ଇସ୍ତାନବୁଲ ପାଇଲଟଙ୍କ ଅଜବ କାରନାମା, ସୁଡଙ୍ଗରେ ଉଡାଇଲେ ପ୍ଲେନ: ଦେଖନ୍ତୁ ଭିଡିଓ

ଆପଣ ସବୁବେଳେ ପ୍ଲେନ ବିମାନ ବନ୍ଦରର ରନୱେରେ ଟେକଅପ୍ କରି ଉଡିଥାଏ। କିନ୍ତୁ କେବେ ସୁଡଙ୍ଗରେ ଉଡିବା କଥା ଶୁଣିଛନ୍ତି କି ଦେଖିଛନ୍ତି କି ? ସୁଡଙ୍ଗରେ ଚାଲିକରି ଯିବା କଷ୍ଟକର ହୋଇପଡିଥିବା ବେଳେ ବିମାନ ଉଡିବା ଆଶ୍ଚର୍ଯ୍ଯ ଲାଗୁଛି।

ଜଣେ ଅଭିଜ୍ଞ ରେସ ଏବଂ ଷ୍ଟଣ୍ଟ ପାଇଲଟ ଡାରିୟୋ କୋଷ୍ଟ ତୁର୍କୀର ଉତ୍ତର ମରମରା ହାଇୱେରେ ଥିବା କେଟଲ୍କା ସୁଡଙ୍ଗ ମଧ୍ୟରେ ବିମାନ ଉଡାଇଛନ୍ତି। ଇସ୍ତାନବୁଲ ପାଖରେ ଥିବା ସୁହଙ୍ଗରେ ଯେପରି ସେ ପ୍ଲେନ ଉଡାଇଛନ୍ତି, ତାହା କିନ୍ତୁ ଆଶ୍ଚର୍ଯ୍ଯଜନକ। ପାଇଲଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

ଡାରିୟୋ କୋଷ୍ଟ ଟେକଅପ୍ କରି ଅନ୍ଯ ସୁଡଙ୍ଗରୁ ବାହାରିବା ପର୍ଯ୍ଯନ୍ତ ବିମାନକୁ ୨.୨୬ କିମି ପର୍ଯ୍ଯନ୍ତ ଉଡାଇଥିଲେ। ୪୪ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଡାରିୟୋ ଏହି ଦୂରତା ଅତିକ୍ରମ କରି ୱାଲର୍ଡ ରେକର୍ଡ କରିଛନ୍ତି।

ଏହି ଭିଡିଓକୁ ସେପ୍ଟେମ୍ବର ୪ରେ ସେୟାର କରିଯାଇଥିଲା। ଯାହାକୁ ଏଯାଏଁ ୬ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.