କମିବ ନପୁଂସକତା ମାମଲା, କହିଲେ ବୈଜ୍ଞାନିକ

ବର୍ତ୍ତମାନ ପିଲାଜନ୍ମ ହେବା ଯେମିତି ଭାଗ୍ୟର କଥା । ଏବେ ଏମିତି ସମୟ ହେଲାଣି ଯେ ଦୁନିଆରେ ଅନେକ ଦମ୍ପତ୍ତିଙ୍କୁ ମାତା ପିତା ହେବାରେ ସମସ୍ୟାର ସାମନା କରିବାକୁ ପଡୁଛି । ଏସବୁ ଭିତରେ କୋଉଠି ପୁରୁଷ ତ କେଉଁଠି ମହିଳା ଦାୟୀ ହୋଇଥାନ୍ତି । କିନ୍ତୁ ବିଶେଷକରି ଦେଖିବାକୁ ମିଳୁଛି କି ପୁରୁଷମାନଙ୍କଠାରେ ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଏହାର ସମାଧାନ ପାଇଁ ଜାପାନରେ ବୈଜ୍ଞାନିକ ଏକ ଲମ୍ବା ସମୟ ଧରି ପରୀକ୍ଷା ନିରୀକ୍ଷା କରିବା ପରେ ଶୁକ୍ରାଣୁ କୋଶିକା ବିକଶିତ କରିଛନ୍ତି ।

ଏହି ଶୁକ୍ରାଣୁ କୋଶିକାର ପରୀକ୍ଷା ପାଇଁ ପ୍ରଥମେ ମୂଷା ଉପରେ ଟ୍ରାଏଲ କରାଗଲା । ଆଉ ଏହି ଟ୍ରାଏଲ ସଫଳ ହୋଇଥିଲା । ବୈଜ୍ଞାନିକଙ୍କର କହିବା କଥା କି ଭବିଷ୍ୟରେ ଲ୍ୟାବରେ ତିଆରି ହୋବାକୁ ଥିବା ଶୁକ୍ରାଣୁରୁ ସେହି ପୁରୁଷଙ୍କୁ ଲାଭ ମିଳିବ ଯୋଉଁ ମାନେ ବାପା ହେବାରେ ସମସ୍ୟା ଭୋଗୁଛନ୍ତି ଅବା ହୋଇପାରୁନାହାନ୍ତି । ଜାଣିବା ଏହା କେମିତି ହେଲା ଏବେ କିଭଳି ଫଳପ୍ରଦ ହେଉଛି ।

ପ୍ରଥମେ ଏହାକୁ ବୁଝିବାକୁ ପଡେ । ରିସର୍ଚ୍ଚ କରୁଥିବା ଜାପାନର ଟୋକିଓ ୟ.ୁନିଭରସିଟିର ବୈଜ୍ଞାନକଙ୍କର କହିବା କଥା କି ଏହି ପ୍ରୟୋଗ ପ୍ରଥମେ ମୂଷା ଉପରେ କରାଯାଇଛି । ଶୁକ୍ରାଣୁ କୋଷିକାର ତିଆରି ପାଇଁ ମୂଷା ଶରୀରରୁ କୋଷିକା ନିଆଯାଇଥିଲା । ଏହାକୁ ଅନେକ କେମିକାଲ ମିଶ୍ରଣର ସାହାଯ୍ୟରେ ମିଶାଇ ପୁରୁଷ ମୂଷାଙ୍କର ବିର୍ଜକୋଷରେ ପଠାଗଲା ।

ନୂଆ ଶୁକ୍ରାଣୁ କୋଷିକାଗୁଡିକ ପୁରୁଷ ମୂଷାଙ୍କ ମଧ୍ୟରେ ପହଞ୍ଚିବାର କିଛି ସମୟ ପରେ ମେଚ୍ୟୋର ହୋଇଥିଲା । ଏହାପରେ ଏହାକୁ ମା ମୂଷାର ଅଣ୍ଡାରେ ଇନ୍ଜେକ୍ଟ କରାଗଲା । ଦେଖିବାକୁ ମିଳିଲା କି ଏହି ପ୍ରୟୋଗ ସଫଳ ହୋଇଛି । ଅର୍ଥାତ ମୂଷାର ପିଲା ହୋଇଥିଲା । ଏହା ଗୋଟେ ପ୍ରକାର ଆଇଭିଏଫ ପ୍ରକ୍ରିୟା ବୋଲି କୁହାଯାଉଛି ।

ଲଣ୍ଡନର ପ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟର ପ୍ରଫେସର ରୋବିନ ଲୋବେଲ ବୈଜଙ୍କର କହିବା କଥା କି ଏହି ପ୍ରୟୋଗରୁ ଏହା ପ୍ରମାଣ ହେଉଛି କି ଦିନେ ନା ଦିନେ ମଣିଷ ସ୍ପର୍ମ ମଧ୍ୟ ତିଆରି କରାଯାଇପାରିବ । ଯଦି ଏହା ହେଉଛି ତେବେ ସବୁଠୁ ପ୍ରଥମ ମଣିଷର ସ୍କିନର କୋଷିକାଗୁଡିକୁ ଷ୍ଟେମ କୋଷିକାରେ କନଭର୍ଟ କରାଯାଇପାରିବ ।

ଦର୍ଶକବନ୍ଧୁ ବୈଜ୍ଞାନିକମାନେ ଏପରି ବି କହିଛନ୍ତି କି ରିସର୍ଚ୍ଚର ସଫଳତା ଏହି କଥା ସାବ୍ୟସ୍ତ କରୁଛି କି ଲ୍ୟାବରେ ଦିନେ ମଣିଷର ଶୁକ୍ରାଣୁ ତିଆରି ହୋଇପାରିବ ଏବଂ ନପୁଂସକତା ମାମଲାରେ କମି ଆସିପାରିବ । ଦୁନିଆରେ ଏଭଳି ଲକ୍ଷ ଲକ୍ଷ କପଲ ରହିଛନ୍ତି ଯେଉଁମାନେ ବାପା ମାଆ ହେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.