Categories: ସ୍ପେଶାଲ

ଜଣେ ସଫଳ ନେତା, ଯିଏ କେବେବି ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି

ଅରୁଣ ଜେଟଲୀ ଭାରତୀୟ ରାଜନୈତିକ କ୍ଷେତ୍ରରେ ଜଣେ ଜଣାଶୁଣା ମୁହଁଥିଲେ । ଦିଲ୍ଲୀର ସେଣ୍ଟ ଜାଭିଅର ସ୍କୁଲରେ ପାଠପଢିବା ପରେ ୧୯୭୩ରେ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ତା’ ପରେ ୧୯୭୭ ମସିହାରେ ଏଲଏଲ୍‌ବି ପାସ କରୁଥିଲେ ଜେଟଲୀ। ୧୯୭୪ରୁ ଜେଟଲୀ ଏବିଭିପିର ଛାତ୍ର ନେତା ରହିଥିଲେ। ୧୯୭୩ ମସିହାରେ ରାଜ ନାରାୟଣ ଏବଂ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ପ୍ରମୁଖ ନେତା ରହିଥିଲେ ଜେଟଲୀ। ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ନିଯୁକ୍ତ ଛାତ୍ର ଏବଂ ଯୁବ ସଂଗଠନର ରାଷ୍ଟ୍ରୀୟ ସମିତିର ସଂଯୋଜକ ରହିଥିଲେ। ୧୯୭୭ ସମୟରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଲୋକତାନ୍ତ୍ରିକ ଯୁବ ମୋର୍ଚ୍ଚାର ସଂଯୋଜକ ନେତା ହେବା କାରଣରୁ ଜେଟଲୀଙ୍କୁ ଦିଲ୍ଲୀ ଏବିଭିପିର ଅଧ୍ୟକ୍ଷ ଏବଂ ଏବିଭିପିର ଅଖିଳ ଭାରତୀୟ ସଚିବ ଭାବେ ନିଯୁକ୍ତି କରାଯାଇଥିଲା। ତାପରେ ୧୯୮୦ରେ ତାଙ୍କୁ ବିଜେପିରେ ସାମିଲ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ

୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଅରୁଣଙ୍କ ପ୍ରକୃତ ନାମ ହୁଏତ କେହି ଜାଣିନଥିବେ। ତାଙ୍କ ପ୍ରକୃତ ନାମ ଅରୁଣ ମହାରାଜା କିଶନ ଜେଟଲୀ। ଅରୁଣ ଜେଟଲୀ ଜାମ୍ମୁ କଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଂଗୀତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ସନ୍ତାନ ରହିଛନ୍ତି। ପିଲା ଦୁହେଁ ଓକିଲ ଭାବେ କାମ କରୁଛନ୍ତି।

ଆଇନ କ୍ୟାରିଅର

ନିଜର ଆଇନ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଜେଟଲୀ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିବାକୁ ଚାହୁଁଥିଲେ। ଜେଟଲୀ ୧୯୮୭ ବେଳକରୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଅନ୍ୟ କେତେକ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ। ଜାନୁଆରୀ ୧୯୯୦ରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ତାଙ୍କୁ ବରିଷ୍ଠ ଅଧିବକ୍ତା ଭାବେ ନିଯୁକ୍ତି କରାଯାଇଥିଲା। କେବଳ ଏତିକି ନୁହେଁ ଜେଟଲୀ ଭ୍ରଷ୍ଟାଚାର ଏବଂ ଅପରାଧ ସମ୍ବନ୍ଧୀୟ ଅନେକ ପୁସ୍ତକ ଲେଖିଛନ୍ତି। ୧୯୯୮ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ।

ରାଜନୈତିକ କ୍ୟାରିଅର

ଜେଟଲୀ ୧୯୯୧ରେ ଭାରତୀୟ ଜନତା ପାର୍ଟିିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ୧୯୯୯ରେ ସାଧାରଣ ନିର୍ବାଚନ ପୂର୍ବରୁ ଜେଟଲୀ ବିଜେପିର ପ୍ରବକ୍ତା ଭାବେ ନିଯୁକ୍ତ ହୋଇଥିଲେ। ତାପରେ ଜେଟଲୀଙ୍କୁ ସୂଚନା ଏବଂ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ବାଜପେୟୀଙ୍କ ସରକାର ସମୟରେ ରାଜ ଜେଠମଲାନୀଙ୍କ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ, ନ୍ୟାୟ ଏବଂ କମ୍ପାନୀ ମାମଲାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୨୦୦୦ ମସିହାରେ ଆଇନ, ନ୍ୟାୟ ଏବଂ କମ୍ପାନୀ ମନ୍ତ୍ରଣାଳୟର ଅତିରିକ୍ତ ଭାର ସମ୍ଭାଳିଥିଲେ। ତାପରେ ସେହି ବର୍ଷ ନଭେମ୍ବରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି କରାଯାଇଥିଲା।

୨୦୦୯ରେ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ବିପକ୍ଷ ନେତା ଭାବେ ନିର୍ବାଚିତ ହୋଇଥିଲେ ଜେଟଲୀ। କିନ୍ତୁ ତା’ପରେ ଜେଟଲୀ ବିଜେପିର ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟସଭାରେ ବିପକ୍ଷ ନେତା ଭାବେ, ମହିଳା ଆରକ୍ଷଣ ବିଧେୟକ ବିଲ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ଜନ ଲୋକପାଳ ବିଲ ଆଣିବା ପାଇଁ ଆନ୍ନା ହଜାରେଙ୍କୁ ସମର୍ଥନ ମଧ୍ୟ କରିଥିଲେ। ୨୦୧୪ରେ ଲୋକସଭା ସିଟ ପାଇଁ ସିଦ୍ଧୁଙ୍କ ବିରୋଧରେ ଅମୃତସରରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ୨୦୧୪ରୁ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ ଅରୁଣ ଜେଟଲୀ। ୨୦୧୭ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ଭାର ମଧ୍ୟ ସମ୍ଭାଳିଥିଲେ ଜେଟଲୀ।

କେବଳ ରାଜ୍ୟସଭା

ତେବେ ଜେଟଲୀଙ୍କୁ ନେଇ ଏକ ରୋଚକ କଥା ରହିଛି । ସେ କେବେବି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇ ନାହାନ୍ତି । କେବଳ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ୨୦୧୪ରେ ପଞ୍ଜାବରୁ ଲୋକସଭା ପାଇଁ ନିର୍ବାଚନ ଲଢ଼ି ଜେଟଲୀ ହାରି ଯାଇଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

9 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

10 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

10 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 hours ago