ସ୍ପେଶାଲ

ଜୟପୁର : କବାଡ଼ିଖାନାକୁ ଯିବ ସିଟି ବସ୍‌, କୋଟି କୋଟି ଟଙ୍କା ଗଲା ପାଣିକୁ, କାହାକୁ କରିବା ଦାୟୀ ?

ଜୟପୁର (କେନ୍ୟୁଜ୍‌) : ସରକାର ଲୋକଙ୍କ ପାଇଁ ଯୋଜନା କଲେ। ଟଙ୍କା ଖର୍ଚ୍ଚ ବି କଲେ। ମାତ୍ର ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଲୋକଙ୍କ କାମରେ ଲାଗିଲାନି ୨୦ଟି ସିଟି ବସ୍‌ । ପାଣିରେ ପଡିଲା କୋଟିକୋଟି ଟଙ୍କା। ମୋ ବସ୍‌ ସେବାରେ ଆସିଥିବା ୨୦ଟି ସିଟି ବସ୍‌ ଏବେ ବ୍ୟବହାର ଉପଯୋଗୀ ନହୋଇ କବାଡି ଖାନା ଯିବ। ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁଠି ରହିଲା ଭୁଲ୍‌ ? ଯେତିକି ଟଙ୍କା ପାଣିରେ ପଡିଲା ତାକୁ ଭରଣା କରିବ କିଏ? ଅଳ୍ପ ଦିନରେ କୁଆଡେ ମିଳେଇ ଗଲା ଜିଲ୍ଲାବାସୀଙ୍କ ସ୍ୱପ୍ନ?

କୋଉଠି ଚକା ଭଙ୍ଗା ତ କୋଉଠି କାଚ ଭଙ୍ଗା। କୋଉଠି କବାଟ ଖୋଲୁନି ତ କୋଉଠି ଜଙ୍କ ଲାଗିଛି। ଆଉ ସିଟ ଉପରେ ପରସ୍ତ ପରସ୍ତ ଧୂଳି। ମଦ ବୋତଲଠୁ ଆରମ୍ଭ କରି କେତେ କଣ ପଡିଛି ଏଠି। ଗୋଟିଏ କି ଦୁଇଟି ନୁହେଁ, କୋଡିଏଟି ଅଚଳ ବସର ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି। ଦିନେ ଲୋକଙ୍କ ସେବା ପାଇ ଆସିଥିବା କୋଟିକୋଟି ଟଙ୍କାର ଏହି ବସ ଏବେ ଖତ ଖାଉଛି। ଏପଟେ ବସ ଟର୍ମିନାଲର ଚିତ୍ର କଥା ନକହିଲେ ଭଲ। ଏବେ ପୂରା ପରିବେଶ ମନୁଷ୍ୟକୃତ ଜଙ୍ଗଲ ସହ ଏକ ଅସମାଜିକ ଆଡ୍ଡାସ୍ଥଳି ପାଲଟିଛି। ୨୦୧୪ରେ ମୋ ବସ ସେବା ଘୋଷଣା କରିଥିଲେ ରାଜ୍ୟ ସରକାର। ବ୍ୟୟ ଅଟକଳ ଥିଲା ୪ କୋଟିରୁ ଅଧିକ ଟଙ୍କା। ୨୦୧୪ରେ କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫ଟି ବସ ଆସିଥିଲା। ପର ମୁହୂର୍ତ୍ତରେ ମୋଟ ୨୦ଟି ବସ ଜୟପୁର ଆସିଥିଲା। ୨୦୧୬ରେ ବିଦ୍ଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା ଆଉ ବସ ଆରମ୍ଭ ହେଲା ସିଟି ବସ ସେବା। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସିମିଳିଗୁଡା ସମେତ ଜିଲାର ପ୍ରାୟ ସମସ୍ତ ବ୍ଲକକୁ ଗଡ଼ିଥିଲା ସିଟି ବସ। ଉପାନ୍ତ ଅଞ୍ଚଳର ଲୋକ ଏହି ଅତ୍ୟାଧୁନିକ ତଥା ଊନ୍ନତମାନର ବସ ସେବା ପାଇଁ ଉପକୃତ ହେବା ସହ ଖୁସି ହୋଇଥିଲେ। ଇଏ ବୋଧେ ଥିଲା ଜିଲ୍ଲାବାସୀଙ୍କ ପାଇଁ ଅଳ୍ପ କିଛି ଦିନର ଖୁସି।

୨୦୧୮ରେ ଜୟପୁର ଉଡାଜାହାଜ ପଡିଆରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ସିଟିବସର ସେବାର ଉଦଘାଟନ କରିଥିଲେ। ତାପରେ ସବୁ ବ୍ଲକକୁ ଗଡ଼ିଥିଲା ବସ। ସିଟିବସ ସେବାରେ ଉପକୃତ ହୋଇଥିଲେ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀ। କାରଣ ନିର୍ଦ୍ଧାରିତ ସମୟ ସାଙ୍ଗକୁ ସୁଲଭ ମୂଲ୍ୟରେ ବସ ସେବା ପାଉଥିଲେ ସମସ୍ତେ। ପ୍ରତି ବସରେ ୪ଜଣ କର୍ମଚାରୀ ଥିଲେ। ଅନେକ ଯୁବକ ଯୁବତୀ ନିଯୁକ୍ତି ମଧ୍ୟ ପାଇଥିଲେ। ହେଲେ ମାତ୍ର ଅଳ୍ପଦିନ ବ୍ୟବଧାନରେ ସବୁ ବସ ଅଚଳ ହୋଇଗଲା। ବିଜ୍ଞପ୍ତି ଅନୁସାରେ ବ୍ୟୟ ଅଟକଳର ୫୦ ପ୍ରତିଶତ ସରକାର ଓ ୫୦ ପ୍ରତିଶତ ବସ ଚଳାଉଥିବା ସଂସ୍ଥା ବାହନ କରିବା କଥା। ତେବେ ବସ ଚଳାଉଥିବା ସଂସ୍ଥା ମାତ୍ର କିଛି ମାସ ପରେ ବସ ମେଣ୍ଟେନାନ୍ସ କରିନଥିବା ଅଭିଯୋଗ ହୋଇଥିଲା। ଫଳ ସ୍ୱରୂପ କୋଡିଏଟି ବସ ଅକାମୀ ହୋଇଗଲା।

୨୦୧୬ ଓ ଆଜିର ଚିତ୍ର ଭିତରେ ଅନେକ ଫରକ। ବର୍ତ୍ତମାନ ଖତ ଖାଉଛି ଏହି ୫ କୋଟି ଟଙ୍କା। ଏ ବାବଦରେ ଜିଲା ପ୍ରଶାସନ ବସ ଚଲାଉଥିବା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଆଶ୍ଚର୍ଯ୍ୟର କଥା। ୨୦୧୬ର ଚିତ୍ର ଆଉ ୨୦୨୩ର ଚିତ୍ର ମଧ୍ୟରେ ଅନେକ ଫରକ। କାରଣ ସେଦିନର କୋଟି କୋଟି ଟଙ୍କା ଏବେ ଖତ ଖାଉଛି। ଧୀରେଧୀରେ ସମସ୍ତ ବସ ଅଚଳ ହେବାରୁ ବର୍ତ୍ତମାନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଜାରି ହୋଇଛି ନୋଟିସ। ୨୦ଟି ବସ ବର୍ତ୍ତମାନ କବାଡି ଖାନାକୁ ଯିବ। ଅର୍ଥାତ ସ୍କ୍ରାପରେ ବିକ୍ରି ହେବ କୋଟିକୋଟି ଟଙ୍କାର ଏହି ଅତ୍ୟାଧୁନିକ ବସ ସବୁ। ସେପ୍ଟେମ୍ବରରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ହୋଇଥିବା ଏହି ନୋଟିସରେ ବସ ଚଲାଉଥିବା ସଂସ୍ଥା ନିକଟରୁ କ୍ଷତିଭରଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ପରିବହନ ଓ ଜିଲା ପ୍ରଶାସନ ମାତ୍ର ଗୋଟିଏ ନୋଟିସ ଦେଇ ନିରବୀ ଯାଇଛନ୍ତି।

ରିପୋର୍ଟ : ମଧୁସ୍ମିତା ମିଶ୍ର, ଜୟପୁର

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

1 min ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

45 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

52 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago