ପ୍ରଭୁ ରାମଙ୍କ ସମର୍ପଣରେ ତିଆରି କଲେ ନିଆରା ଶାଢି; ରେଶମ୍‌ କପଡ଼ାରେ ୧୩ଟି ଭାଷାରେ ଲେଖିଲେ ‘ଜୟ ଶ୍ରୀରାମ’

ଆନ୍ଧ୍ର ପ୍ରଦେଶର ଧର୍ମାବରମ୍‌ରୁ ଜଣେ ବୁଣାକାରଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ବୁଣାକାର ଜଣକ ୧୩ଟି ଭାରତୀୟ ଭାଷାରେ ୩୨,୨୦୦ ଥର ‘ଜୟ ଶ୍ରୀରାମ’ ଲେଖି ୬୦ ମିଟର ଲମ୍ବର ଏକ ରେଶମ୍‌ ଶାଢି ବୁଣିଛନ୍ତି। ଏହି କାର୍ଯ୍ୟ ମାଧ୍ୟମରେ ସେ ଭଗବାନଙ୍କ ପ୍ରତି ନିଜର ନିଆରା ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି। ରିପୋର୍ଟ ମୁତାବକ, ରେଶମ୍‌ କପଡ଼ାରେ ତିଆରି ଏହି ଶାଢିର ଚଉଡ଼ା ରହିଛି ୪୪ ଇଞ୍ଚ।

୪୦ ବର୍ଷୀୟ ଜୁଜାରୁ ନାଗରାଜୁ ତିଆରି କରିଥିବା ଏହି ଶାଢିକୁ ‘ରାମ କୋଟି ବସ୍ତ୍ରମ୍‌’ ନାମ ଦେଇଛନ୍ତି। ଏଥିରେ ବିଭିନ୍ନ ଭାଷାରେ କେବଳ ରାମାୟଣର ସୁନ୍ଦରାକାଣ୍ଡ ନୁହେଁ, ବରଂ ଭଗବାନ ରାମଙ୍କର ୧୬୮ଟି ଅଲଗା ଅଲଗା ଚିତ୍ର ମଧ୍ୟ ରହିଛି।

ବ୍ୟକ୍ତିଗତ ସଞ୍ଚୟରୁ ୧.୫ ଲକ୍ଷର ନିବେଶ

ଏହି କାମକୁ ପୂରା କରିବା ନାଗରାଜୁଙ୍କ ପାଇଁ କୌଣସି ସହଜ କଥା ନ ଥିଲା। ଶାଢିକୁ ତିଆରି କରିବାରେ ବହୁତ ପରିଶ୍ରମ ସହିତ ପଇସା ମଧ୍ୟ ଖର୍ଚ୍ଚ ହୋଇଛି। ନାଗରାଜୁ ୧୬ କିଲୋ ରେଶମ୍‌ କପଡ଼ାର ଡିଜାଇନ୍‌ ଏବଂ ଏହାକୁ ବୁଣିବା ପାଇଁ ୪ ମାସ ସମୟ ନେଇଥିଲେ। ପୂରା ୪ ମାସ କାଳ ୩ ଜଣ ବୁଣାକାର ମିଶି ପ୍ରତିଦିନ କପଡ଼ା ତିଆରି କାମ କରୁଥିଲେ।

ନାଗରାଜୁ ମାଷ୍ଟରପିସ୍‌ ତିଆରି କରିବା ପାଇଁ ନିଜର ବ୍ୟକ୍ତଗତ ସଞ୍ଜୟରୁ ୧.୫ ଲକ୍ଷ ଟଙ୍କା ଏଥିରେ ନିବେଶ କରିଛନ୍ତି। ବର୍ତ୍ତମାନ ସେ ଏହି ଶାଢିକୁ ଅଯୋଧ୍ୟା ରାମାଲୟମ୍‌କୁ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.