ସ୍ପେଶାଲ

ପ୍ରତି ୩ ବର୍ଷରେ ଥରେ ପରସ୍ପରକୁ ଛାଡ଼ପତ୍ର ଦେଇ ପୁଣି ବିବାହ କରିଥାନ୍ତି ଏହି ଦମ୍ପତି, କାରଣ ଜାଣିଲେ ହସ ରୋକିପାରିବେନି

ବାହାଘର କେବଳ ଦୁଇଟି ମଣିଷ ମଧ୍ୟରେ ହୋଇନଥାଏ। ବରଂ ଏହା ଦୁଇଟି ପରିବାରର ମିଳନ ବୋଲି ମଧ୍ୟ କୁହାଯାଏ। ବିବାହର କେତେକ ନିୟମ ରହିଛି। ବିବାହ ପରେ ଅନେକ ସ୍ଥାନରେ ଝିଅକୁ ସ୍ୱାମୀର ଟାଇଟଲ୍‌ ବା ସାଙ୍ଗିଆ ଅନୁସାରେ ନିଜ ସରନେମ୍‌କୁ ବଦଳାଇବାକୁ ପଡ଼ିଥାଏ। ନିଜ ଇଚ୍ଛା ଥାଉ କି ନଥାଉ କିନ୍ତୁ ସମାଜର ତଥା ଦେଶର ନିୟମ ପାଳିବାକୁ ଝିଅମାନେ ଏମିତି କରିଥାନ୍ତି। କିନ୍ତୁ ବିଦେଶରେ ଏକ ଯୋଡ଼ି ଏହି ସମସ୍ୟାରୁ ମୁକୁଳିବାକୁ ଏକ ନିଆରା ଉପାୟ ଆପଣାଇଛନ୍ତି। ଏହି ଯୋଡ଼ି ବାରମ୍ବାର ବାହା ହୋଇ ଓ ଛାଡ଼ପତ୍ର ନେଇ ସରନେମ୍‌ ସମସ୍ୟାରୁ ମୁକ୍ତି ପାଇଯାଇଛନ୍ତି।

ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି କଥାଟି ପୂରା ସତ। ଜାପାନର ଏକ ଦମ୍ପତି ଟାଇଟଲ୍‌ ଝିନ୍‌ଝଟ୍‌ରୁ ମୁକ୍ତି ପାଇବାକୁ ପ୍ରତି ୩ ବର୍ଷରେ ଥରେ ପରସ୍ପରକୁ ଛାଡ଼ପତ୍ର ଦେଇ ପୁଣି ବିବାହ କରି ନେଉଛନ୍ତି। ଏମାନେ ଏଭଳି କରିବା ପଛର କାରଣ ବି ବେଶ୍‌ ମଜାଦାର।

ଜାପାନରେ ନିୟମ ରହିଛି ଯେ ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସରନେମ୍‌ ଏକା ହୋଇଥିବା ଦରକାର। ସେମାନେ ଚାହିଁଲେ ସ୍ତ୍ରୀଙ୍କ ସରନେମ୍‌ ରଖିପାରିବେ ନଚେତ୍‌ ସ୍ୱାମୀଙ୍କର। କିନ୍ତୁ ଏହି ନିୟମକୁ ମାନିବାକୁ ଏହି ଯୋଡ଼ି ରାଜି ନଥିଲେ। ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଏମାନେ ବାହା ହୋଇଥିଲେ। କିନ୍ତୁ ସରନେମ୍‌ ବଦଳାଇବାକୁ ଇଚ୍ଛା ନଥିବାରୁ ଏକ ନିଆରା ଉପାୟ ଆପଣାଇଥିଲେ। ଏମାନେ ପାଳି କରି ପରସ୍ପରର ସରନେମ୍‌ ରଖିବାକୁ ଚିନ୍ତା କରିଥିଲେ। ଏଣୁ ୩ ବର୍ଷ ବ୍ୟବଧାନରେ ବାହା ହୋଇ ନିଜ ସରନେମ୍‌ ରଖି ପୁଣି ଛାଡ଼ ପତ୍ର ଦେଇ ଆଉ ଜଣଙ୍କ ଟାଇଟଲ୍‌ ରଖିବାକୁ ଯୋଜନା କରିଥିଲେ। ଜଣେ ବନ୍ଧୁଙ୍କ ଠାରୁ ସେମାନେ ଏହି ଉପାୟ ନେଇଥିଲେ।

୨୦୧୬ ମସିହାରେ ଜାପାନର ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେତେବେଳେ ସେମାନେ ସ୍ୱାମୀଙ୍କ ସରନେମ୍‌କୁ ଆପଣାଇଥିଲେ। ଏହା ପରେ ୨୦୧୯ରେ ସେମାନେ ଛାଡ଼ପତ୍ର ଦେଇଥିଲେ ଓ ପୁଣିଥରେ ପରସ୍ପରକୁ ବିବାହ କରିଥିଲେ। ସେତେବେଳେ ସେମାନେ ସ୍ତ୍ରୀଙ୍କ ସରନେମ୍‌କୁ ରଖିଥଲେ। ଏବେ ୨୦୨୨ରେ ସେମାନେ ପୁଣି ଛାଡ଼ ପତ୍ର ନେଇ ବିବାହ କରିବେ। ତା’ ପରେ ଉଭୟେ ସ୍ୱାମୀଙ୍କ ସରନେମ୍‌କୁ ଆଗାମୀ ୩ ବର୍ଷ ଯାଏଁ ରଖିବେ। ଏହି ଉପାୟରେ ସେମାନେ ପରସ୍ପରର ସରନେମ୍‌ ବି ରଖିବେ ଓ ନିୟମ ବି ଉଲ୍ଲଂଘନ ହେବ ନାହିଁ ବୋଲି କହିଛନ୍ତି ଏହି ଦମ୍ପତି।

ତେବେ ଦମ୍ପତିଙ୍କ କହିବାନୁସାରେ ଏଭଳି ୩ ବର୍ଷକୁ ଥରେ ଟାଇଟଲ୍‌ ବଦଳାଇବା ଯୋଗୁ ବେଳେବେଳେ ସେମାନେ ଭାରି ଅସୁବିଧାରେ ବି ପଡ଼ନ୍ତି। କାରଣ ତାଙ୍କୁ ବାରମ୍ବାର ସବୁ କାଗଜପତ୍ର ବଦଳାଇବାକୁ ପଡ଼ୁଛି। ଉଭୟେ ନିଜ ନିଜ ଅଫିସରେ ନିଜ ପ୍ରକୃତ ନାଁକୁ ରେଜିଷ୍ଟର କରିଛନ୍ତି। କିନ୍ତୁ ଅନ୍ୟ ସମସ୍ତ କାଗଜପତ୍ରରେ ସେମାନେ ପାଳି ପାଳି କରି ନିଜ ନାଁ ଦେଇଥାନ୍ତି।

WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

18 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago