ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ: ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ନିକଟତର ହେବେ ବୃହସ୍ପତି ଏବଂ ଶନି

କେନ୍ଯୁଜ୍: ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ । ନିକଟତର ହେବେ ଦୁଇ ଗ୍ରହ ବୃହସ୍ପତି ଓ ଶନି । ସନ୍ଧ୍ୟା ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ଆକାଶରେ ନିକଟତର ହେବେ ବୃହସ୍ପତି ଏବଂ ଶନି। ପ୍ରାୟ ୪୦୦ ବର୍ଷ ପରେ ଏହା ସଂଗଠିତ ହେବ । ଏହା ଏକ ବିରଳ ଘଟଣା । ଖାଲି ଆଖିରେ ସମସ୍ତେ ଏହାକୁ ଦେଖିପାରିବେ। ଗ୍ରହ ଦୁଇଟି ସୂର୍ଯ୍ଯାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲି ଆଖିରେ ଦେଖାଯିବେ ।

Solar Systemଆସନ୍ତା ତିନି ସପ୍ତାହ ଧରି ପ୍ରତିଦିନ ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା କମିବ ଏବଂ ଏହି ଦୁଇ ଗ୍ରହ ନିକଟତର ହୋଇ ଖୁବ୍‌ ପାଖାପାଖି ଦେଖାଯିବେ । ଏହି ଦୁଇ ଗ୍ରହ ଏତେ ପାଖାପାଖି ଅବସ୍ଥାନ କରିବେ ଯେ, ଯାହା ସାଧାରଣ ଦୂରବୀକ୍ଷଣ ଏବଂ ଖାଲି ଆଖିରେ ଦେଖାଯିବ। ଏହି ଦୁଇ ଗ୍ରହ ଗୋଟିଏ ବସ୍ତୁ ପରି ପ୍ରତୀୟମାନ ହେବେ। ସେମାନଙ୍କ ଭିତର ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ। ଶେଷଥର ପାଇଁ ବୃହସ୍ପତି ଏବଂ ଶନିର ଏପରି ମହାମିଳନ ୧୬୨୩ ମସିହା ଜୁଲାଇ ୧୬ ତାରିଖରେ ଦେଖାଯାଇଥିଲା। ଆସନ୍ତା ୨୦୮୦ ମସିହାରେ ପୁଣି ବୃହସ୍ପତି ଏବଂ ଶନି ଗ୍ରହ ଏତେ ପାଖାପାଖି ଏକାଠି ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.