ବାବା ଆଖଣ୍ଡଳମଣିଙ୍କ ପୀଠରେ କାହିଁକି ପାଳନ ହୁଏ ଜନ୍ମାଷ୍ଟମୀ, ଜାଣନ୍ତୁ

ଓଡ଼ିଶା ବିବିଧ ପରମ୍ପରାର ରାଜ୍ୟ। ଯେଉଁଠି ପାଳିତ ହୁଏ ବାର ମାସରେ ତେର ପର୍ବ। କେବଳ ହିନ୍ଦୁ କାହିଁକି ଏଠାରେ ମୁସଲମାନ ତଥା ଖ୍ରୀଷ୍ଟିୟାନ ଧର୍ମର ପର୍ବକୁ ମଧ୍ୟ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ତେବେ ହିନ୍ଦୁ ଧର୍ମରେ ତ ଅନେକ ଦେବଦେବୀ , ଆଉ ତା ସହ ଯୋଡ଼ି ହୋଇ ରହିଛି ବିଭିନ୍ନ ପର୍ବ ପର୍ବାଣି। ଏଇ ଯେମିତି ଜନ୍ମାଷ୍ଟମୀ।

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଉତ୍ସବ। ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି କୃଷ୍ଣ ଭକ୍ତ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଥାନ୍ତି । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ । ଏହି ଦିନ ଭକ୍ତମାନେ ଭାବରେ ଭାବରେ ହଜି ଯାଆନ୍ତି ଆଉ ଭଜନ କୀର୍ତ୍ତନ ମଧ୍ୟ ହୋଇଥାଏ । ରାତିରେ ଉଜାଗର ମଧ୍ୟ ପାଳନ କରାଯାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଜନ୍ମ ଉତ୍ସବକୁ କେବଳ ଓଡ଼ିଶା ସମେତ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଇଛି। ଉତ୍ତରପ୍ରଦେଶର ମଥୁରାରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୁଏ। । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ମଧ୍ୟ ହୁଏ। । ସାତଦିନବ୍ୟାପି ମଥୁରାରେ ଉତ୍ସବ ପାଳନ କରାଯାଏ।

ଏମିତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ମଧ୍ୟ ଏହି ପର୍ବକୁ ମହାଆଡମ୍ବରରେ ପାଳିନ କରାଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମସ୍ତ ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଜନ୍ମାଷ୍ଟମୀ ପର୍ବକୁ ପାଳନ କରାଯାଇଛି।

ଏଠାରେ ବିରାଜିତ ପ୍ରଭୁ ମଣିବାବା। ସବୁ ସ୍ଥାନ ପରି ଏଠାରେ ମଧ୍ୟ ପ୍ରଭୁଙ୍କର ଜନ୍ମ ଉତ୍ସବକୁ ପାଳନ କରାଯାଇଛି। ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ମଣିବାବାଙ୍କ ମନ୍ଦିର ବେଢ଼ାରେ କଂସ ମହିପାଳ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଯାହାକି ସବୁ ସ୍ଥାନରୁ ଟିକେ ନିଆରା ରହିଛି।

ଜଣେ ସେବାୟତ ବସୁଦେବ ସାଜି ଶ୍ରୀକୃଷ୍ଣଙ୍କୁ ମୁଣ୍ଡରେ ମୁଣ୍ଡାଇ ଯାଉଛନ୍ତି। ଏହି ସମୟରେ ଅନ୍ୟ ଏକ ସେବାୟତ ଉଗ୍ରେସନ ସାଜି ବସୁଦେବଙ୍କର ଯିବା ବାଟ କୁ ରୋକିଛନ୍ତି। ଶେଷରେ ପ୍ରଭୁଙ୍କର ଦର୍ଶନ ପାଇ ଉଗ୍ରେସନ ତାଙ୍କ ବାଟ ଛାଡ଼ିଥିଲେ। ଏଭଳି ନିଆରା ଢ଼ଙ୍ଗରେ ପାଳନ ହୋଇଥିବା ଜନ୍ମାଷ୍ଟମୀ ପର୍ବକୁ ଦେଖିବା ପାଇଁ ଆଖପାଖରୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.