୨୦୨୨କୁ ଘାରୁଛି ‘କାଳସର୍ପ ଯୋଗ’, ଏହି ୪ଟି ରାଶିର ଲୋକଙ୍କ ଜୀବନ ଉପରେ ପଡ଼ିବ ଭୀଷଣ କୁ-ପ୍ରଭାବ

ନୂଆବର୍ଷର ଆଗମନ ପାଇଁ ସମସ୍ତେ ବେଶ୍‌ ଖୁସି ଅଛନ୍ତି। କରୋନା ଯୋଗୁ ଲୋକମାନେ ଏକ ପ୍ରକାରର ପେଷି ହୋଇଯାଇଥିବାରୁ ୨୦୨୨କୁ ନେଇ ସମସ୍ତଙ୍କ ମନରେ ଅନେକ ଉତ୍ସାହ ଉଦ୍ଦିପନା ରହିଛି। କିନ୍ତୁ ବର୍ଷ ୨୦୨୨ର ଜନ୍ମ କୁଣ୍ଡଳୀରେ କାଳସର୍ପ ଯୋଗ ରହିଛି, ଯାହା କେତେକ ରାଶିର ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଚଳିତବର୍ଷ ୪ଟି ରାଶିର କାଳସର୍ପ ଯୋଗ ରହିଛି। ଆସନ୍ତୁ ଜାଣିବା ୨୦୨୨ ରେ କେଉଁ କେଉଁ ରାଶିର କାଳ ସର୍ପ ଯୋଗ ରହିଛି…

ବୃଷ:

୨୦୨୨ ମସିହାର ରାଶି ଚକ୍ରରେ ପଡ଼ୁଥିବା କାଳସର୍ପ ଯୋଗର ପ୍ରଭାବ ବୃଷ ରାଶି ଉପରେ ପଡ଼ୁଛି। ଖାସ୍‌ କରି ବର୍ଷର ପ୍ରଥମ ୩ ମାସ ବୃଷ ରାଶିର ବ୍ୟକ୍ତି ଅଧିକ ସାବଧାନ ରହିବା ଜରୁରୀ। ଏହି କାରଣରୁ ମା’ଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ। ଏହା ବ୍ୟତୀତ ଚୋରି ଓ ଠକାମୀର ଭୟ ମଧ୍ୟ ରହିଛି। ଏଣୁ ସାବଧାନ ରୁହନ୍ତୁ।

କନ୍ୟା:

୨୦୨୨ ମସିହାର କୁଣ୍ଡଳୀରେ କାଳସର୍ପ ଯୋଗ ଥିବାରୁ କନ୍ୟା ରାଶିର ଲୋକଙ୍କର ଆଂଶିକ ବିଷ ଯୋଗ ରହିଛି। ଏଣୁ ବାହାର ଜିନିଷ ଯଥା ସମ୍ଭବ କମ୍‌ ଖାଆନ୍ତୁ। ୨୪ ଏପ୍ରିଲ ୨୦୨୨ ଯାଏଁ ଖାଇବା ପିଇବାକୁ ନେଇ ସାବଧାନ ରୁହନ୍ତୁ। ମଦ୍ୟପାନ କରୁଥିବା ବ୍ୟକ୍ତି ଅଧିକ ସାବଧାନ ରହିବା ଜରୁରୀ।

ବିଛା:

କାଳସର୍ପ ଯୋଗ ଯୋଗୁ ବିଛା ରାଶିର ବ୍ୟକ୍ତିଙ୍କ ମାନସିକ ସ୍ଥିତିି ଭଲ ରହିବ ନାହିଁ। ଅନ୍ୟମାନଙ୍କ ବିଚାର ଯୋଗୁ ନିଜେ ଚିନ୍ତାରେ ରହିବେ। ଏଣୁ ଅନ୍ୟ କଥାକୁ ଯେତେ ପାରୁଛନ୍ତି ଅଣଦେଖା କରନ୍ତୁ। ଖାସ୍‌ କରି ୨୪ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଅଧିକ ସାବଧାନ ରୁହନ୍ତୁ।

ମୀନ:

ମୀନ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ କିଛି ସହିବାକୁ ପଡ଼ିପାରେ। ଏହି ସମୟ ମଧ୍ୟରେ ଆପଣ କୌଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଜୀବନକୁ ତଳିତଳାନ୍ତ କରିଦେବ। ଅତି ନିକଟତର ଲୋକଠାରୁ ସବୁ ଦିନ ପାଇଁ ଅଲଗା ହୋଇଯିବେ। ଫଳରେ ଖୁବ୍‌ ଚିନ୍ତାରେ ରହିବେ। ଏଣୁ ଏହି ସମୟରେ ଧୈର୍ଯ୍ୟ ଧରନ୍ତୁ।

୨୦୨୨ ମସିହାର ରାଶିଚକ୍ରରେ କାଳ ସର୍ପ ଯୋଗ ଥିବାରୁ ଲୋକମାନେ ବିଷାଦଗ୍ରସ୍ତ ରହିବେ। ଏହି ସ୍ଥିତିରୁ ମୁକୁଳିବା ପାଇଁ ଶିବ ପଞ୍ଚାକ୍ଷର ସ୍ତ୍ରୋତ୍ର ନିୟମିତ ପାଠ କରନ୍ତୁ। ଏଥିସହ ଲାଲ ଚନ୍ଦନ, ଅପାମାର୍ଗ ଓ ଖଣ୍ଡ ହଳଦୀକୁ ଲବଙ୍ଗ କର୍ପୁର ଘିଅ ସହ ମିଶାଇ ଘରେ ଧୂପ ଦିଅନ୍ତୁ। ନକାରାତ୍ମକ ପ୍ରଭାବ କମ୍‌ ରହିବ।

Leave A Reply

Your email address will not be published.