ଜାଣନ୍ତୁ କେଉଁଠାରେ ଭଗବାନ ଶଙ୍କରଙ୍କ ଉପରେ ପାଦ ରଖିଥିଲେ ମା କାଳୀ

କାଳୀ ମାତା ଦାନବଙ୍କ ଠାରୁ ଆରମ୍ଭ କରି ଦେବତାଙ୍କୁ ଅନେକ ଥର ରକ୍ଷା କରିଥିଲେ। ରୁଗ ବେଦ ଅନୁଯାୟୀ ଥରେ ଦାନବଙ୍କ ଅନ୍ତ କଲା ପରେ ମଧ୍ୟ ମା କାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିବା ପରେ ଭଗବାନ ଭୋଳାନାଥଙ୍କୁ ମାଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଆସିବାକୁ ପଡିଥିଲା। ଏହି ବିଷୟରେ ତ ଆପଣମାନେ ଜାଣିଥିବେ କିନ୍ତୁ ଏହି ସ୍ଥାନ କେଉଁଠାରେ, ଏହାର ବୈଶାଖୀ ସହ କଣ ସମ୍ବନ୍ଧ ରହିଛି ଏବଂ ଏଠାରେ ସ୍ନାନ କରିବା ଦ୍ୱାରା ପାଞ୍ଚ ତୀର୍ଥର ପୁଣ୍ୟ କାହିଁକି ମିଳିଥାଏ ଏହିସବୁ ବିଷୟରେ ତ କେବେ ନା କେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ। ତେବେ ଏହି ବିଷୟରେ ଆସନ୍ତୁ ଜାଣିବା ବିସ୍ତାରରେ।

kaleswar

ରୁଗ ବେଦ ଅନୁଯାୟୀ କାଂଗଡାର ଦେହରା ଉପମଣ୍ଡଳର କାଳେଶ୍ୱରର ବ୍ୟାସ ନଦୀ କୂଳରେ ଏକ ପ୍ରସିଦ୍ଧ କାଲିନାଥ କାଳେଶ୍ୱର ମହାଦେବ ମନ୍ଦିର ରହିଛି। ଉଲ୍ଲେଖ ରହିଛି ସତ୍ୟ ଯୁଗରେ ହିମାଛଲର ସିବାଲିକ ପାହାଡରେ ଦୈତ୍ୟ ଜାଲଂଘରର ଆତଂକରେ ଦେବତା, ଋଷି-ମୁନି ସମସ୍ତେ ଚିନ୍ତିତ ଥିଲେ। ସମସ୍ତେ ଏହି ସମସ୍ୟା ସମାଧାନ ପାଇଁ ଭଗବାନ ଶ୍ରୀହରିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହାପରେ ଦେବତା ଏବଂ ମୁନି-ଋଷିଗଣ ନିଜ ନିଜ ଶକ୍ତି ପ୍ରଦାନ କରିବା ପରେ ମହାକାଳୀଙ୍କ ଜନ୍ମ ହୋଇଥିଲା। ଏହାପରେ ମା କାଳୀ କିଛି କ୍ଷଣ ମଧ୍ୟରେ ଜାଲଂଘର ଏବଂ ଅନ୍ୟ ଦୈତ୍ୟଙ୍କର ବିନାଶ କରିଥିଲେ।

11

ମାନ୍ୟତା ଅନୁଯାୟୀ ଦୈତ୍ୟଙ୍କ ସଂହାର ପରେ ମଧ୍ୟ ଯେତେବେଳେ ମା କାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିଲା ସେତେବେଳେ ସ୍ୱୟଂ ଭଗବାନ ଶିବ ପହଞ୍ଚିଥିଲେ। ଏହାପରେ ଭଗବାନ ଶଙ୍କର ଯୁଦ୍ଧ ଭୂମିରେ ଶୋଇଯାଇଥିଲେ ଏବଂ କ୍ରୋଧିତ ଅବସ୍ଥାରେ ଥିବା ବେଳେ ମାଙ୍କ ଗୋଡ ଭଗବାନ ଶଙ୍କରଙ୍କ ଉପରେ ପଡିଯାଇଥିଲା। ପରେ ଯେତେବେଳେ ଦେବୀଙ୍କୁ ଏହା ଅନୁଭବ ହୋଇଥିଲା ସେତେବେଳେ ସେ ପୁରା ଶାନ୍ତ ହୋଇଯାଇଥିଲେ। କିନ୍ତୁ ଏହି ଭୁଲ ପାଇଁ ବାରମ୍ବାର ମା ମନରେ ଅନୁଭବ କରିଥିଲେ। ଏହିକାରଣରୁ ପ୍ରାୟଶ୍ଚିତ କରିବା ପାଇଁ ବର୍ଷ ସାରା ହିମାଳୟରେ ବିଚରଣ କରିଥିଲେ। ଥରେ ସେ କାଳେଶ୍ୱରରେ ବ୍ୟାସ ନଦୀ କୂଳରେ ବସି ଭଗବାନ ଶିବଙ୍କୁ ଧ୍ୟାନ କରିବାକୁ ଲାଗିଥିଲେ। ସେହିସମୟରେ ଭୋଳାନାଥ ଦେବୀଙ୍କୁ ଦର୍ଶନ ଦେବା ସହ ସେହି ସ୍ଥାନରେ ଜ୍ୟୋତିର୍ଲିଙ୍ଗ ସ୍ଥାପନା କରିଥିଲେ। ସେହିଦିନଠାରୁ ଏହି ସ୍ଥାନକୁ କାଳୀ ଏବଂ ଶିବ ଅର୍ଥାତ କାଲିନାଥ କାଳେଶ୍ୱର ମହାଦେବ ନାମରେ ପ୍ରସିଦ୍ଧ।

22

କାଳୀନାଥ କାଳେଶ୍ୱର ମହାଦେବଙ୍କ ଇତିହାସ ପାଣ୍ଡବଙ୍କ ସହ ମଧ୍ୟ ଯୋଡି ହୋଇ ରହିଛି। ପୌରାଣିକ କଥା ଅନୁଯାୟୀ ଅଜ୍ଞାତବାସ ସମୟରେ ଯେତେବେଳେ ପାଣ୍ଡଵମାନେ ଏଠାକୁ ଆସିଥିଲେ ସେହିସମୟରେ ଭାରତର ପ୍ରସିଦ୍ଧ ତୀର୍ଥ ପ୍ରୟାଗ, ଉଜ୍ଜେନ, ନାସିକ, ହରିଦ୍ୱାର ଏବଂ ରାମେଶ୍ୱରମର ଜଳ ନିଜ ସାଥିରେ ନେଇ ଆସିଥିଲେ। ଏହି ପଞ୍ଚତୀର୍ଥ ଜଳକୁ ସେହି ସମୟରେ ପାଣ୍ଡଵମାନେ ପୂର୍ବରେ ଅବସ୍ଥିତ ପୋଖରୀରେ ପକାଇଦେଇଥିଲେ। ସେହିଦିନଠାରୁ ଏହି ସ୍ଥାନକୁ ମଧ୍ୟ ପଞ୍ଚତୀର୍ଥ କୁହାଯାଇଛି। ସାଧାରଣତଃ ପଞ୍ଚତୀର୍ଥରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ କିନ୍ତୁ ବୈଶାଖ ମାସରେ ଏଠାରେ ସ୍ନାନ କରିବା ଦ୍ୱାରା ଅସଂଖ୍ୟ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସୂଚନା ମୁତାବକ ଉତ୍ତରାଖଣ୍ଡ ସରକାର କ ପକ୍ଷରୁ ବୈଶାଖୀ ପର୍ବରେ କାଳୀନାଥ କାଳେଶ୍ୱର ମହାଦେବ ମନ୍ଦିର ନିକଟରେ ୩ ଦିନିଆ ରାଜ୍ୟ ସ୍ତରୀୟ ମେଳାର ଆୟୋଜନ କରାଯାଇଥାଏ। ଏହିସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଅନେକ ଲୋକ ଆସିଥାନ୍ତି କିନ୍ତୁ ଚଳିତ ବର୍ଷ ଲକଡାଉନ ଚାଲିଥିବାରୁ ଏଭଳି ସମାଗମ ଦେଖିବାକୁ ମିଳିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.