ଏଠି ଅଗ୍ନି ଶିଖା ଭାବେ ପୂଜା ପାଆନ୍ତି ଦେବୀ ମାତା, ଯାହାର ରହସ୍ୟ କେହି ଭେଦି ପାରିନାହାନ୍ତି

ମାଆ ଜ୍ୱାଳା ଦେବୀ । ମାଆଙ୍କ ମନ୍ଦିର ହିମାଚଳ ପ୍ରଦେଶରେ ଅବସ୍ଥିତ। ମାଆଙ୍କ ଏହି ମନ୍ଦିର ଅନ୍ୟ ସମସ୍ତ ଦେବୀ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ପଛରେ ଲୁଚି ରହିଛ ି ଅନେକ ରହସ୍ୟ। ଜ୍ୱାଳା ଦେବୀ ମନ୍ଦିରରେ ନିଆଁ ଜଳୁଥାଏ । ଏହା କେବେବି ଲିଭେ ନାହିଁ। ଏହା ହେବା ପଛରେ କାରଣ କଣ ତାହା ମଧ୍ୟ ଏକ ରହସ୍ୟ ହୋଇ ରହିଛି। ଇତିହାସକୁ ଧ୍ୟାନ ଦେଲେ ଜଣା ପଡେ ଯେ, ଏହି ଜ୍ୱାଳା ବା ନିଆଁକୁ ଲିଭେଇବା ପାଇଁ ବାଦଶାହ ଆକବର ମଧ୍ୟ ଅନେକ ପ୍ରୟାସ କରି ଫେଲ ମାରିଥିଲେ । ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ ବୈଜ୍ଞାନିକ ମାନେ ମଧ୍ୟ କିଛି ପ୍ରମାଣ ପାଇନାହାନ୍ତି।

maata

 

ହିମାଚଳ ପ୍ରଦେଶରେ କାଙ୍ଗ୍ରା ଜିଲ୍ଲାର ଅବସ୍ଥିତ ମାଆଙ୍କ ଏହି ଭବ୍ୟ ମନ୍ଦିର ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏଠାରେ ମାଆଙ୍କ ପ୍ରାକୃତିକ ଜ୍ୟୋତି ପ୍ରତିଦିନ ଜଳୁଥାଏ । ଏମିତିକି କିଛି ବର୍ଷ ପୂର୍ବେ oil and natural gas corporation limited ର ରିସର୍ଚ୍ଚର ଏହି ସ୍ଥାନର ଭୂଗର୍ଭକୁ ଖୋଳି ଏହାର ରହସ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। କିନ୍ତୁ କେଉ ଁଠି ବି ଗ୍ୟାସ ତଥା ତେଲର ସନ୍ଧାନ ମିଳିନଥିଲା। ଏଠାରେ ମାଆଙ୍କର କୋଣସି ମୂର୍ତ୍ତି ପୂଜା ହୋଇନଥାଏ। ବରଂ ପୃଥିବୀ ଗର୍ଭରୁ ବାହାରିଥିବା ୯ଟି ଜ୍ୟୋତିକୁ ଏଠାରେ ପୂଜା କରାଯାଏ। ଏହି ଜ୍ୟୋତି ଉପରେ ସ ୁନ୍ଦର ଭବ୍ୟ ମନ୍ଦ ିର ତିଆରି କରାଯାଇଛି। ଯାହାକୁ ଦେଖିବା ପାଇଁ ମଧ୍ୟ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ।

ତେବେ ଏହି ୯ଟି ଜ୍ୟୋତିକୁ ଦେବୀଙ୍କ ୯ଟି ସ୍ୱରୂପକୁ ସମିର୍ପିତ କରାଯାଇଛି। ପ୍ରଥମରୁ ମହାକାଳୀ, ଅନ୍ନପୂର୍ଣ୍ଣା, ଚଣ୍ଡି, ହିଙ୍ଗଲାଜ, ବିନ୍ଧ୍ୟାବାସିନୀ, ମହାଲକ୍ଷ୍ମୀ, ସରସ୍ୱତୀ , ଅମ୍ବିକା ଓ ଶେଷରେ ଅଞ୍ଜି ଦେବୀଙ୍କ ନାମରେ ପୂଜା କରାଯାଉଛି। ମନ୍ଦିରର ନିର୍ମାଣ ରାଜା ଭୂମିଚନ୍ଦ କରିଥିଲେ। ପରେ ପଞ୍ଜାବର ରାଜା ରଞ୍ଜିତ ସିଂ ୧୮୩୫ ମସିହାରେ ଏହି ମନ୍ଦିିରର ପୂର୍ଣ୍ଣ ନିର୍ମାଣ କରିଥିଲେ । ପୁରାଣରେ ଏହାକୁ ଖୋଜିବାର ଶ୍ରେୟ ପାଣ୍ଡବ ମାନଙ୍କୁ ଦିଆଯାଇଛି। ତେବେ ଏହା ମାଆଙ୍କ ୫୧ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ। ମାନ୍ୟତା ଅନୁଯାୟୀ ଏଠାରେ ମାଆଙ୍କ ଜିହ୍ଵା ବା ଜିଭ ଏଠାରେ ପଡିଥିଲା

ମାଆଙ୍କର ଏହି ଜ୍ୱଳାରେ ତେଲ ଦିଆଯାଏ ନାର୍ହି। ଏହାପରେ ବି ଜ୍ୱାଳା କେବେ ବି ଲିଭିନଥାଏ। ମାତା ଗର୍ଭ ଗୃହରେ ଜ୍ୟୋତି ରୂପରେ ସର୍ବଦା ବିରାଜମାନ କରିଥାନ୍ତି। ଖାସ କରି ନବରାତ୍ରୀ ସମୟରେ ମାଆଙ୍କର ମନ୍ଦିରରେ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଜ୍ୟୋତିର ଉପରି ଭାଗରେ ସୁନାର ପ୍ଲେଟ ଦିଆଯାଇଛି।

maa

ମାଆଙ୍କ ଏହି ମନ୍ଦିର ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ମାଆଙ୍କର ଏହି ଭିନ୍ନ ସ୍ୱରୂପ ସତରେ ବାସ୍ତବିକ ଏବଂ ଏଠାରେ ଭକ୍ତଙ୍କ ଆସ୍ଥା ଓ ବିଶ୍ୱା ସ ଯୋଡ଼ି ହୋଇ ରହିଛି। ମାଆଙ୍କ ଏହି ଦିବ୍ୟ ସ୍ୱରୁପ ଦର୍ଶନ କରିବାକୁ ବହୁ ଦୂର ଦୁରାନ୍ତରୁ ଭକ୍ତ ଆସନ୍ତି। ତେବେ ଯଦି ଆପଣ ଏହି ମନ୍ଦ ିରରେ ମାଆଙ୍କ ସାକ୍ଷାତ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଥରେ ବୁଲି ଆସନ୍ତୁ।