ଭିନ୍ନକ୍ଷମ ଝିଅ ଝିଲ୍ଲୀଙ୍କ କମାଲ୍: ଆନ୍ତର୍ଜାତିକ ସ୍ତରରେ ହେବାକୁ ଥିବା ମହିଳା ଅନ୍ଧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ହେଲେ ଚୟନ

ଛୁଆଟି ଦିନରୁ ମା ଏବଂ ପରେ ବାପାଙ୍କୁ ହରାଇ ଦୁଃଖ ଦରିଆରେ ବୁଡୁଥିବା ଭିନ୍ନକ୍ଷମ ଝିଅକୁ ଜେଜେମା ଦେଇଥିଲା ସାହାରା। ଆଦିବାସୀ ହେଲେ ମଧ୍ୟ ଅନେକ କଷ୍ଟ କରି ଭିନ୍ନକ୍ଷମ ବିଦ୍ୟାଳୟରେ ପାଠ ପଢ଼ାଇବା ଆରମ୍ଭ କଲା। ସେହି ବଣମଲ୍ଲୀ ଏବେ ଫୁଟିବା ସହିତ ସାରା ଦେଶରେ ନିଜର ମହକ ଛାଡ଼ିବାକୁ ଯାଉଛି।

ଆନନ୍ଦପୁର (କେନ୍ୟୁଜ): ଛୁଆଟି ଦିନରୁ ମା ଏବଂ ପରେ ବାପାଙ୍କୁ ହରାଇ ଦୁଃଖ ଦରିଆରେ ବୁଡୁଥିବା ଭିନ୍ନକ୍ଷମ ଝିଅକୁ ଜେଜେମା ଦେଇଥିଲା ସାହାରା। ଆଦିବାସୀ ହେଲେ ମଧ୍ୟ ଅନେକ କଷ୍ଟ କରି ଭିନ୍ନକ୍ଷମ ବିଦ୍ୟାଳୟରେ ପାଠ ପଢ଼ାଇବା ଆରମ୍ଭ କଲା। ସେହି ବଣମଲ୍ଲୀ ଏବେ ଫୁଟିବା ସହିତ ସାରା ଦେଶରେ ନିଜର ମହକ ଛାଡ଼ିବାକୁ ଯାଉଛି।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଝଣଝଣା ଗାଁ। ଗାଁର ସୁଦର୍ଶନ ବିରୁଆ ଓ ମମତା ବିରୂଆ ଙ୍କ ଭିନ୍ନକ୍ଷମ ଝିଅ ଝିଲ୍ଲି। ପ୍ରଥମେ ମମତା ଓ ପରେ ସୁଦର୍ଶନ ଆରପାରିକୁ ଚାଲିଗଲା ପରେ ଏକା ହୋଇଯାଇଥିଲେ ଝିଲ୍ଲୀ। ନିଜ ଜେଜେମାଙ୍କ ସାହାରାରେ ବଞ୍ଚୁଥିବା ଝିଲ୍ଲୀ ଭଦ୍ରକର ଏକ ଅନ୍ଧ ମୁକ ବଧିର ବିଦ୍ୟାଳୟରେ ପାଠ ପଢିବା ଆରମ୍ଭ କରିଥିଲେ। ସେହି ବିଦ୍ୟାଳୟ ରୁ ଆରମ୍ଭ ହୋଇଥିଲା ତାଙ୍କ ଖେଳ ଜିବନ। ମହିଳା ଅନ୍ଧ ଖେଳାଳି ଭାବେ ରାଜ୍ୟ ତଥା ରାଜ୍ୟବାହାରେ ତାଙ୍କ ନାଁ ବିକଶିତ ହେବାକୁ ଲାଗିଥିଲା। ଏବେ ପ୍ରଥମ କରି ଆନ୍ତର୍ଜାତିକ ସ୍ତରରେ ହେବାକୁ ଥିବା ମହିଳା ଅନ୍ଧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଓଡ଼ିଶାରୁ ୫ ଜଣକ ନାଁ ଚୟନ ପ୍ରକ୍ରିୟା ନିମନ୍ତେ ବଛା ଯାଇଥିବା ବେଳେ ଏଥିରେ ଅଛି ଝିଲ୍ଲୀ ଙ୍କ ନାଁ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଙ୍କ ସମେତ ସମସ୍ତଙ୍କ ମନରେ ଅସରନ୍ତି ଖୁସି।

ଟ୍ରଫି ଟିଏ ପାଈଁ କେତେକଣ କଷ୍ଟ କରିବାକୁ ପଡୁଥିବା ବେଳେ ଝିଲ୍ଲୀ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳିଛି। ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିବା କୁ ସ୍ଥାନ ନଥିବା ବେଳେ ଧୂଳି ମଳି ହୋଇ ପଡ଼ି ରହୁଛି ଝିଲ୍ଲୀଙ୍କ ଟ୍ରଫି ଓ ମାନପତ୍ର। ଦାରିଦ୍ର୍ୟତା କେବେ ଏହି ଭିନ୍ନକ୍ଷମ ଝିଲ୍ଲୀ କୁ ଅଟକାଇ ପାରି ନାହିଁ। କ୍ରିକେଟ ଖେଳରେ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ୁଥିବା ଝିଲ୍ଲୀ ନିଶ୍ଚିତ ଭାବେ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ସହିତ ଭବିଷ୍ୟତରେ ଆମ ଦେଶ ପାଇଁ କ୍ରିକେଟ ଖେଳିବେ ଏହି ଆଶା ନେଇ ଆଗକୁ ବଢ଼ି ଚାଲିଛନ୍ତି । ତାଙ୍କର ଏହି ସଫଳତାରେ ଆନନ୍ଦପୁର ଉପଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଭବିଷ୍ୟତ ଉଜ୍ବଳମୟ ହେବାର କାମନା କରିଛନ୍ତି।

ତୁଳସୀ ଦୁଇପତ୍ର ରୁ ବାସିବା ଭଳି ନିଜ ବାପା ମା ଙ୍କୁ ହରାଇ ଅଭାବ ଅନାଟନରେ ରହି ମଧ୍ୟ ଦୃଢ଼ଇଚ୍ଛାଶକ୍ତି ବଳରେ ଅନେକ ଆଗକୁ ଯାଇ ପାରିଛନ୍ତି ଏହି ଦୃଷ୍ଟି ଶକ୍ତି ନଥିବା ଝିଅ। ଆଶା ରଖିବା ଭବିଷ୍ୟତରେ ଝିଲ୍ଲୀ ଆମ ଦେଶ ପାଇଁ କ୍ରିକେଟଖେଳି ଦେଶର ନାଁ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.