ପିଲାଙ୍କୁ ମାରପିଟ୍ କରିବା ବଦଳରେ କରନ୍ତୁ ଏହି କାମ, ମାନିବେ ଆପଣଙ୍କର ସବୁ କଥା

ଅଧିକ ସ୍ନେହ ଶ୍ରଦ୍ଧା ଯୋଗୁ ପିଲାମାନେ ବିଗିଡ଼ି ଯାଇଥାନ୍ତି। ପିଲା ଛୋଟ ଥିବା ବେଳେ ତାଙ୍କ ସମସ୍ତ ଜିଦକୁ ବାପା ମା ନିର୍ଦ୍ୱନ୍ଦ୍ୱରେ ପୂରଣ କରିଥାନ୍ତି। ଏଣୁ ବଡ଼ ହେବା ପରେ ବି ସେହି ଅଭ୍ୟାସ ରହିଯାଏ। ଫଳରେ ପିଲାମାନେ ଜିଦିଆ ହୋଇଯାଆନ୍ତି। ଏହି ବଦଭ୍ୟାସ ଯୋଗୁ ଅଭିଭାବକମାନେ ସବୁଠୁ ବେଶୀ ଅସୁବିଧାରେ ପଡ଼ନ୍ତି। ତେବେ କିଛି ପିତାମାତା ଭାବନ୍ତି ଯେ ମାଡ଼ ମାରି ପିଲାଙ୍କୁ ଠିକ ରାସ୍ତାକୁ ଆଣି ହେବ। ଏଣୁ ସେମାନେ ଛୋଟ ଛୋଟ ଭୁଲ ପାଇଁ ବି ପିଲା ଉପରକୁ ହାତ ଉଠାଇଥାନ୍ତି। କିନ୍ତୁ ପ୍ରକୃତରେ ଏମିତି କରିବା ଭୁଲ।

ପିଲା ଯଦି କିଛି ଭୁଲ କରୁଛି ତେବେ ତାକୁ ଶାସନ କରି ନୁହେଁ ବୁଝେଇ ମଧ୍ୟ ହେବ। ମାଡ଼ ପିଟ କରିବା ଦ୍ୱାରା ପିଲାମାନେ ଅଧିକ ଜିଦିଆ ହୋଇଥାନ୍ତି। ସେମାନେ ସେହି ସମୟରେ ତ ଆପଣଙ୍କ କଥା ମାନିଯିବେ କିନ୍ତୁ ପର ମୁହୂର୍ତ୍ତରେ ନିଜ ଇଚ୍ଛା ଅନୁସାରେ କାମ କରିବେ। ଆଉ ଯଦି କୌଣସି ଭୁଲ ପାଇଁ ଆପଣ ଛୁଆକୁ ଦଣ୍ଡ ଦେଉଛନ୍ତି ତେବେ ପରେ ଯଦି ଛୁଆ ସେ ଭୁଲ କରେ ତେବେ ଆପଣଙ୍କୁ ଲୁଚାଇ ବିପାରେ। ଏହା ପରେ ବିପଦର କାରଣ ସାଜିପାରେ।

Spanking, Whooping, Beating: It's All Hitting | HuffPost Life

ଏଣୁ ଛୁଆ ଯଦି କିଛି ଭୁଲ କରୁଛି ତେବେ ତାକୁ ମାଡ଼ ନ ମାରି ଭଲରେ ଆରାମରେ ବସି ବୁଝାନ୍ତୁ। ସେ କାହିଁକି ସେ ଭଳି ଭୁଲ କଲା ତାକୁ ପଚାରନ୍ତୁ। ଏହି ଭୁଲ ଦ୍ୱାରା କଣ କଣ ଅସୁବିଧା ହେବ ତାକୁ କୁହନ୍ତୁ। ଏହା ଦ୍ୱାରା ଛୁଆ ନିଜ ଭୁଲ ବୁଝିପାରିବ ଓ ପରେ କେବେ ସେମିତି କରିବ ନାହିଁ।

Time outs' don't do any harm, parents told - BBC News

କିଛି ମାତାପିତା ଛୁଆର ପାଠ ପାଇଁ ବିରକ୍ତ ହୋଇଥାନ୍ତି। କାହିଁକି ପାଠ ପଢୁନୁ କହି ବାଡ଼ିଆପିଟା କରିଥାନ୍ତି। ଆପଣ ବି ଯଦି ଛୁଆ ସହ ଏଭଳି ବ୍ୟବହାର କରୁଥାନ୍ତି ତେବେ ଆଜି ହିଁ ଏହି ଅଭ୍ୟାସ ବଦଳାନ୍ତୁ। କାରଣ ମାଡ଼ ମାରିବା ଦ୍ୱାରା ପିଲା ପାଠ ମନେ ରଖିପାରେ ନାହିଁ। ଏଥିପାଇଁ ସେ ପାଠ ବୁଝିବା ଦରକାର। ଛୁଆକୁ ସେ ବୁଝିବା ଭଳି ପାଠ ବୁଝାନ୍ତୁ। ଦେଖିବେ ସେ ଆରାମରେ ପାଠ ପଢିବାକୁ ବସିବ। ପିଟାପିଟି କଲେ ଛୁଆର ପାଠ ପ୍ରତି ଭୟ ବଢ଼ିବ। ଏମିତି ବି ହେଇ ପାରେ ସେ ଆଉ କେବେ ଆପଣଙ୍କୁ ପାଠ ପଚାରିବି ନ ପାରେ। ଏଣୁ ଛୁଆଙ୍କୁ ସବୁବେଳେ ଶାନ୍ତ ହୋଇ ପଢ଼ାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.