ଚମକିଲେ ନୟାଗଡ ଝିଅ ଝିଲି, ଦୁଃଖର କଥା ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସଫଳତାର ଖବର ପାଇଲେ ପରିବାର ଲୋକେ

ନୟାଗଡ: ଝିଅ ବି କୌଣସିଥିରେ କମ୍ ନୁହଁନ୍ତି । ଯାହାକୁ ପୁଣି ଥରେ ପ୍ରମାଣ କରି ଦେଖାଛନ୍ତି ଜଣେ ଓଡିଆ ଝିଅ । ଆଜ୍ଞା ହଁ ଦର୍ଶକବନ୍ଧୁ ନିଜ ପ୍ରତିଭା ବଳରେ ପୁଣି ଚମକିଲେ ନୟାଗଡର ଝିଅ । ଯାହାଙ୍କ ନାଁ ଝିଲି ଦଳବେହେରା । ଦିନେ ନୟାଗଡ ଜିଲ୍ଲା କନ୍ଯା ଭ୍ରୁଣ ହତ୍ୟା ମାମଲାରେ ଛନ୍ଦି ହୋଇ ବିଶ୍ବ ସ୍ତରରେ ନିନ୍ଦିତ ହୋଇଥିବା ବେଳେ, ସେହି ଜିଲ୍ଲାର ଝିଅ ଆଜି ସମଗ୍ର ଭାରତ ବର୍ଷରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିଜର ପ୍ରତିଭା ପାଇଁ ତାସକେଣ୍ଟ ସହରରେ ଚାଲିଥିବା ସିନିୟର ଏସିଆ ଭାରୋତ୍ତୋଳନରେ ୪୫କେଜି କଟାଗୋରୀରେ ପ୍ରଥମ ସ୍ଥାନ ଅଧିକାର କରି ସେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ। ଏଥିସହ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ମଧ୍ୟ ଦେଇଛନ୍ତି ।

ଝିଲିଙ୍କର ଏହି ବିଜୟ ପରେ ଓଡିଶା ମୁଖ୍ଯମନ୍ତ୍ରୀ ଟୁଇଟ କରି ତାଙ୍କୁ ଶୁଭେଚ୍ଛା ବାର୍ତା ଦେଇଛନ୍ତି । ଅନ୍ଯପଟେ ଝିଲି ସଫଳତା ପାଇଥିଲେ ମଧ୍ୟ ତାଙ୍କ ଘର ଲୋକ ଏହି ଖବର ପାଇନଥିଲେ । ଝିଲିଙ୍କ ଘର ଦଶପଲା ବ୍ଲକ ଘୁଗୁଡିପଡା ପଂଚାୟତ ମକରପ୍ରସ।ଦ ଗ୍ରାମରେ । ଗାଁରେ ଆଜି ମଧ୍ୟ ମୋବାଇଲ ଟାୱାର ନଥିବା ବେଳେ ନେଟ ଆସୁନାହିଁ । ତେଣୁ ଝିଅ ସହ ଭଲରେ କଥା ହେଇପ।ରୁନଥିବା କଥା କହିଛନ୍ତି ଝିଲିଙ୍କ ମା।

ତେବେ ଝିଲିଙ୍କ ସଫଳତା ଭାରତ ବର୍ଷ ତଥା ଓଡିଶା ପାଇଁ କିଛି କମ୍ କଥା ନୁହେଁ । ତଥାପି ଆଜି ପର୍ଯ୍ଯନ୍ତ ଜିଲ୍ଲା ପ୍ରଶାସନ ପହଞ୍ଚି ପାରିନାହିଁ ଝିଲିଙ୍କ ପରିବାର ପାଖରେ। ଭଙ୍ଗା ଚାଳ ଛପର ଘରେ କବାଟ ଲାଗିନଥିବା ବେଳେ, ତାଟି ଦେଇ ଘରେ ଲୋକ ରହୁଛନ୍ତି । ଏତେ ଅସୁବିଧା ସତ୍ୱେ ଆବାସ ଯୋଜନାରେ ଆଜି ପର୍ଯ୍ଯନ୍ତ ସାମିଲ ହୋଇନାହାନ୍ତି ଝିଲିଙ୍କ ପରିବାର ଲୋକ । ଯଦିଓ ଘର ମିଳିଛି ତାହା ଆଜି ପର୍ଯ୍ଯନ୍ତ ସମ୍ପୂର୍ଣ ହୋଇପାରି ନଥିବା କଥା କହିଛନ୍ତି ଝିଲିଙ୍କ ପରିବାର ।

ଅନ୍ଯପଟେ ସ୍ଥାନୀୟ ବିଧାୟକଙ୍କୁ ଭେଟିବାପରେ, ସେ ମଧ୍ୟ ଝିଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝିଅଙ୍କ ଘର କଥା କହିବାରୁ ସେ କହିଛନ୍ତି, ତାଙ୍କ ପାରିବର ଲୋକଙ୍କୁ ଭେଟି ଏହାର ସମାଧାନ କରିବେ ବୋଲି । ତେବେ ଗୋଟେ ପଟେ ଝିଲି ଦଳବେହେରାଙ୍କ ପ୍ରତିଭା ଭ।ରତ ପାଇଁ ଗର୍ବ ଓ ଗୌରବ ଆଣୁଥିବା ବେଳେ ଅନ୍ଯପଟେ ଝିଲିଙ୍କ ପରିବାର ଦୁଖ,ଦୁର୍ଦଶା ଭିତରେ ଜୀବନ ବିତେଉଛନ୍ତି। ଯାହା ନିଶ୍ଚିତ ଭାବେ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.