କୁଣ୍ଡଳୀର ଏହି ଘରେ ଯଦି ବସିଥାଏ ଏହି ଗ୍ରହ, ସନ୍ତାନ ପାଠ ପଢ଼ାରେ ହୁଅନ୍ତି ବହୁତ ଭଲ

ପିଲାଙ୍କ ପାଠ ପଢ଼ା ଓ କ୍ୟାରିୟରକୁ ନେଇ ସବୁ ବାପା-ମା’ ମାନେ ଚିନ୍ତିତ ଥାଆନ୍ତି । ଜ୍ୟୋତିଷ ଶାସ୍ତ ଅନୁସାରେ କୁଣ୍ଡଳୀର ୫ମ ଭାବ ଶିକ୍ଷା ଘର ଭାବେ ମନାଯାଏ । ଏଠାରେ ଯଦି ଏହି ଗ୍ରହ ଥାଏ ତାହେଲେ ପିଲାର ପାଠ ପଢ଼ା କ’ଣ ହୁଏ ଆସନ୍ତୁ ଜାଣିବା ।

ଶିକ୍ଷାର ମହତ୍ତ୍ୱ ସମସ୍ତେ ଜାଣନ୍ତି । ଶିକ୍ଷା ଯେତେ ଭଲ ହେବ, ସେହି ଭାବରେ ସଫଳତା ପ୍ରାପ୍ତ ହେବ । ଏଥିପାଇଁ ସମସ୍ତେ ଶିକ୍ଷା ଉପରେ ଜୋର ଦିଅନ୍ତି । ସବୁ ମାତା-ପିତା ନିଜ ସନ୍ତାନକୁ ଯୋଗ୍ୟ ଓ ଶିକ୍ଷିତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ୫ମ ଭାବ ଶିକ୍ଷାକୁ ମନାଯାଇଥାଏ । କୁଣ୍ଡଳୀର ଏହି ଭାବରୁ ଶିକ୍ଷା ବିଷୟରେ ଜଣାପଡ଼ିଥାଏ ।

ଗୁରୁ ଭୂମିକା :

ଜ୍ୟୋତିଷ ଶାସ୍ତ୍ରରେ ଗୁର ବା ବୃହସ୍ପତି ଗ୍ରହକୁ ଏକ ଶୁଭ ଗ୍ରହ ମନାଯାଏ । ଗୁରୁ ଯଦି କାହାର କୁଣ୍ଡଳୀରେ ଶୁଭ ସ୍ଥିତିରେ ଥାଏ । ତେବେ ଏପରି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ । ଗୁରୁଙ୍କୁ ଉଚ୍ଚ ଶିକ୍ଷାର କାରକ ମନାଯାଇଥାଏ । ଯେବେ ଗୁରୁ କୁଣ୍ଡଳୀର ୫ମ ଭାବରେ ଶୁଭ ରାଶିରେ ମଜବୁତ ସ୍ଥିତିରେ ରହିଥାଏ । ଏପରି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ କୀର୍ତ୍ତିମାନ ସ୍ଥାପିତ କରିଥାଏ ।

jupiter
P.C: Astrosanhita.com

ଅଶୁଭ ଗ୍ରହ ର ଦୃଷ୍ଟି :

କୁଣ୍ଡଳୀରେ ୫ମ ଭାବ ଉପରେ ଯେବେ କିଛି ଅଶୁଭ ଗ୍ରହର ଦୃଷ୍ଟି ପଡ଼ିଥାଏ ତେବେ ଶିକ୍ଷାରେ ବାଧା ପ୍ରାପ୍ତ ହୋଇଥାଏ । ପାପ ଗ୍ରହ ରାହୁ ଓ କେତୁ ଯଦି ୫ମ ଭାବରେ ବିରାଜମାନ ହୁଅନ୍ତି କିମ୍ବା ତାଙ୍କର ଦୃଷ୍ଟି ପଡ଼ିଥାଏ ତେବେ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବାରେ ଓ ସମ୍ପୂର୍ଣ୍ଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏମିତି ଲୋକ ଗୁପ୍ତ ବିଦ୍ୟା ଜାଣିବାରେ ଆଗ୍ରହ ରଖିଥାନ୍ତି ।

ଶ୍ରୀ ଗଣେଶଜୀଙ୍କ ପୂଜା :

ଶ୍ରୀ ଗଣେଶଜୀ ବୁଦ୍ଧି ଓ ବିଦ୍ୟା ଦାତା ବୋଲି ମନାଯାଏ । ମାନ୍ୟତା ଯେ ଗଣେଶଜୀଙ୍କ ପୂଜା କରିବା ଦ୍ୱାରା ଶିକ୍ଷାରେ ଆସୁଥିବା ବାଧା ଦୂର ହୋଇଥାଏ । ବୁଧବାର ଦିନ ଗଣେଶଜୀଙ୍କୁ ପୂଜା କରିବା, ଗଣେଶଜୀଙ୍କ ମନ୍ତ୍ର ଜପ କରିବା ଦ୍ୱାରା ଲାଭ ହୋଇଥାଏ । jupiter-in-5th-houses-of-janam-kundli-is-a-sign-of-good-education

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.