ସୂର୍ଯ୍ୟଙ୍କ କିରଣ ପାଇବା ପାଇଁ ଲୋକେ ତିଆରି କଲେ ଆର୍ଟିଫିସିଆଲ ସୂର୍ଯ୍ୟ

ଦୁନିଆରେ ଅନେକ କିଛି ଏମିତି ହୋଇଥାଏ ଯାହା ପ୍ରକୃତିଦତ୍ତ। ଏଥିରେ କିଛି ବି ଟେକ୍ନୋଲୋଜିର ବ୍ୟବବହାର କରାଯାଇନାହିଁ। ବେଳେ ବେଳେ ଏମିତି କିଛି ଖବର ତଥା ପ୍ରକୃତିର ବାସ୍ତବତା ସାମ୍ନାକୁ ଚାଲିଆସେ, ଯାହାକୁ ଶୁଣିଲେ ଅବା ଦେଖିଲେ ଅବିଶ୍ୱାସ ଲାଗେ। ଥରେ ଭାବନ୍ତୁ, ଯଦି ସୂର୍ଯ୍ୟ କେବେ ଉଦୟ ହେବେ ନାହିଁ ତାହେଲେ କ’ଣ ହେବ? ତେବେ ଏହା ତ ଅସମ୍ଭବ। କାରଣ ଏହା ପ୍ରକୃତି କାର୍ଯ୍ୟ ବିରୋଧ ହୋଇଯିବ। କିନ୍ତୁ  ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ କେବେ ବି ବାହାରନ୍ତି ନାହିଁ। ମାନେ ଏଠାରେ ସୂର୍ଯ୍ୟୋଦୟ ହୋଇନଥାଏ। ସବୁବେଳେ ଏହି ସ୍ଥାନ ଅନ୍ଧକାରରେ ରୁହେ। ଏମିତି ବି କହିପାରିବା ଯେ, ଏଠାରେ ସୂର୍ଯ୍ୟଙ୍କର କିରଣ ପଡେ ନାହିଁ। ଦୁନିଆର ଏମିିିତି ଏକ ଗାଁ। ଏହି ଗାଁ ରହିଛି ଇଟାଲୀରେ। ଏହି ସ୍ଥାନ ଦୁନିଆର ଆଉ ଏକ ବାସ୍ତବତାର ପ୍ରମାଣ ଦେଇଥାଏ। ତାଠାରୁ ଆଉ ଏକ ଆଶ୍ଚର୍ଯ୍ୟ କଥା ଏବେ ଆପଣଙ୍କୁ କହିବୁ।

ଏଠାରେ ସୂର୍ଯ୍ୟୋଦୟ ହେଉନଥିବା କାରଣରୁ ଗାଁ ଲୋକେ ମିଶି ସୂର୍ଯ୍ୟ ତିଆରି କଲେ ।  ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। କିନ୍ତୁ ଏହାକୁ ଆମେ ଆର୍ଟିଫିସିଆଲ ସୂର୍ଯ୍ୟ ମଧ୍ୟ କହିପାରିବା। ଟେକ୍ନୋଲୋଜି ବଳରେ ମଣିଷ ହାତ, ପାଦ ଏବଂ ଆଖି ତିଆରି କରୁଥିବାର ଆମେ ଶୁଣିଛେ ଆଉ ଦେଖିଛେ ମଧ୍ୟ। କିନ୍ତୁ ଇଟାଲିର ଏହି ଗାଁରେ ଆର୍ଟିଫିସିଆଲ ସୂର୍ଯ୍ୟ ତିଆରି କରିଛନ୍ତି। ଏହି ଗାଁର ନାମ ବିଗଲ୍ଲେନା। ଚାରିପାଖକୁ ପାହାଡ଼ ଘେରି ରହିଥିବା ଏହି ଗାଁରେ ସୂର୍ଯ୍ୟଙ୍କ କିରଣ ଆଦୌ ପଡେ ନାହିଁ । ପାହାଡ଼ର ଶିଖରରୁ ପ୍ରାୟ ୧୩୦ କିମି ତଳେ ଏହି ଗାଁ ଅବସ୍ଥିତ । ଏଠାରେ ୨୦୦ ପାଖାପାଖି ଲୋକ ବାସ କରନ୍ତି।

italy
pc: republic world

ବର୍ଷର ସବୁ ମାସ ଅପେକ୍ଷା ନଭେମ୍ବର ଏବଂ ଫେବୃଆରୀ ମାସରେ ଏଠାରେ ଲୋକ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ। ଗାଁଏକଦମ୍‌ ଅନ୍ଧକାରମୟ ହୋଇଯାଏ। ଲୋକଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆର୍କିଟେକ୍ଟ ଏବଂ ଇଞ୍ଜିନିୟର ଏକ ସହଜ ରାସ୍ତା ଆପଣାଇଛନ୍ତି। ମେୟରଙ୍କ ସହାୟତାରେ ଆର୍ଟିଫିସିଆଲ ସୂର୍ଯ୍ୟ ତିଆରି କରାଯାଇଛି। ଏଥିପାଇଁ ୧ଲକ୍ଷ ୟୁରୋ ଖର୍ଚ୍ଚ କରାଯାଇଛି। ଏହି ଟଙ୍କାରେ ଇଞ୍ଜିନିୟର ମାନେ ୪୦ ବର୍ଗ କିଲୋମିଟର ଏରିଆର ପାହାଡ଼ ଉପରେ ମିରର୍‌ ରଖିଛନ୍ତି । ଯାହାପରେ ସୂର୍ଯ୍ୟଙ୍କ କିରଣ ଛାଇ ଆକାରରେ ଏହି ଗାଁ ଉପରେ ପଡୁଛି।

ଏହି ମିରର୍‌ ରୁ ଦିନରେ ୬ ଘଣ୍ଟା ଲାଇଟ୍‌ ରିଫ୍ଲେକ୍ଟ ମଧ୍ୟ ହେଉଛି। ସବୁଠୁ ବଡ଼ କଥା ହେଉଛି ଏହି ମିରରକୁ କମ୍ପ୍ୟୁଟରରେ ଅପରେଟ କରାଯାଉଛି। ଏମିତି ଶୁଣିବାକୁ ମିଳେ ଯେ, ବିଗଲ୍ଲେନା ଗାଁର ଲୋକମାନେ ଏହିଭଳି ଭାବେ ନୂଆ ସୂର୍ଯ୍ୟ ତିଆରି କରି କିରଣ ପାଉଛନ୍ତି । ଆମେ ଏମିତି ବି କହିପାରିବା ଯେ, ଆତ୍ୟାଧୁନିକ ଜ୍ଞାନ କୌଶଳ ପାଇଁ ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.