ରହସ୍ଯ: କ’ଣ ସତରେ ନାଗଙ୍କ ପାଖରେ ଥାଏ କୌଣସି ନାଗମଣି ? ପଢନ୍ତୁ ଏହି ରିପୋର୍ଟ

ହିନ୍ଦୁ ସମାଜରେ ନାଗଙ୍କୁ ପୂଜା କରିବା ଏକ ପୁରୁଣା ରୀତିନୀତି ଅଟେ ।  ଏବେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏକ ବିଶେଷ୍ ଦିନରେ ନାଗ ଦେବଙ୍କୁ ପୂଜା କରିଥାନ୍ତି । ଏହା ସହ କିଛି ଲୋକ ବିଶ୍ବାସ ରଖିଥାନ୍ତି ଯେ, ଯେଉଁ ବ୍ଯକ୍ତି ନାଗ ମଣି ପାଇଯିବ ସେ ଏ ଦୁନିଅାର ସବୁ ଠାରୁ ଶକ୍ତିସାଳୀ ହୋଇପାରିବ ଓ ସେ ରାତା ରାତି ଲକ୍ଷ୍ଯ ପତି ହୋଇଯାଏ ବୋଲି ବିଶ୍ବାସ ରହିଛି । ଏବଂ ଅଚାନକ୍ ସେହି ଲୋକର ଭାଗ୍ଯ ଚମକି ଥାଏ ।  ଏ କଥାକୁ କେହି କେହି ବିଶ୍ବାସ କରନ୍ତି ତ କେହି କେହି ବିଶ୍ବାସ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏହାର କିଛି ସତ୍ଯତା ଜଣେଇବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ ହୋଇପାରନ୍ତି ଆଶ୍ଚର୍ଯ୍ଯ ।

କ’ଣ ନାଗ ପାଖରେ ଥାଏ ନାଗମଣି:

ବିଜ୍ଞାନ କ’ଣ କହୁଛି – ନାଗମଣି ବିଷୟରେ ବିଜ୍ଞାନ କୁହେ କି ଏମିତି କିଛି ଜିନିଷ ନାହିଁ ଏବଂ କି ଲୋକ ମାନେ ଏହାକୁ ବିଶ୍ବାସ କରିବା କଥା ନୁହେଁ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେମିତି ଧ୍ୟାନ ବଳରେ ନିଜର କୁଣ୍ଡଳିନୀ ଜାଗ୍ରତ କରିପାରେ ଏବଂ ନିଜ ଇନ୍ଦ୍ରିୟ ଉପରେ କାବୁ ରଖିପାରେ, କିନ୍ତୁ ବିଶ୍ବର ଶକ୍ତିଶାଳୀ ବ୍ଯକ୍ତି କେବେ ବି ହୋଇ ପାରିବେନି । ଠିକ୍ ସେମିତି ନାଗମଣି ବୋଲି କୌଣସି ଜିନିଷ ନାହିଁ ।

ପୌରାଣିକ କ’ଣ କହୁଛି – ଯଦି ଆମେ ପୁରାଣ ଯୁଗର ଲୋକଙ୍କ କଥା ବିଷୟରେ କହିବା ତେବେ ସେମାନେ କୁହନ୍ତି ନାଗମଣି ଅଛି । ଏବେ ବି ମାଲେସିୟା ଓ ଇଣ୍ଡୋନେସିୟାରେ ବାସ କରୁଥିବା ସାପ ମାନଙ୍କ ପାଖରୁ ମିଳୁଛି । ନାଗମଣି ସାପଙ୍କର ମୁହଁରେ ଥାଏ । ଏବଂ ଯେତେବେଳେ ମୁହଁରୁ ବାହାରେ ସେତେବେଳେ ପ୍ରବଳ ଆଲୋକ ଦେଖା ଦେଇଥାଏ ଓ ସବୁ କିଛି ଚମକି ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.