ପୁଣି ଇତିହାସ ସୃଷ୍ଟି କରିବ ଇସ୍ରୋ, ଶ୍ରୀହାରିକୋଟା ଠାରୁ ଆରମ୍ଭ ହେବ ମିଶନ

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ (ISRO) ୨୯ ଜାନୁଆରୀରେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଶ୍ରୀହାରିକୋଟା ଠାରୁ GSLV-F15 ମିଶନ୍ ଆରମ୍ଭ ହେବ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର (SHAR) ରୁ ଏହା ୧୦୦ ତମ ଉତକ୍ଷେପଣ କରାଯିବ । ଏହି ଖବର କୁ ନେଇ ବୈଜ୍ଞାନିକ ମାନଙ୍କ ଭିତରେ ଖୁବ୍ ଉତ୍ସାହ ଦେଖାଯାଇଛି ।
ଇସ୍ରୋ ଏକ୍ସରେ ଫଟୋ ସେୟାର କରିଛନ୍ତି । ସେଥିରେ ଲେଖାଯାଇଛି କି ଭାରତର ଲଞ୍ଚ ଯାନର ପାୱାରହାଉସ GSLV-F15 ଉଡ଼ିବାକୁ ପ୍ରସ୍ତୁତ ଅଛି । ଉନ୍ନତ ମାନର କ୍ରିଏଜେନିକ୍ ଟେକ୍ନୋଲୋଜି ସହିତ ଏହାକୁ ତିଆରି କରାଯାଇଛି । ଏହା NVS-02 ଉପଗ୍ରହକୁ କକ୍ଷପଥରେ ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେବ । ଏହି ଏୈତିହାସିକ ଉନ୍ମୋଚନ ପାଇଁ ଆମ ସହିତ ପ୍ରସ୍ତୁତ ରୁହନ୍ତୁ । ଇସ୍ରୋ ମଧ୍ୟ ଦେଶକୁ ଏକ ଝଲକ ଦେଖାଇଛି ।
GSLV-F15 ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV)ର ୧୭ ତମ ବିମାନ ହେବ । ଏହା ୧୧ତମ ବିମାନ ହେବ ଯେଉଁଥିରେ ସ୍ୱଦେଶୀ କ୍ରିଏଜେନିକ୍ ଶୈଳୀର ବ୍ୟବହାର କରାଯିବ । ଏହି ଉତକ୍ଷେପଣ ପାଇଁ ୩.୪ ମିଟର ବ୍ୟାସ ବିଶିଷ୍ଟ ମେଟାଲିକ୍ ପେଲୋଡ ଫାୟାରିଙ୍ଗ ବ୍ୟବହାର କରାଯିବ । ଭାରତର ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ରହିଛି । ଯାହା ଆମେରିକୀୟ ଜିପିଏସ୍ ପରି କାମକରିଥାଏ ।
ଏହି ସିଷ୍ଟମ୍ ଭାରତ ମଧ୍ୟରେ ଏବଂ ୧,୫୦୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହା ଠିକ୍ ଭାବରେ କାମ କରିଥାଏ । ଏଥିରେ ଦୁଇ ପ୍ରକାରର ସେବା ମିଳିଥାଏ । ଷ୍ଟାଣ୍ଡାର୍ଡ ପୋଜିସନ୍ ସର୍ଭିସ୍ (SPS), ଯାହା ୨୦ ମିଟରରୁ କମ୍ ସ୍ଥିତିକୁ ଜଣାଇଥାଏ ଏବଂ ନିର୍ଦ୍ଦିଷ୍ଟ ସେବା (RS), ଯାହା ନିର୍ଦ୍ଦିଷ୍ଟ ନାଭିଗେସନ୍ କ୍ଷମତା ପାଇଁ ପ୍ରସ୍ତୁତ ହୋଇଛି ।
Also read:ମହାକାଶରୁ କିଭଳି ଦେଖାଯାଉଛି ମହାକୁମ୍ଭ, ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି