ଅନ୍ତର୍ଜାତୀୟ ମହିଳା ଦିବସ: ଏଥରର ଥିମ୍‌ ରହିଛି Embrace Equity

ଆଜି ମାର୍ଚ୍ଚ ୮। ଅନ୍ତର୍ଜାତୀୟ ମହିଳା ଦିବସ। ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକଟ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ।

କାହିଁକି ୮ ମାର୍ଚ୍ଚରେ ପାଳନ କରାଯାଏ ମହିଳା ଦିବସ:
ସର୍ବପ୍ରଥମେ ଆମେରିକାର ନ୍ୟୁୟର୍କରେ ୧୯୦୯ ମସିହାରେ ପାଳନ କରାଯାଇଥିଲା ମହିଳା ଦିବସ। ଆମେରିକାର ସୋସିଆଲିଷ୍ଟ ପାର୍ଟି ପ୍ରଥମେ ଏହି ଦିବସ ପାଳନ ଆରମ୍ଭ କରିଥିଲା। ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନାଲର କୋପେନହେଗନ ସମ୍ମେଳନରେ ଅନ୍ତରାଷ୍ଟ୍ରୀୟ ମାନ୍ୟତା ପାଇଥିଲା। ଏହି ସମ୍ମେଳନରେ ୧୭ଟି ଦେଶର ୧୦୦ ଜଣ ମହିଳା ପ୍ରତିନିଧିତ୍ବ କରିବା ପାଇଁ ପହଞ୍ଚିଥିଲେ। ଏହାପରେ ୧୯୧୧ ମସିହାରେ ୧୯ ମାର୍ଚ୍ଚରେ ବିଭିନ୍ନ ଦେଶ ଏହି ଦିବସ ପାଳନ କରିଥିଲା। କିନ୍ତୁ ଏହାକୁ ଅଧିକାରିକ ମାନ୍ୟତା ମିଳିଥିଲା ୧୯୧୭ ମସିହାରେ।

ଇତିହାସ ଅନୁଯାୟୀ ୧୯୧୭ ମସିହାରେ ରୁଷର ମହିଳାମାନେ ଏକ ଆନ୍ଦୋଳନ କରିଥିଲେ। ମହିଳା ଦିବସରେ ରୁଟି ଏବଂ ପୋଷାକ ପାଇଁ ହରତାଳରେ ଯିବା ପାଇଁ ସ୍ଥିର କରିଥିଲେ। ଏହି ଆନ୍ଦୋଳନର ପ୍ରଭାବ ଏତେ ଥିଲା ଯେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା। କୁହାଯାଇଥାଏ, ଏହି ସମୟରେ ଅନ୍ୟ ଦେଶରେ ଗ୍ରୋଗୋରିୟନ କ୍ୟାଲେଣ୍ଡର ପ୍ରଚଳିତ ଥିବା ବେଳେ ରୁଷରେ ଜୁଲିୟନ କ୍ୟାଲେଣ୍ଡର ଚାଲୁଥିଲା। ଏହି ଦୁଇ କ୍ୟାଲେଣ୍ଡର ତାରିଖ ମଧ୍ୟରେ କିଛି ଅନ୍ତର ରହିଥାଏ। ଜୁଲିୟନ କ୍ୟାଲେଣ୍ଡର ଅନୁଯାୟୀ, ୧୯୧୭ ମସିହା ଫେବ୍ରୁୟାରୀର ଶେଷ ରବିବାର ୨୩ ତାରିଖରେ ପଡ଼ୁଥିବା ବେଳେ ଗ୍ରୋଗୋରିୟନ କ୍ୟାଲେଣ୍ଡରରେ ୮ ମାର୍ଚ୍ଚରେ ପଡ଼ିଥିଲା। ଏହି କାରଣରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି।

ଏଥରର ମହିଳା ଦିବସର ଥିମ୍‌ ରହିଛି Embrace Equity ବା ‘ସମାନତା ଗ୍ରହଣ କର’ ।

Leave A Reply

Your email address will not be published.