ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚନ୍ଦନ ବେଶରେ ବିମଣ୍ଡିତ ହେଲେ ମା ମଙ୍ଗଳା

କାକଟପୁର (କେନ୍ୟୁଜ) : ଆଜି ହେଉଛି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ବା ଜ୍ୟେଷ୍ଠ ପୁର୍ଣ୍ଣିମା । ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଚତୁର୍ଦ୍ଧାମୂର୍ତିଙ୍କ ହୋଇଥାଏ ସ୍ନାନ। ସେଥିପାଇଁ ଏହିପୁର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତି ସହ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କର ରହିଛି ପାରମ୍ପରିକ ସମ୍ପର୍କ। ଆଜି ମା ମଙ୍ଗଳାଙ୍କର ଏହି ପବିତ୍ର ତିଥିରେ ଆରମ୍ଭହୋଇଛି ଚନ୍ଦନ ବେଶ। ମା ମଙ୍ଗଳାଙ୍କ ସର୍ବାଙ୍ଗ ଶରୀରରେ ଆଜି ପୂଜାପଣ୍ଡା ସେବାୟତ ମାନଙ୍କ ଦ୍ୱାରା ଲାଗିହୋଇଛି ସୁବାସିଶ ଚନ୍ଦନ। କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ମନ୍ଦିର ଭିତରକୁ ପ୍ରବେଶ ବରଣ ରହିଥିବା ବେଳେ ସେବାୟତଙ୍କ ଦ୍ୱାରା ରୀତିନୀତି ଅନୁଯାଇ ଆରମ୍ଭ ହୋଇଛି ମା ମଙ୍ଗଳାଙ୍କ ପ୍ରସିଦ୍ଧ ଚନ୍ଦନ ବେଶ।

ଶାସ୍ତ୍ରରେ ଉଲେଖ ଅଛି ଯଥା ଦେହେ ତଥା ଦେବେ ଅର୍ଥାତ ଯେମିତି ମଣିଷ ସେମିତି ଦେବତା। ବିଶ୍ଵାସ ରହିଛି ମା ମଙ୍ଗଳା ମାନବୀୟ ଲୀଳା ଖେଳାକରିଥାନ୍ତି,ସେଥିପାଇଁ ତ ବର୍ଷକ ବାରମାସରେ ମା ମଙ୍ଗଳାଙ୍କ ତେରପର୍ବ ପାଳନ କରାଯାଇଥାଏ। ଗ୍ରୀଷ୍ମ କାଳରେ ଯେପରି ମାନବ ସମାଜ ଗ୍ରୀଷ୍ମର ତାଡନା ଦାଉରୁ ରକ୍ଷାପାଇବାପାଇଁ ବା ଗରମରୁ ଉପଷମ ପାଇବାପାଇଁ ଅତ୍ୟାଧୁନିକ ସାମଗ୍ରୀର ବ୍ୟବହାର କରିଥାନ୍ତି ସେହିଭଳି ମାମଙ୍ଗଳାଙ୍କୁ ଗରମ ଦାଉରୁ ଶୀତଳତା ପ୍ରଦାନ କରିବାପାଇଁ ଜ୍ୟେ ଷ୍ଠପୁର୍ଣ୍ଣିମା ଦିନ ଆଜିର ଦିନରେ ମାଙ୍କ ମନ୍ଦିରରେ ଆରମ୍ଭ ହୋଇଥାଏ ସ୍ୱତନ୍ତ୍ର ନୀତିକାନ୍ତି ସର୍ବାଙ୍ଗଚନ୍ଦନ ବେଶ। ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ମଙ୍ଗଳାଙ୍କର ଏହି ଚନ୍ଦନ ବେଶ ପାଳିତହୋଇଛି।

silaମଙ୍ଗଳାଙ୍କ ଚନ୍ଦନ ବେଶ ପାଇଁ ମଙ୍ଗଳାମନ୍ଦିର ପ୍ରଶାସନ ପକ୍ଷରୁ ପାଞ୍ଚକିଲୋ ବାସଚନ୍ଦନକାଠ,୨୦୦ ଗ୍ରାମ ଶ୍ରୀକର୍ପୁର ଓ ପାଞ୍ଚଟି ଅଗୁର ଯୋଗାଇଦିଆ ଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଚନ୍ଦନ କାଠକୁ ସ୍ୱତନ୍ତ୍ର ସେବକଙ୍କ ଦ୍ୱାରାପଥର ଶୀଳରେ ଘୋରାଯାଇ ଚନ୍ଦନ ଘୋଳାପ୍ରସ୍ତୁତ କରାଯାଇ ସେଥିରେ ଅଗୁର ମିଶାଯାଇ ଅଙ୍ଗଲାଗି ସେବକଙ୍କ ଦ୍ୱାରା ଆଜି ଦିପ୍ରହର ଧୂପ ପରେ ପରେ ମାଙ୍କ ଦେହରେ ଚନ୍ଦନ ଲାଗି କରାଯାଇଛି। ଦୀର୍ଘ ଦୁଇଘଣ୍ଟା ଧରି ମାଙ୍କ ସର୍ବାଙ୍ଗ ଅଙ୍ଗରେ ଚନ୍ଦନର ପ୍ରଲେପ ଲାଗିକରାଯିବା ପରେ ମାଙ୍କ ବେଶକରଯାଇଥିଲା ଓ ମାଙ୍କୁ ଗଜରା ମାଳରେ ସଜିତ କରାଯାଇ ଦ୍ୱାର ଫିଟାଯାଇଥିଲା। ଦ୍ୱାରଫିଟାଯିବା ପରେ ସ୍‌ତନ୍ତ୍ର ପୂଜକରାଯାଇ ମାଙ୍କର ସନ୍ଧ୍ୟା ଆଳତି ଆରମ୍ଭ ହୋଇଥିଲା। ମା ମଙ୍ଗଳାଙ୍କ ଚନ୍ଦନ ବେଶ ସଂପୂର୍ଣ୍ଣ ହେବାପରେ ଲାଗିହୋଇଥିବା ଚନ୍ଦନରୁ ବଳକାରହିଥିବା ଛଡାଚନ୍ଦନକୁ ମଙ୍ଗଳାଙ୍କ ସେବାୟତ ମାନେ ପରସ୍ପର ମଧ୍ୟରେ ବୋଳା ବୋଳି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.