ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ ରହିଛି ଏହି ମନ୍ଦିରରେ, କ’ଣ ଆପଣ ଜାଣିଛନ୍ତି କି?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ଓ ଅମୃତ କଥା ଆପଣ ଜାଣିଥିବେ। ଅମୃତକୁ ତ ସମସ୍ତେ ପାଇବାକୁ ଚାହିଁଲେ । କିନ୍ତୁ ବିଷ ପାନ ପାଇଁ କେବଳ ଶିବଶଙ୍କର ହିଁ ଆଗକୁ ଆସିଲେ। ଯାହାପରେ ସେ ବିଷକୁ ନିଜ କଣ୍ଠରେ ଧରି ରଖିଲେ। ସେଥିପାଇର୍ ତ ତାଙ୍କୁ ନୀଳକଣ୍ଠେଶ୍ୱର କୁହାଯାଏ। ତେବେ ସେହି ଅମୃତ କଳସି କଣ ହେଲା ଆପଣ ଜାଣିଛନ୍ତି କ ି? ଅନେକ ମାନ୍ୟତା ଅନୂଯାୟୀ ସେସବୁ କୁ ଦେବତା ମାନେ ନେଇଯାଇଥିଲେ। କିନ୍ତୁ ତାହା ସରିନଥିଲା। ଶୁଣାଯାଉଛି ଯେ ସେ ହି ଅମୃତ କଳସ ଏବେ ବି କଳିଯୁଗରେ ରହିଛି। କେଉଁଠି ରହିଛି ଏହା ସମ୍ପର୍କରେ ଆମେ ଆପଣଙ୍କୁ ଆଜି କହିବୁ..

ଆପଣ ସମସ୍ତେ ସମୁଦ୍ର ମନ୍ଥନ କଥା ତ ବହୁବାର ଶୁଣିଥିବେ। ଏହାକୁ ନେଇ ଅନେକ ପୌରାଣିକ ଗାଥା ମଧ୍ୟ ରହିଛି। ଯାହା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରେ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ଯେ, ସମୁଦ୍ର ମନ୍ଥନର ପୂରା ପ୍ରକି୍ରୟା ସୃଷ୍‌ଟି ସଂରଚନା ପାଇଁ ହୋଇଥିଲା ବୋଲି କୁହାଯାଏ। ଆପଣ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ କଥା ଜାଣିଥିବେ। ତେବେ ଏଥିରେ କେବଳ ଅମୃତ ନୁହେଁ ବରଂ ବହୁତ କିଛି ବାହାରିଥିଲା। କିନ୍ତୁ ଶେଷରେ ବାହାରିଥିବା ଅମୃତ କଳସ ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ଏହା ପାଇଁ ଉଭୟ ଦେବତା ଓ ଅସୁରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ବି ସେହି କଳସ ଦୁନିଆରେ ରହିଛି। ମୁସଲିମ ଦେଶ ଇଣ୍ଡୋନେସିଆରେ ଆଜି ବି ଏମିତି ଏକ ମନ୍ଦିର ରହିଛି ଯେଉଁଠି ଅମୃତ କଳସ ରହିଥିବାର ଜଣାପଡିଛି। ଆମେ ଆପଣଙ୍କୁ ଯେଉଁ ମନ୍ଦିର ଚିତ୍ର ଦେଖାଉଛୁ ତାହାର ନାମ କଣ୍ଡି ସୁକୁହ। ଏହି ମନ୍ଦିର ମଧ୍ୟ ଓ ପୂର୍ବି ଜାବା ପ୍ରାନ୍ତର ମାଉଣ୍ଟ ଲାବୁର ପଶ୍ଚିମ ସ୍ଥାନରେ ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଦ୍ରବ୍ୟ ହଜା ହଜାର ବର୍ଷରୁ ରହିଛି।

ଏହି ଦ୍ରବ୍ୟକୁ ନେଇ ମାନ୍ୟତା ରହିଛି ଯେ ଏହା ଅମୃତ କଳସ , ଯାହା ସମୁଦ୍ର ମନ୍ଥନରେ ବାହାରିଥିଲା। ୨୦୧୬ରେ ପୁରାତନତତ୍ତ୍ୱବିତ ମାନେ ମନ୍ଦିରକୁ ମରାମତି କରୁଥିବା ସମୟରେ ଏହା ସମ୍ପର୍କରେ ଜାଣି ପାରିଥିଲେ। ଏଠାରେ ଏକ ତମ୍ବା କଳସ ମିଳିଥିଲା। ଏହାସହ ଶିବଲିଙ୍ଗ ଥିବାର ଦେଖାଯାଇଛି। ଏହି କଳସକୁ ଖୋଲିବାପାଇଁ ଚେଷ୍ଟା କରୁଥିଲେ ବି ଏହା ଖୋଲି ହେଉନଥିଲା। ସବୁଠୁ ବଡ଼ କଥା ହେଉଛି ଏହି କଳସରେ ସମୁଦ୍ର ମନ୍ଥନ ଏବଂ ମହାଭାରତର ଅନେକ ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଏହି ମନ୍ଦିରର ପ୍ରାଚୀନତା ଏବଂ ଭବ୍ୟ କିର୍ତ୍ତୀ ଲୋକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛି।

କୁହାଯାଏ ଯେ ସେଥିରେ ଥିବା ଦ୍ରବ୍ୟ ହେଉଛି ଅମୃତ, ଯାହା ଆଜି ପର୍ଯ୍ୟନ୍ତ ଶୁଖିନାହିଁ। ୨୦୧୬ରେ ଇଣ୍ଡୋନେସିଆର ପୁରାତନ ବିଭାଗ ବିଶେଷଜ୍ଞଙ୍କୁ ମନ୍ଦିରର କାନ୍ଥ ପାଖରେ ଏକ ତମ୍ବାର କଳସ ମିଳିଲା, ଯାହା ଉପରେ ଏକ ପାରଦ ଶିବଲିଙ୍ଗ ସ୍ଥାପିତ ଥିଲା ଏବଂ କଳସ ଭିତରେ କିଛି ଦ୍ରବ୍ୟ ଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ ତମ୍ବାର ଏହି କଳଶକୁ ଏମିତି ଭାବରେ ଯୋଡା ଯାଇଛି ଯେ ତାହାକୁ କେହି ବି ଖୋଲି ପାରିବେ ନାହିଁ। ଆଉ ଏକ କଥା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ ତାହା ହେଉଛି ଯେଉଁ କାନ୍ଥ ତଳେ ସେହି କଳସ ମିଳିଥିଲା ତାହା ଉପରେ ସମୁଦ୍ର ମନ୍ଥନର ନକ୍ସା ଥିଲା ଏବଂ ମହାଭାରତର ଆଦିପର୍ବର ବର୍ଣ୍ଣନା କରାଯାଇଥିଲା।

ମାନ୍ୟତା ରହିଛି ଯେ ତମ୍ବାର ସେହି କଳସ ୧୦୦୦ ବର୍ଷ ପୁରୁଣ। ଏହି ସମୟରେ ମାଲେସିୟା ସମ୍ପୂର୍ଣ୍ଣ ଭାବରେ ହିନ୍ଦୁ ରାଷ୍ଟ୍ର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଇଣ୍ଡୋନେସିଆରେ ମୁସଲମାନଙ୍କ ରାଜତ୍ୱ ଚାଲୁଥିଲା ସେତେବେଳେ ଏହି ମନ୍ଦରକୁ ଧ୍ୱସ୍ତ କରିଦିଆଗଲା। କୁହାଯାଉଛି ଯେ ସେତେବେଳେ ତମ୍ବାର ଅମୃତ କଳସକୁ ଏହି ମନ୍ଦିରରେ ଲୁଚାଇ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.