ଏଠାରେ ମହିଳା ଓ ପୁରୁଷ ପିନ୍ଧନ୍ତି ଏକାଭଳି ପୋଷାକ, ଜାଣନ୍ତୁ ଏହି ଦେଶ ସହିତ ଜଡିତ ଆଉ କିଛି ରୋଚକ ତଥ୍ୟ

ଦୁନିଆରେ ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ପରିଚୟ ରହିଥାଏ। ଏମିତି କେତେକ ଦେଶ ରହିଛି, ଯେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଏହା ସମଗ୍ର ଦୁନିଆରେ ଲୋକପ୍ରିୟ ଏବଂ ଜଣାଶୁଣା ହୋଇଥାଏ। ସେହିପରି ଅନେକ ଦେଶ ରହିଛି, ଯେଉଁଠିକାର ସଂସ୍କୃତି ଏବଂ ନାଗରିକଙ୍କ ଚଳଣୀ ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ। ଏମିତି ଦେଶ ହେଉଛି ମେଡାଗାସ୍କର। ଏହା ଦୁନିଆର ଚତୁର୍ଥ ସବୁଠାରୁ ବଡ ଦ୍ୱୀପ। ତେବେ ଏଠିକାର ଏମିତି କିଛି ବିଶେଷ ତଥ୍ୟ ରହିଛି, ଯାହା ଏହି ଦ୍ୱୀପକୁ ସ୍ୱତନ୍ତ୍ର କରିଥାଏ।
ମେଡାଗାସ୍କରର ପୁରା ନାମ ରିପବ୍ଲିକ ଅଫ ମେଡାଗାସ୍କର। ଯାହା ଆଫ୍ରିକାର ଦକ୍ଷିଣ ତଟରେ ଥିବା ଭାରତ ମହାସାଗରରେ ଥିବା ଏକ ଦ୍ୱୀପ ଦେଶ। ଏହି ଦେଶରେ ବସବାସ କରୁଥିବା ଲୋକ ବୋର୍ନିଆ ଦ୍ୱୀପରୁ ଆସିଥିଲେ। ଯାହା ଏବେ ବ୍ରୁନେଇ, ଇଣ୍ଡୋନେସିଆ ଏବଂ ମାଲେସିଆ ମଧ୍ୟରେ ବିଭାଜିତ।
ମେଡାଗାସ୍କର ନାଗରିକଙ୍କ ପୋଷାକ :
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏଠାରେ ସମସ୍ତ ପିଲା, ବୃଦ୍ଧ ଏବଂ ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତ ଲୋକ ସମାନ ପୋଷାକ ପିନ୍ଧନ୍ତି। ଏହି ପୋଷାକକୁ ସ୍ଥାନୀୟ ଭାଷା ହିସାବରେ ‘ଲାମ୍ବା’ ମଧ୍ୟ କୁହାଯାଏ। କେବଳ ଜୀବିତ ଲୋକ ନୁହଁନ୍ତି ବରଂ ମୃତକଙ୍କ ପାଇଁ ମଧ୍ୟ ଏହି ଲାମ୍ବା ପୋଷାକର ବ୍ୟବହାର କରାଯାଏ।
ଏଠାରେ ଅଲଗା ରଙ୍ଗର ମାଟି ଦେଖାଯାଉଥିବାରୁ ମେଡାଗାସ୍କରକୁ ରେଡ ଆଇଲ୍ୟାଣ୍ଡ ବୋଲି କୁହାଯାଏ। ଏଠାରେ ଏମିତି କିଛି ଔଷଧୀୟ ଗଛ ପ୍ରଜାତି ରହିଛି, ଯାହାକୁ ହର୍ବାଲ ଉପଚାର ପାଇଁ ବ୍ୟବହାର କରାଯାଏ। ପ୍ରାକୃତିକ ରୂପେ ଧନୀ ହୋଇଥିବା କାରଣରୁ ମେଡାଗାସ୍କର ଆଫ୍ରିକାର ସବୁଠାରୁ ଗରିବ ଦେଶ ମଧ୍ୟରେ ଅନ୍ୟତମ। ଏଠାରେ ଲୋକ ମାଲାଗାସୀ ଏବଂ ଫ୍ରେଞ୍ଚ ଭାଷା କୁହନ୍ତି। ଏଠାରେ ପାଖାପାଖି ୭୫ ପ୍ରତିଶତ ସ୍ଥାନୀୟ ଜାତି ରହିଛନ୍ତି। ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ। ଏହି ଦ୍ୱୀପରେ ଏପରି ଅନେକ ଜନ୍ତୁ ରହିଛନ୍ତି, ଯାହା ବହୁତ ଅସାଧାରଣ। ଯେପରିକି କଳା ମୂଷା, ଚମକୁଥିବା ଏଣ୍ଡୁଅ ସାମିଲ ରହିଛନ୍ତି। କିନ୍ତୁ ଏବେ ଏଠାରୁ ଏହି ଜୀବ ବିଲୁପ୍ତ ହେବାକୁ ବସିଲେଣି।