ସ୍ପେଶାଲ

କ’ଣ ପୃଥିବୀ ଉପରେ ଖସିଯିବ କି ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ? ନାସା ଦେଲା ଚେତାବନୀ

ପୃଥିବୀର ଅନେକ ଦେଶ ମହାକାଶରେ ଥିବା ଅନ୍ୟ ଗ୍ରହମାନଙ୍କରେ ଜୀବନ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ବିଭିନ୍ନ ଦେଶର ସ୍ପେସ୍ ଏଜେନ୍ସି ଏହାକୁ ନେଇ ଗବେଷଣା ଚଳାଇଛନ୍ତି। ଏଥିପାଇଁ ଗତ କିଛି ବର୍ଷ ଧରି ଏକ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ମହାକାଶରେ ରହିଛି, ଯେଉଁଠାରେ ବିଭିନ୍ନ ସମୟରେ ମହାକାଶଚାରୀମାନେ ରହିଥାନ୍ତି ଏବଂ ମହାକାଶର ରହସ୍ୟ ବିଷୟରେ ଜଣାଇବା ପାଇଁ ପ୍ରୟାସ କରନ୍ତି । ତେବେ ଆମେ ଆପଣଙ୍କୁ ଏ କଥା କହିବାର କାରଣ, ବର୍ତ୍ତମାନ ଆମେରିକାର ଏଜେନ୍ସି ‘ନାସା’ ଏକ ବଡ଼ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ ସ୍ପେସ୍ ଷ୍ଟେସନ ପୃଥିବୀ ଉପରେ ଖସି ଯାଇପାରେ ।

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ କ’ଣ ?

୧୯୯୮ ମସିହାରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ମହାକାଶକୁ ପଠାଯାଇଥିଲା । ପ୍ରାୟ ୨୦ ଟି ଦେଶ ଏହାକୁ ଏକାଠି ମିଶି ନିର୍ମାଣ କରିଥିଲେ, ଯେଉଁଥିରେ ରୁଷିଆ, ଆମେରିକା, ଜାପାନ ଏବଂ କାନାଡା ଭଳି ଦେଶ ଅନ୍ତର୍ଭୁକ୍ତ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ମହାକାଶଚାରୀ ଏଥିରେ ପ୍ରବେଶ କରିଛନ୍ତି । ଏହାକୁ ପ୍ରଥମେ ୧୫ ବର୍ଷ ପାଇଁ ପଠାଯାଇଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରୁଛି । ଏଥିରେ ବିଭିନ୍ନ ପ୍ରକାରର ଉନ୍ନତି ପରେ କୁହାଯାଉଥିଲା ଯେ ଏହି ସ୍ପେସ୍ ଷ୍ଟେସନ୍ ୨୦୩୦ ପର୍ଯ୍ୟନ୍ତ କାମ କରିପାରିବ, କିନ୍ତୁ ଏବେ ଏହି ସ୍ପେସ୍ ଷ୍ଟେସନ୍‌କୁ ଶୀଘ୍ର ପୃଥିବୀକୁ ଅଣାଯାଇପାରେ।

ସୂଚନା ମୁତାବକ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପୃଥିବୀର ନିମ୍ନ ଭାଗରେ ଅଛି । ଏହା ପୃଥିବୀଠାରୁ ପ୍ରାୟ ୪୧୦ କିଲୋମିଟର ଦୂରରେ ଭସାୟମାନ ଅବସ୍ଥାରେ ଅଛି। ଏହାର ଓଜନ ପ୍ରାୟ ୪ ଲକ୍ଷ ୫୦ ହଜାର କିଲୋଗ୍ରାମ ହୋଇଥିବାବେଳେ ଲମ୍ବ ପ୍ରାୟ ୧ କିଲୋମିଟର ରହିଛି । ଏହାକୁ ତିଆରି କରିବାରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଏଥିପାଇଁ ଏହାକୁ ପୃଥିବୀର ସବୁଠାରୁ ଦାମୀ ଜିନିଷ ମଧ୍ୟରେ ଗଣାଯାଇଥାଏ।

ପୃଥିବୀକୁ ଖସିପାରେ ସ୍ପେସ୍ ଷ୍ଟେସନ୍ :

ଯଦି କୌଣସି ଜିନିଷ ମହାକାଶରେ ଭାସୁଛି, ତା’ ହେଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହା ଉପରେ କାର୍ଯ୍ୟ କରିଥାଏ, ଯଦ୍ଦ୍ଵାରା ତାହା ତଳକୁ ଟାଣି ହୋଇଥାଏ। ବର୍ତ୍ତମାନ ସ୍ପେସ୍ ଷ୍ଟେସନର ବୟସ ସମାପ୍ତ ହେବା ପରେ ଯେତେବେଳେ ଏହାକୁ ତଳକୁ ଓହ୍ଲାଯିବ, ପୃଥିବୀ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିପାରେ। କାରଣ, ପୃଥିବୀ ଉପରେ ଏହା ଜୋର୍‌ରେ ଖସିଯାଇପାରେ। ଏଥିପାଇଁ ଏହାକୁ ପଏଣ୍ଟ ନେମୋରେ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଠାରେ ସମସ୍ତ ପ୍ରକାରର ସାଟେଲାଇଟ୍ ଛାଡି ଦିଆଯାଏ ଏବଂ କାହାର ଜୀବନ ପ୍ରତି ବିପଦ ନ ଥାଏ। ପଏଣ୍ଟ ନେମୋରେ ସ୍ପେସ୍ ଷ୍ଟେସନ୍‌ର ଲ୍ୟାଣ୍ଡିଂ ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଆହ୍ଵାନ ହେବ। ଯଦି ଏପରି ନ ହୁଏ, ତେବେ ଏହାଦ୍ୱାରା ଏକ ବଡ଼ କ୍ଷତି ହୋଇପାରେ ।

କୁହାଯାଉଛି ଯେ ନାସା ଚାହୁଁଛି କି, ସ୍ପେସ୍ ଷ୍ଟେସନକୁ ଆଉ କିଛି ବର୍ଷ ମହାକାଶରେ ରଖାଯାଉ, କିନ୍ତୁ ଏହାର ରକ୍ଷଣାବେକ୍ଷଣ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ ଆସିଥାଏ। ସେପଟେ ଆମେରିକା ମଧ୍ୟ ବଜେଟ୍ ହ୍ରାସ କରିଛି, ଯେଉଁଥିପାଇଁ ବର୍ତ୍ତମାନ ଏହାକୁ ଖୁବ୍ ଶୀଘ୍ର ପୃଥିବୀକୁ ଅଣାଯାଇପାରେ ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago