ସ୍ପେଶାଲ

ଜଙ୍ଗଲ ରାଜା ବୀରାପ୍ପାନ ଓ ପୁଷ୍ପାର ଜୀବନୀ ସମାନ କି ? ଜାଣନ୍ତୁ, ରକ୍ତ ଚନ୍ଦନ ତସ୍କରୀର ଅସଲ କାହାଣୀ

ବର୍ତ୍ତମାନ ଚହଳ ପକାଇ ଥିବା ପୁଷ୍ପା ମୁଭି ଦିନକୁ ଦିନ ନୂଆ ନୂଆ ରେକର୍ଡ଼ ବନାଇ ଚାଲିଛି। ତାମିଲନାଡୁ ଓ କର୍ଣ୍ଣାଟକର ଚିତ୍ର ଦେଖି ଲାଗୁଥିବ ଏହି ମୁଭି ସହ ଅସଲ କାହାଣୀ ବୋଧେ ଲୁଚିଛି। ଠିକ୍ ଭାବିଛନ୍ତି ଆପଣ। ରକ୍ତ ଚନ୍ଦନ ବା ଲାଲ ଚନ୍ଦନ ତସ୍କରୀ କରୁଥିବା ଡାକୁ ବୀରାପ୍ପାନ୍ ଜୀବନ କାହାଣୀ ଭଳି ତିଆରି ହୋଇଛି ଏହି ଫିଲ୍ମର କାହାଣୀ। ଏହି ଡାକୁ ୪୦ ବର୍ଷ ଧରି ଜଙ୍ଗଲରେ କେମିତି ରହୁଥିଲା, କାହିଁକି ପୋଲିସ୍ କି ସରକାର ତାକୁ ଧରି ପାରୁ ନଥିଲେ ଜାଣିଛନ୍ତି କି ? ଏହି ଡାକୁକୁ ଧରିବା ଆଦୌ ସହଜ ନଥିଲା। ସରକାର ବୀରାପ୍ପାନକୁ ଧରିବା ପାଇଁ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲେ। ବୀରାପ୍ପାନ୍ ଅଭିନେତା ରଜନୀକାନ୍ତଙ୍କୁ କିଡ଼ନାପ କରିବାର ପ୍ଲାନିଂ ବି କରିଥିଲା। ସେ ଏଭଳି ଏକ ଡାକୁ ଥିଲା ଯିଏ ପିଲାଟି ଦିଅନ୍ତୁ ଫେମସ ହେବାକୁ ଚାହୁଁଥିଲା। ତେବେ ଆସନ୍ତୁ ଜାଣିବା ବୀରାପ୍ପାନ୍ କେବେ ଓ କେଉଁ ପରିସ୍ଥିତିରେ ଡାକୁ ବନିଗଲା…

୨୦୦୬ ଅକ୍ଟୋବର ୧୮ ତାରିଖରେ କୁଖ୍ୟାତ ଡାକୁ ବୀରାପ୍ପାନକୁ ଏନକାଉଣ୍ଟର କରାଗଲା। ଏ କଥା କାହାର ବିଶ୍ବାସ ହେଲାନି। କାରଣ ସେ ଏମିତି କୁଖ୍ୟାତ ଥିଲା ଯେ ତାକୁ ଧରିବା ଅସମ୍ଭବ ଥିଲା କହିଲେ ଭୁଲ୍ ହେବନି। ତାକୁ ଧରିବା ପାଇଁ କେତେ ସର୍ଚ୍ଚ ଅପରେସନ ସରିଥିଲା ହେଲେ ତାକୁ କେହି ଧରି ପାରି ନଥିଲେ। ଚମ୍ବଲ୍ ରେ ଡାକୁଙ୍କ ଆଡା ଥାଏ ହେଲେ ଦକ୍ଷିଣ ଭାରତରେ ବୀରାପ୍ପାନ୍ ଥିଲା ଏମିତି ଡାକୁ ଯାହାକୁ ଛୋଟ ଠୁ ବଡ ସମସ୍ତେ ଚିହ୍ନି ଥିଲେ। ଜଙ୍ଗଲର ପ୍ରତ୍ୟେକ କୋଣ ଥିଲା ତାର ଘର। ତେବେ ଏକ ଲମ୍ବା ପ୍ଲାନିଂ ପରେ ବୀରାପ୍ପାନକୁ ମାରିବାରେ ସକ୍ଷମ ହେଲା ପୋଲିସ୍। ୩୩୦ ରାଉଣ୍ଡ ଗୁଳି ଚାଲିଲା ବୀରାପ୍ପାନ୍ ଉପରକୁ ହେଲେ ମାତ୍ର ଦୁଇଟି ଗୁଳି ବାଜିଥିଲା ତା ଦେହରେ।

Image Credit: DNA India

୧୯୫୨ ମସିହାରେ ଏକ ଗରିବ ପରିବାରରେ ଜନ୍ମ ନେଇଥିଲା ବୀରାପ୍ପାନ୍। ଠିକ୍ ଦଶ ବର୍ଷ ପରେ ଏମିତି ଚୋରି କରିବାରେ ମାହିର ହେଲା ଯେ, ବନ ବିଭାଗର ତିନି ଅଫିସର ତା ହାତରେ ମଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଖାଇବାକୁ ପାଉନଥିବା ଛୋଟ ଛୁଆକୁ ଏହି ତିନି ବନ ବିଭାଗ ଅଫିସରମାନେ ନିଜ ପାଖରେ ରଖି ଖାଇବାକୁ ଦେଉଥିଲେ। ମାତ୍ର ୮ ବର୍ଷ ବୟସରେ ଜଙ୍ଗଲରୁ ଚନ୍ଦନ କାଠ ଚୋରି କରିବା ଆରମ୍ଭ କଲା ବୀରାପ୍ପାନ୍। ବହୁତ୍ ପଇସା ବି ରୋଜଗାର କଲା। ଯେତେବେଳେ ବନ ବିଭାଗ ଅଫିସରମାନେ ଏକଥା ଜାଣିଲେ, ତାକୁ ଆକଟ କଲେ ସେ ସେହିଠାରେ ହିଁ ତିନି ଅଫିସର୍ ଙ୍କୁ ମାରି ଜଙ୍ଗଲ ଭିତରକୁ ଚାଲିଗଲା। ସେବେଠାରୁ ସେ ଜଙ୍ଗଲ ଭିତରେ ହିଁ ରହିଲା।

ଏହାପରେ ମାତ୍ର ୧୭ବର୍ଷ ବୟସରେ ସେ ହାତୀଙ୍କୁ ମାରିବା ଆରମ୍ଭ କଲା। ୨୦୦୦ ହାତୀଙ୍କୁ ମାରି ତାଙ୍କ ଦାନ୍ତ ବିକ୍ରି କରୁଥିଲା ବୀରାପ୍ପାନ୍ ତା ସହ ରକ୍ତ ଚନ୍ଦନ ଗଛ କାଟି ବିକ୍ରି କରିବାକୁ ଲାଗିଲା। କର୍ଣ୍ଣାଟକ ପୋଲିସ୍ ଓ ତାମିଲନାଡୁ ପୋଲିସ୍ ନାକେଦମ୍ ହୋଇ ସାରିଥିଲେ। ବୀରାପ୍ପାନ୍ ୧୮୫ ଲୋକଙ୍କୁ ମାରି ସାରିଥିଲା। ବଡ ବଡ ବ୍ୟବସାୟୀଙ୍କୁ ମାରିଦେଉଥିଲା ବୀରାପ୍ପାନ୍। ୧୯୯୭ ରେ କନ୍ନଡ଼ ଅଭିନେତା ରାଜକୁମାରଙ୍କୁ ଅପହରଣ କରି ୫୦ କୋଟି ଟଙ୍କା ମାଗିଲା, ଆଉ ତାକୁ ଟଙ୍କା ମିଳିବା ପରେ ସେ ତାଙ୍କୁ ଛାଡିଥିଲା। ୨୦୦୨ ରେ ମନ୍ତ୍ରୀ ନଗାପ୍ପାଙ୍କୁ ଅପହରଣ କରିବାରେ ସଫଳ ହୋଇଥିଲା ବୀରାପ୍ପାନ୍। ଏଠି ବି ମୋଟା ଅଙ୍କର ଟଙ୍କା ମାଗିଲା ଟଙ୍କା ମିଳିଲାନି ବୋଲି ତିନିଦିନ ପରେ ନଗାପ୍ପାଙ୍କୁ ହତ୍ୟା କରିଥିଲା।

ଡାକୁ ବୀରାପ୍ପାନକୁ ଧରାଇ ଦେଲେ ପାଞ୍ଚ କୋଟି ଦିଆଯିବ ବୋଲି ସରକାର କହିଲେ। ସେହି ସମୟରେ STF ଚିଫ୍ ହୋଇ ଆସିଲେ ବିଜୟ କୁମାର। ନିଜ ଲୋକଙ୍କୁ ଡାକୁଙ୍କ ସହ ମିଶିବାକୁ କହିଲେ। ପୋଲିସର ଲୋକ ରହିଲେ ବୀରାପ୍ପାନ୍ ପାଖରେ। ଦିନେ ଚାଲାକି କରି ଅଧା ବାଟରେ ବୀରାପ୍ପାନ୍ଉ ପରକୁ ୩୩୦ ରାଉଣ୍ଡ ଗୁଳି ଫୁଟାଇ ଦେଲେ। ପରେ ବିଜୟ କୁମାର ବୀରାପ୍ପାନ୍ ଉପରେ ଏକ ବହି ଲେଖିଥିଲେ। ଏବେ ସେହି ବୀରାପ୍ପାନ୍ କାହାଣୀରୁ ପ୍ରେରଣା ନେଇ ପୁଷ୍ପା ମୁଭି ନିର୍ମାଣ ହୋଇଛି, ଯାହା ବ୍ଲକ ବ୍ଲାଷ୍ଟର ସାବ୍ୟସ୍ତ ହୋଇଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago