୮,୬୫୮ ବର୍ଷ ଜେଲ ଦଣ୍ଡ ପାଇଥିବା ଧର୍ମଗୁରୁ ଅଦନାନର କଳା ଦୁନିଆ, ଯେଉଁଠି ଚାଲୁଥିଲା ସୁନ୍ଦରୀଙ୍କ ମେଳା ?

ଧର୍ମଗୁରୁ ବେଶରେ ଲମ୍ପଟ ସାଜିଥିଲା ଅଦନାନ । ସୁନ୍ଦରୀ ଝିଅଙ୍କ ମେଳରେ କଟୁଥିଲା ଜୀବନ । ଧର୍ମ ପ୍ରବଚନ ଆଢ଼ୁଆଳରେ ଶହ ଶହ ଝିଅଙ୍କୁ କରୁଥିଲା ଯୌନ ଶୋଷଣ । ଥରେ ଯିଏ ତାର ଗ୍ରୁପ ଭିତରକୁ ଆସୁଥିଲା ତା‘ ପାଇଁ ଥିଲା ଫେରିବାର ବାଟ ବନ୍ଦ । ଏହି ଆତ୍ମଘୋଷିତ ଧର୍ମଗୁରୁକୁ ଏବେ କୋର୍ଟ କରିଛି ଜେଲ ଦଣ୍ଡ । ବର୍ଷେ ନୁହଁ କି ୨ ବର୍ଷ ନୁହଁ, ପୁରା ୮,୬୫୮ ବର୍ଷର ଜେଲ ଦଣ୍ଡ । ଆସନ୍ତୁ ଜାଣିବା ପୁରା ଖବର ।

ତୁର୍କୀର ଏକ କୋର୍ଟ ଆତ୍ମ ଘୋଷିତ ଧର୍ମଗୁରୁ କହୁଥିବା ଇସଲାମିକ ପ୍ରଚାରକ ଅଦନାନ ଓକେତାରକୁ ୮,୬୫୮ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଅଦନାନ ବେଆଇନ ଭାବେ ଧର୍ମ ଆଢ଼ୁଆଳରେ ସଂଗଠନ ଚଳାଇବା, ଯୌନ ଅଧିକାରକୁ ଉଲଂଘନ କରିବା, ଅପରାଧିକ ସଂଗଠନ ଗଢ଼ିବା, ରାଜନୈତିକ ବ୍ୟକ୍ତି ଓ ସେନାଙ୍କ ଗୁଇନ୍ଦା କରିବା ଆଦି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତୁର୍କୀର ସ୍ଥାନୀୟ ମିଡିଆ ଅନୁଯାୟୀ, ଅଦନାନ ମହିଳାଙ୍କ ସହ ଟିଭି ପ୍ରୋଗ୍ରାମରେ ଭାଗ ନେଉଥିଲା ଓ ମହିଳାଙ୍କୁ ଇସଲାମିକ ମୌଳବାଦୀ ଶିକ୍ଷା ଦେଉଥିଲା । ସେ ଟିଭିରେ ସର୍ବଦା କମ କପଡାରେ ଥିବା ମହିଳାଙ୍କ ସହ ରହୁଥିବା ଦେଖାଯାଉଥିଲା ।

୧୯୮୦ ମସିହାରେ ଅଦନାନ ନିଜକୁ ଧର୍ମଗୁରୁ କହିବା ସହ ଉପଦେଶ ଦେବା ଆରମ୍ଭ କରିଥିଲା । କିଛି ଦିନ ପରେ ନିଜ ନାମରେ ଏକ ସଂଗଠନ ନିର୍ମାଣ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ମୁସଲିମ ସ୍କଲାର ସୈଦ ନୁରସୀଙ୍କ ଧାର୍ମିକ ବିଚାର ଲୋକଙ୍କ ନିକଟରେ ପହଞ୍ଚାଇବା । ଧିରେ ଧିରେ ଲୋକ ଏହା ସହ ଜଡିତ ହେଲେ ଓ ସଂଗଠନ ବଢ଼ିବାକୁ ଲାଗିଲା । ଅଦନାନ ଇସଲାମିକ ମୂଲ୍ୟବୋଧ ଉପରେ ୩୦୦ ରୁ ଅଧିକ ବହି ମଧ୍ୟ ଲେଖି ସାରିଛି । ଅଦନାନ ମଡର୍ଣ୍ଣ ଇସଲାମିକ ପୋଷାକ ପିନ୍ଧିବା ଉବରେ ଗୁରୁତ୍ୱ ଦେବା ସହ କୁରାନରେ ଏହା ଉପରେ ମନା କରାଯାଇ ନାହିଁ ବୋଲି ମଧ୍ୟ କହିଥିଲା । ଯେଉଁଥିପାଇଁ ଅଧିକାଂଶ ମଡର୍ଣ୍ଣ ଝିଅମାନେ ତାଙ୍କର ଭକ୍ତ ବନିଥିଲେ ।

adnan
photo : tv9hindi.com

ଅଦନାନର କଳ ଦୁନିଆ

ଅଦନାନ ଗ୍ରୁପର ଜଣେ ମେମ୍ବର ତାର କଳା ଦୁନିଆର ପୁରା ଚିଠା ମିଡିଆ ଆଗରେ ରଖିଦେଇଛନ୍ତି । ଅଦନାନ୍‌ ଇସଲାମକୁ ଉଦାର ବନାଇବା ସହ ଏହା ମାଧ୍ୟମରେ ଯୁବପିଢ଼ୀକୁ ବେଶୀ ପ୍ରଭାବିତ କରୁଥିଲା । ଥରେ ଯିଏ ଅଦନାନର ଗ୍ରୁପରେ ସାମିଲ ହୋଇଗଲେ ସେ ଆଉ ବାହାର ଦୁନିଆକୁ ଯାଇ ପାରୁନଥିଲେ । ଅଦନାନ୍‌ ସଂଗଠନରେ ସେକ୍ସ, କ୍ରାଇମ, ଟେରର ଫଣ୍ଡିଂ ସହ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା । ପୁରା ଦୁନିଆ ଅଦନାନକୁ ଜଣେ ଯୌନ ଶୋଷଣ ବ୍ୟକ୍ତି ଭାବେ ଜାଣନ୍ତି ବୋଲି ଅଦନାନ ଗ୍ରୁପର ଜଣେ ସଦସ୍ୟ କହିଥିଲେ । ଖାଲି ସେତିକି ନୁହେଁ, ଯଦି କେହି ସଦସ୍ୟ ଅଦନାନ ଗ୍ରୁପ ଛାଡୁଥିଲେ, ସିଏ ଶାନ୍ତିରେ ରହିପାରୁନଥିଲେ । ଅଦନାନ ତାକୁ ବଦନାମ କରିବା ସହ ହଇରାଣ କରୁଥିଲା । ରାଜନୀତି ସହ ଭଲ ସମ୍ପର୍କ ଥିବାରୁ ଅଦନାନ ଏହି ସବୁ ସହଜରେ କରିପାରୁଥିଲା ।

ଅଦନାନ ଗ୍ରୁପ ସହ ଜଡିତ ଜଣେ ମଡେଲ ଏବ୍ରୁ ସିମ୍ସକ କୁହନ୍ତି-‘ସେ ପ୍ରଥମ ଥର ପାଇଁ ମୋତେ ଟିଭିରେ ଦେଖି ଆନନ୍ଦିତ ହୋଇଥିଲା । ମୋତେ କହିଲା , ତୁମେ ମୋର ପସନ୍ଦ ହୋଇଛ, ମୋ ସହ ରହିଲେ ଆରାମଦାୟକ ଜୀବନ ମିଳିବ ବୋଲି ମୋତେ ଅଫର ଦେଇଥିଲା । ମୁଁ ମନା କରିବାରୁ ମୋ ନାମରେ ୩୦୦ ମାନହାନୀ କେସ ଦାୟର କରିଥିଲା । ଆଉ ଜଣେ ମଡେଲ ମଧ୍ୟ ଅନୁରୁପ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ସେଠାରେ ରହିବା କୌଣସି ଜେଲ ଠାରୁ କମ ନୁହେଁ । ସେଠାରୁ କେହି ସହଜରେ ଖସି ଆସି ପାରିବ ନାହିଁ ।

କେବେ ଫସିଲା ଅଦନାନ

୨୦୧୮ ରେ ଅଦନାନ ଉପରେ ପୋଲିସର ଆଖି ପଡିଲା । ପୋଲିସ ତା’ର ଘରକ ସିଲ କଲା । ଅଦନାନ ସହ ତାର ଫଲୋର୍ସଙ୍କୁ ମଧ୍ୟ ଗିରଫ କରାଗଲା । ତା’ର ଟିଭି ଚ୍ୟାନେଲ A9 କୁ ମଧ୍ୟ ବନ୍ଦ କରିଦିଆଗଲା । ଅଷ୍ଟ୍ରେଲିଆର ଏକ ମିଡିଆ ଅନୁଯାୟୀ, ଅଦନାନ ତାର ସଂଗଠନରେ ଥିବା ୧୦୦୦ ଝିଅଙ୍କ ସହ ଯୌନ ଶୋଷଣ କରିଥିଲା । ଖାଲି ସେତିକି ନୁହେଁ ତା’ର ସଂଗଠନରେ ଝିଅଙ୍କୁ ମାସିକ ଧର୍ମ ଓ ଅନ୍ୟ ସମସ୍ୟାର ଚିକିତ୍ସା ବାହାନାରେ ଗର୍ଭନିରୋଧକ ଔଷଧ ଦିଆଯାଉଥିଲା । ଯାଞ୍ଚ ବେଳେ ପୋଲିସକୁ ୬୯,୦୦୦ ରୁ ଅଧିକ ଗର୍ଭ ନିରୋଧକ ବଟିକା ମିଳିଥିଲା ।

Leave A Reply

Your email address will not be published.