ବୈଦନାଥ ଧାମକୁ ନେଇ ରହିଛି ଏହିବଡ଼ ରହସ୍ୟ, ସତୀଙ୍କ ହୃଦୟ ପଡ଼ିବା ସହିତ ଏଠାରେ ଲୁଚି ରହିଛି ଅନେକ ତଥ୍ୟ

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା ପାଆନ୍ତି। ସେହିପରି ସନାନତ ଧର୍ମାବଲମ୍ବୀ ଲୋକ ଶୈବ ଉପାସନା କରିଥାନ୍ତି। ବେଦରେ ମହାଦେବଙ୍କୁ ରୁଦ୍ର ରୂୂପରେ ପୂଜା କରାଯାଏ। ସାଧାରଣତଃ ଶିବ ଯୋଗୀ ରୂପରେ ପ୍ରତିଷ୍ଠା ପାଇଛନ୍ତି।

ଉଭୟ ଶିବଲିଙ୍ଗ ଓ ମୂର୍ତ୍ତିରେ ଆମେ ଭଗବାନ ଭୋଳାନାଥଙ୍କୁ ପୂଜା କରିଥାଉ।କିନ୍ତୁ ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବାର ସମସ୍ତଙ୍କର ବଡ଼ ଇଚ୍ଛା ଥାଏ। ଆଜି ଆମେ ଆପଣଙ୍କୁ ବୈଦନାଥ ଧାମର କିଛି ରୋଚକ କଥା ସମ୍ପର୍କରେ କହିବୁ । ଯାହାକୁ ଆପଣ ଜାଣିନଥିବେ।

ସାରା ଦେଶରେ ବିରାଜମାନ ଭଗବାନ ଶିବଙ୍କ ୧୨ ଟି ଜ୍ୟୋତିର୍ଲିଙ୍ଗ ସହ ଜଡ଼ିତ ରୋଚକ ତଥ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରେ। ପ୍ରତ୍ୟେକ ସ୍ଥାନରେ ଥିବା ଜ୍ୟୋତିର୍ଲିଙ୍ଗ ନିଜର ସ୍ୱତନ୍ତ୍ରତା ତଥା ମହତ୍ତ୍ୱ ପୂର୍ଣ୍ଣ ଗାଥା ପାଇଁ ପ୍ରସିଦ୍ଧି ଲାଭ କରିଛି। ଆଜି ଆମେ ଯେଉଁ ଧାମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ବୈଦନାଥ ଧାମ ବିଷୟରେ..

ବୈଦନାଥ ଜ୍ୟୋତିର୍ଲିଙ୍ଗ କୁ ନେଇ ଏକ କଥା ଆଜି ବି ରହସ୍ୟ ଘେରରେ ରହିଛି। ଯେକୈାଣସି ଭକ୍ତ ନିଜ ମନୋକାମନା ନେଇ ଏହି ମନ୍ଦିରକୁ ଆସେ ଏହି ଶିବଲିଙ୍ଗକୁ ସ୍ପର୍ଶ କରିବା ମାତ୍ରେ ନିଜ ଇଚ୍ଛାକୁ ଭୁଲି ଯାନ୍ତି।

ଏହାସହିତ ଆପଣ ସବୁବେଳେ ଭଗବାନ ଶିବଙ୍କ ମନ୍ଦିରରେ ତ୍ରିଶୁଳ ଥିବାର ଦେଖିଥିବେ। କିନ୍ତୁ ବୈଦନାଥ ଧାମରେ ପଞ୍ଚଶୁଳ ଲଗାଯାଇଛି। ବୈଦନାଥ ଧାମରେ ତ୍ରିଶୁଳ ନାହିଁ, ବାବାଙ୍କ ପାଖରେ ଥିବା ପଞ୍ଚଶୀଳ ଏହି ସ୍ଥାନର ଗୁରୁତ୍ୱ ବହନ କରିଥାଏ।

ମାନ୍ୟତା ରହିଛି ଯେ ଯେପର୍ଯ୍ୟନ୍ତ ପଞ୍ଚଶୁଳ ଏହି ମନ୍ଦିରରେ ରହିଛି ସେବେ ପର୍ଯ୍ୟନ୍ତ ଏହି ମନ୍ଦିରର କେହି ବି ଖରାପ କରିପାରିବେ ନାହିଁ। ମାନେ ମନ୍ଦିରରେ ଥିବା ଏହି ପଞ୍ଚଶୁଳା ଏହାର ସୁରକ୍ଷା କବଚ ରୂପେ ସ୍ଥାପିତ କରାଯାଇଛି।

ଏଭଳି ମାନ୍ୟତା ରହିଛି ଯେ ଏହି ପଞ୍ଚଶୁଳା ମାନବ ଶରୀରର ପାଞ୍ଚଟି ବିକାର ମାନେ କାମ, କ୍ରୋଧ, ମୋହ, ଲୋଭ ଓ ଅଂହକାର ର ପ୍ରତୀକ।
ପୁରାଣକୁ ଅନୁଧ୍ୟାନ କଲେ ଜଣାପଡେ ଯେ ମାତା ସତୀଙ୍କ ହୃଦୟ ଏହି ସ୍ଥାନରେ ପଡ଼ିଥିଲା। ଆଉ କୁହାଯାଏ ଯେ ଏଠାରେ ଭଗବାନ ଶିବ ମାତା ସତୀଙ୍କ ହୃଦୟ ରେ ବିରାଜମାନ ଅଛନ୍ତି। ତେଣୁ ଏହି କାରଣରୁ ଏହିପୀଠକୁ ହୃଦୟପୀଠ ନାମରେ ଜଣାଯାଏ।

ରାବଣ ନିଜ ତପସ୍ୟା ବଳରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ଲଙ୍କା ଯିବା ପାଇଁ କହିଥିଲେ। ସେହି ସମୟରେ ଭଗବାନ କହିଥିଲେ ଯେ ଯଦି ରାସ୍ତାରେ ଯିବା ସମୟରେ ମୋତେ କୈାଣସି ସ୍ଥାନରେ ରଖିଦେଉ ତେବେ ମୁଁ ସେଠାରେ ସ୍ଥାପିତ ହୋଇଯିବି। ଏମିତିରେ ବୈଜନାଥ ଧାମରେ ରାବଣ ଏହାକୁ ଭୁଳ ବଶତଃ ସ୍ଥାପିତ କରିଥିବାର ଶୁଣିବାକୁ ମିଳେ। ଏହାକୁ ତେଣୁ ରାବେଣେଶ୍ୱର ନାମରେ ମଧ୍ୟ ଜଣାଯାଏ।