ଏବେ ଟ୍ରେନ ନେଇଯିବ ଆପଣଙ୍କୁ ଅନ୍ୟ ଗ୍ରହ, ଅର୍ଥାତ ଚନ୍ଦ୍ର ଆଉ ମଙ୍ଗଳ, କେମିତି ଜାଣନ୍ତୁ

ଟେକ୍ନୋଲୋଜିରେ ଆମେ ଜାଣିଛେ କି ଚିନ ଅମେରିକା ଜାପାନ ସବୁବେଳେ ଆଗରେ ଥାନ୍ତି । ଆଉ କିଛି ନା କିଛି ନୂଆ ଆବିଷ୍କାର ଓ ଉଦ୍ଭାବନରେ ଲାଗିଥାନ୍ତି । ସବୁ ସମୟରେ ଅନୁସନ୍ଧାନ କରିଥାନ୍ତି କିଛି ଅଲଗା ସାମନାକୁ ଆଣିବାକୁ । ସେମିତି ଏକ କଥା ଆମେ ଆପଣଙ୍କୁ କହିବୁ ଯାହା ଶୁଣିଲେ ନିଶ୍ଚୟ ଆପଣ ଖୁସିହେବେ । ପ୍ରଥମେ କୁହନ୍ତୁ ଆପଣଙ୍କ ମଧ୍ୟରୁ କିଏ ବୁଲିବାକୁ ପସନ୍ଦ କରନ୍ତି । ହୁଏତ ଅନେକ ରହିଥିବେ । ଯଦି କୁହାଯାଏ ଖାଲି ପୃଥିବୀର ସ୍ଥାନ କାହିଁକି, ପୃଥିବୀ ବାହାରେ ବି ଆପଣ ବୁଲିପାରିବେ । ମାନେ ଅନ୍ୟ ଗ୍ରହ ବି ଆପଣ ଦେଖିପାରିବେ । ଯାହା ପୁରା ବିଶ୍ୱ ପାଇଁ ଏବେ ଡ୍ରିମ ପ୍ଲେସ ।

ଏମିତିରେ ତ କୁହାଯାଉଛି ୨୦୫୦ ବେଳକୁ ମଣିଷ ଯାଇ ଚନ୍ଦ୍ର ମଙ୍ଗଳରେ ଘର କରିବ । କିନ୍ତୁ କେତେ ସତ ତାହା ଏବେ ଜାପାନ ସ୍ପେସ ପ୍ରୋଗ୍ରାମ କହିବ । ଜାପାନ ଏବେ ଲାଗିଛି ନିଜ ବୁଲେଟ ଟ୍ରେନ ଅଭିଜାନରେ । ଯେଉଁ ଟ୍ରେନରେ ପୃଥିବୀରୁ ଚନ୍ଦ୍ରରେ ଆପଣଙ୍କୁ ପହଞ୍ଚାଇବାକୁ ଜାପାନ କରୁଛି ପ୍ରସ୍ତୁତି । ଜାପାନର ଯୋଜନା ହେଉଚି ସେ ପୃଥିବୀରେ ଏକ ବୁଲେଟ ଟ୍ରେନ ଚଳାଇବ ଯାହା ଲୋକଙ୍କୁ ଚନ୍ଦ୍ର ଯାଏଁ ନେଇକି ଯିବ । ଯାହାର ସଫଳତା ପରେ ଲୋକେ ସେହି ବୁଲେଟ ଗ୍ରେନ ଦ୍ୱାରା ମଙ୍ଗଳକୁ ମଧ୍ୟ ଯାଇପାରିବେ ।

ଜାପାନର ଏହି ମେଗା ପ୍ରୋଜେକ୍ଟରେ ମଙ୍ଗଳ ଗ୍ରଦହ ଉପରେ ୯ଗ୍ଲାସ ଜହେବିଟାଟ ତିଆରି କରିବାର ମଧ୍ୟ ଯୋଜନା ରହିଛି । ଅର୍ଥାତ ପୃଥିବୀରେ ଯେଉଁ ଲୋକେ ବୁଲେଟ ଟ୍ରେନ ଦ୍ୱାରା ସେଠାକୁ ପଠାଯିବେ ସେମାନେ ସେଠାରେ ଏକ ଆର୍ଟିଫିସିଆଲ ସ୍ପେସ ସେଣ୍ଟରେ ରହିବେ । ଯାହାର ଆର୍ଟିଫିସିଆଲ ସ୍ପେସ ହାବିଟାଟ ସେଣ୍ଟରର ମାହୋଲ ପୁରା ପୃଥିବୀ ପରି ତିଆରି କରାଯିବ ।

ଏକ ରିପୋର୍ଟ ଅନୁସାରେ ଜାପାନର କ୍ୟୋଟୋ ୟୁନିଭରସିଟି ଓ ଫାଜିମା କନଷ୍ଟ୍ରକସନ ମିଶି ଏହି ଯୋଜନା କରିଛନ୍ତି । ବୈଜ୍ଞାନିକଙ୍କ ଏକ ଟିମ ଏହି ସୂଚନା ଦେଇଛନ୍ତି । ସେମାନଙ୍କର ବିଶ୍ୱାସକି ଏକବିଂଶ ଶତାବ୍ଦିର ଅଧା ଅବଧି ବିତିବା ପରେ ଅର୍ଥାତ ଏହାର ଦ୍ୱିତୀୟ ଭାଗରେ ଏମିତିକି ୨୦୫୦ବେଲକୁ ମଣିଷ ଚନ୍ଦ୍ର ଓ ମଙ୍ଗଳରେ ରହିବାକୁ ଲାଗିବ ।

ଆର୍ଟିଫିସିଆଲ ସ୍ପେସ ହାବିଟାଟା ବିଷୟରେ ବୈଜ୍ଞାନିକ ମାନେ କହିଛନ୍ତି କି ସେଠାରେ ଏତେ ଗ୍ରାଭିଟି ହେବ କି ଯେମିତିକି ପୃଥିବୀ ପରି ହିଁ ପ୍ରଭାବ ରହିବ । ସେଠାରେ ମଧ୍ୟ ଏଭଳି ବାୟୁମଣ୍ଡଳ ତିଆରି ହେବ । ଯାହା ମଣିଷଙ୍କୁ ପୃଥିବୀର ଅନୁଭବ ଦେବ । ଏହା ଏଥିପାଇଁ କି କମ ଗ୍ରାଭିଟି ସ୍ଥାନରେ ମଣିଷର ହାଡ ଓ ମାଂସଫେଶୀ ଦୁର୍ବଳ ହୋଇଯାଏ ।

ଗୋଟେପଟେ ଯେଉଁଠି ଭାରତ ଅନେକ ସ୍ପେସ ଅଭିଜାନରେ ଲାଗିଛି, ଅମେରିକା ପୁଣିଥରେ ଚନ୍ଦ୍ରକୁ ଯାଉଛି, ଚିନ ମଙ୍ଗଳରେ ବହୁତ କିଛି ଖୋଜିରେ ବ୍ୟସ୍ତ ଏମିତିକି ଋଷ ମଧ୍ୟ ଚିନ ସହ ଯୋଡି ହୋଇ ଜଏଣ୍ଟ ମିଶନ ପ୍ଲାନ କରୁଛି, ସେଠି ଭାରତର ଏହି ବନ୍ଧୁ ଦେଶ ଜାପାନ ନିଜର ଏହି ମେଗା ପ୍ରୋଜେକ୍ଟ ଦ୍ୱାରା ବୁଲେଟ ଟ୍ରେନ ଓ ଆର୍ଟିଫିସିଆଲ ସ୍ପେସ ହାବିଟାଟର ମେଗା ପ୍ରୋଜେକ୍ଟ ପ୍ରସ୍ତୁତି କରୁଛି । କୁହାଯାଉଛି କି ଜାପାନ ତାର ଏହି ମେଗା ପ୍ରୋଜେକ୍ଟରେ ଲାଗିସାରିଛି । ଯଦିଓ ଏଥିରେ ଏବେ ସମୟ ଲାଗିବ କିନ୍ତୁ ଆସୁଥିବା ଦଶନ୍ଧିରେ ମଣିଷର ଚନ୍ଦ୍ର, ମଙ୍ଗଳ ଓ ଅନ୍ୟଗ୍ରହରେ ବି ରହିବା ସହଜ ହୋଇୟିବ ।

ମଣିଷଙ୍କ ରହିବା ପାଇଁ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ କଲୋନି ତିଆରି କରାଯିବ । ଏହା ଗ୍ଲାସ କଲୋନି ହେବ । ଯେଉଁଠାରେ ମଣିଷ ଆରାମରେ ରହିପାରିବ । କଲୋନି ଭିତରେ ସବୁକିଛି ସାମାନ୍ୟ ରହିବ ଓ ଏବଂ ଏମିତି ବି ହୋଇପାରେ କି ଭିତରେ ରହିବାକୁ ଆପଣଙ୍କୁ କିଛି କଷ୍ଟ କରିବାକୁ ନପଡେ । କିନ୍ତୁ ବାହାଦରକୁ ଯିବା ପାଇଁ ଆପଣଙ୍କୁ ସ୍ପେସ ସୁଟ ପିନ୍ଧିବାକୁ ପଡିବ । ଯଦିଓ ବାହାରେ ସ୍ପେସରେ ରହିବା ଦ୍ୱାରା ମାଂସପେଶୀ ଓ ହାଡ ଉପରେ ପ୍ରଭାବ ପଡିଥାଏ ଓ ସେମାନେ କମଜୋର ପଡିପାରନ୍ତି । ତେଣୁ କଲୋନି ମଧ୍ୟରେ ରହିବା ଆରାମ ଦାୟକ ହେବ ।

ଚନ୍ଦ୍ରରେ ହେବାକୁ ଥିବା କଲୋନିର ନାମ ଲୁନା ଗ୍ଲାସ ହେବ । ଆଉ ମଙ୍ଗଳରେ ହେବାକୁ ଥିବା କଲୋନିର ନାମ ମାର୍ସ ଗ୍ଲାସ ହେବ । କଲୋନି ଏକ ଫୋନ ଭଳି ହେବ । ଯେଉଁତିରେ ଆର୍ଟିଫିସିଆଲ ଗ୍ରାଭିଟି ଥିବ । କଲୋନିରେ ପବ୍ଲିକ ଟ୍ରାନ୍ସପୋର୍ଟର ମଧ୍ୟ ସୁବିଧା ହେବ । ଏହା ମଧ୍ୟରେ ସବୁଜିମା ରହିବ । ଅର୍ଥାତ ବୃକ୍ଷ ମଧ୍ୟ ରହିବ । ନଦୀ ମଧ୍ୟ ରହିବ । ପାଣି ବିନା ସବୁକିଛି ଥିବ । ଏହାର ଷ୍ଟ୍ରକ୍ଚର ୧୩୦୦ଫୁଟ ଲମ୍ବା ହେବ । ୨୦୫୦ ସୁଦ୍ଧା ଏହାର ପ୍ରୋଟୋଟାଇପ ତିଆରି ହେବ । ଶେଷରେ ଏହାକୁ ପୁରା ତିଆରି ହେବକୁ ୧୦୦ ବର୍ଷ ମଧ୍ୟ ଲାଗିପାରିବ ।

ସ୍ପେସ ଏକ୍ସପ୍ରେସ କ୍ୟାପସୁଲ ରେଡିୟଲ ସେଣ୍ଟ୍ରଲ ଏକ୍ସିସ ଦ୍ୱାରା ଚାଲିବ। ଚନ୍ଦ୍ରରୁ ମଙ୍ଗଳ ଯିବାକୁ ୧ଜି ର ଗ୍ରାଭିଟି ମେଣ୍ଟେନ କରାଯିବ । ଏଥିପାଇଁ ପୃଥିବୀ ଉପରେ ଏକ ଟ୍ରାକ ଷ୍ଟେସନ ତିଆରି ହେବ । ଯାହାର ନାମ ହେବ ଟେରା ଷ୍ଟେସନ । ୬କୋଚର ସ୍ପେସ ଏକ୍ସପ୍ରେସର ପ୍ରଥମ ଓ ଶେଷ କୋଚରେ ରକେଟ ବୁଷ୍ଟର୍ସ ଲଗା ହେବ ଯାହା ଟ୍ରେନକୁ ଆଗକୁ ଓ ପଛକୁ ନେବାରେ ସାହାଯ୍ୟ କରିବ । ପୃଥିବୀ ଓ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ଶକ୍ତି ହିସାବରେ ଏହାକୁ ଆର୍ଡଜଷ୍ଟ କରାଯାଇପାରିବ ।

କ୍ୟୋଟି ୟୁନିଭରସିଟି ଓ ଫାଜିମା କନଷ୍ଟ୍ରକସନ ମିଶି ଏହି ମେଗା ପ୍ରୋଜେକ୍ଟ ପାଇଁ ସ୍ପେସ ଏକ୍ସପ୍ରେସ ନାମରେ ଏହି ବୁଲେଟ ଟ୍ରେନ ତିଆରି କରିବାକୁ ଯାଉଛନ୍ତି । ଏହି ଟ୍ରେନ ପୃଥିବୀରୁ ଚନ୍ଦ୍ର ଓ ମଙ୍ଗଳ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଇଣ୍ଟର ପ୍ଲେନେଟରୀ ଟ୍ରେନ୍ସପ୍ରୋଟେସନ ସିଷ୍ଟମକୁ ହେକ୍ସାଟ୍ରେକ ନାମ ଦିଆଯାଇଛି । ଏହି ଟ୍ରାକ ଉପରେ ହେକ୍ସକ୍ଯାପସୁଲ ଚାଲିବ । ଯାହା ୧୫ମିଟର ଲମ୍ବା । ୩୦ମିଟରର ଲମ୍ବାର କ୍ୟାପ୍ସୁଲ ମଧ୍ୟ ହେବ ଯାହା ପୃଥିବୀରୁ ଚନ୍ଦ୍ର ହେଇ ମଙ୍ଗଳ ଗ୍ରହକୁ ଯିବ । ଏହି କ୍ୟାପସୁଲ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ଟେକନିକ ଉପରେ ଚାଲିବ । ଯାହାକୁ ବର୍ତ୍ତମାନ ସମୟରେ ଚିନ ଓ ଜର୍ମାନୀରେ ମ୍ୟାଗଲେବ ଟ୍ରେନ ଚାଲୁଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.