଡିଯାଉଛି । ଏମିତି ହିଁ ଏକ ଶିଶୁର ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛିଯେ କିପରି ଏକ ଛୋଟ ଶିଶୁକୁ ଜଣେ ମହିଳା ଡାକ୍ତର ଷ୍ଟେଥୋ ପକାଇ ଚିକିତ୍ସା କରୁଥିବା ସମୟରେ ସେ ଖୁବ ପ୍ରେମର ସହିତ ଧୀରେ ଧୀରେ କରି ତାଙ୍କ ଉପରେ ଲୋଟି ପଡୁଛି । କିନ୍ତୁ ଯେମିତିହିଁ ଡାକ୍ତର ଜଣଙ୍କ ତା ସହିତ ଟିକେ ଲାଗୁଛନ୍ତି ସେ ଖୁବ ବଢିଆ ଏକ୍ସପ୍ରେସନ ଦଉଛି । କହିରଖୁଛୁକି ଏହାକୁ ଖବର ଲେଖାଯିବା ଭିତରେ ୪୦ ଲକ୍ଷରୁ ଅଧିଆଙ୍କ ଜଣ ଦେଖିସାରିଲେଣି । ଲୋକେ ଲେଖିଛନ୍ତିକି ଏହି ସୁନ୍ଦର ଭିଡିଓଟି ତାଙ୍କ ହୃଦୟକୁ ଛୁଇଁ ଦେଇଯାଇଛି ।

Leave A Reply

Your email address will not be published.