ନାସାର IASP ପ୍ରୋଗ୍ରାମରେ ଭାଗ ନେଲେ ପ୍ରଥମ ଭାରତୀୟ ଜାହ୍ନବୀ ଡାଙ୍ଗତୀ, ଉଡ଼ାଇଲେ ଲଘୁ ରକେଟ୍‌

ନାସାର କେନେଡ଼ି ସ୍ପେସ ସେଣ୍ଟର ଇଣ୍ଟରନ୍ୟାସନାଲ ଏୟାର ଆଣ୍ଡ ସ୍ପେସ ପୋଗ୍ରାମକୁ ପୁରା କରି ଆନ୍ଧ୍ରପ୍ରଦେଶର ଜାହ୍ନବୀ ଡାଙ୍ଗତୀ ବିଶ୍ୱସ୍ତରରେ ଭାରତର ନାମକୁ ଆଗକୁ ନେଇଛନ୍ତି। ଜାହ୍ନବୀ ଏହି ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଭାରତରେ ପ୍ରଥମ। ପଶ୍ଚିମ ଗୋଦାବରୀର ପଲାକେଲ୍ଲୁର ୧୯ ବର୍ଷୀୟ ଜାହ୍ନବୀ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ।

ଜାହ୍ନବୀଙ୍କୁ ଅନ୍ତରୀକ୍ଷ, ଗ୍ରହ ଏବଂ ତାରା ଆଦି ମହାକାଶ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ଇଚ୍ଛା ରହିଥାଏ। ଆଗକୁ ଜାହ୍ନବୀ ଇତିହାସ ରଚିବାକୁ ଯାଉଛନ୍ତି। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

କେନେଡ଼ି ସ୍ପେସ ସେଣ୍ଟରରେ ଆୟୋଜିତ ହୋଇଥିବା ପ୍ରୋଗ୍ରାମରେ ନାସା ପକ୍ଷରୁ ସାରା ବିଶ୍ୱରୁ ବଛା ବଛା ମୋଟ ୨୦ ଜଣଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଜାହ୍ନବୀ ମଧ୍ୟ ଥିଲେ । ଏଥିରେ ଆଷ୍ଟ୍ରୋନଟ ପ୍ରୋଗ୍ରାମର ପୁରା ଟ୍ରେନିଂ ଦିଆଯାଇଥାଏ। ଏହାସହ ଜିରୋ ଗ୍ରାଭିଟି , ମଲ୍ଟି ଆକ୍ସେସ ଟ୍ରେନିଂ ଏବଂ ପାଣି ଭିତରେ ରକେଟ ଲଞ୍ଚ କରିବା ସମ୍ପର୍କରେ ସମସ୍ତ ଜ୍ଞାନ ଦିଆଯାଏ।

jahnavi
pc: dainik bhaskar

ନାସାର IASP ୫ ଦିନ ଧରି ଚାଲୁଥିବା ଏକ ଶୈକ୍ଷିକ କାର୍ଯ୍ୟକ୍ରମ। ଏଥିରେ ଛାତ୍ରଙ୍କ ସହ ସାମିଲ ଥାନ୍ତି ନାସା ରିସର୍ଚ୍ଚର। ଏମାନଙ୍କ ଦ୍ୱାରା ହୋଇଥାଏ ଟିମ ଓ୍ଵାର୍କ। କମ୍ୟୁନିକେସନ ମଧ୍ୟରେ ସାମଞ୍ଜସ୍ୟ ରଖି ଯେକୌଣସି ଅପ୍ରତ୍ୟାଶିତ ସମସ୍ୟାର ସମାଧାନ ପାଇଁ ନିଜକୁ ରେଡ଼ି ରଖିଥାନ୍ତି।

ତେବେ ଏହି ଟ୍ରେନିଂରେ ଜାହ୍ନବୀଙ୍କୁ ପ୍ରଥମ ଥର ସ୍ପେସ କ୍ରାଫ୍ଟ ଉଡାଇବାର ମଉକା ବା ସୁଯୋଗ ମିଳିଥିଲା। ତାଙ୍କୁ ଟିମ କାନାଡା ପାଇଁ ମିଶନ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଥିଲା। ବିଭିନ୍ନ ଦେଶର ୧୬ଜଣଙ୍କୁ ସେ ସମୂହ ଭାବେ ନେତୃତ୍ତ୍ୱ କରୁଥିଲେ। ଶେଷରେ ଟିମ ସଫଳତାପୂର୍ବକ ଏକ ଲଘୁ ରକେଟକୁ ଆକାଶରେ ଲଞ୍ଚ କରିଥିଲେ। ପରେ ଲ୍ୟାଣ୍ଡିଂ ମଧ୍ୟ କରିଥିଲେ।

aero
pc: thelogically.in

ମାତ୍ର ୧୯ ବର୍ଷରେ ଜାହ୍ନବୀ ମଙ୍ଗଳ ଗ୍ରହରେ ପାଦ ରଖିବାର ପ୍ରଥମ ଭାରତୀୟ ଭାବେ ସ୍ୱପ୍ନ ଦେଖିଛନ୍ତି। ମଲ୍ଟି ଟ୍ୟାଲେଣ୍ଟେଡ ପାଇଁ ତାଙ୍କୁ ଗିନିଜ ବୁକ ଅଫ ରେକର୍ଡରେ ସାମିଲ କରାଯାଇଛି। ମେକ୍ସିକୋ ତରଫରୁ ତାଙ୍କୁ ସ୍କଲରାସିପ୍‌ ମଧ୍ୟ ମିଳିଥିଲା। ଏହାସହ ଜାହ୍ନବୀ ଜଣେ ଇଣ୍ଟରନ୍ୟାସନାଲ ସାର୍ଟିଫାଏଡ ଓପନ ଓ୍ଵାଟର ସ୍କ୍ୟୁବା ଡାଇବର ମଧ୍ୟ। ସେ ଷ୍ଟାର୍ଟଅପ୍‌ ଆଷ୍ଟ୍ରୋନା ସ୍ପେସ ମେଗିକାର ଭାଇସ ପ୍ରେସିଡେଣ୍ଟ ।