ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲାର ସଫଳ ଦୁଗ୍ଧ ଚାଷୀ କାଳୀ ପ୍ରସନ୍ନ, କରୋନା କଟକଣା ଆଣିଦେଇଛି ତାଙ୍କ ପାଇଁ ଦୁଃଖ

କନ୍ଧମାଳ: ଆମ ସମାଜରେ ଗୋମାତାଙ୍କ ସ୍ଥାନ ଅତି ସ୍ବତନ୍ତ୍ର । ବିଶ୍ବାସ ରହିଛି କି ଗୋମାତାଙ୍କ ଶରୀରରେ ୩୬ କୋଟି ଦେବାଦେବୀ ବାସ କରନ୍ତି । ଗୋମାତା ବା ଗାଈ କ୍ଷୀର ମଧ୍ଯ ଖୁବ୍ ପବିତ୍ର । ପ୍ରତ୍ଯକ ପୂଜାପର୍ବରେ ପଞ୍ଚା ଅମ୍ରୁତରେ ଗାଈ କ୍ଷୀର ନିହାତୀ ଦରକାର ପଡିଥାଏ । ଖାଲି ପୂଜା ପାଠ ନୁହେଁ ଏହି ଗାଈ କ୍ଷୀର ପ୍ରାୟ ନିତିଦିନିଆ ଜୀବନରେ ଆମ ସମସ୍ତଙ୍କର ଆବଶ୍ୟକ ପଡିଥାଏ।

ତେବେ ଏମିତି ଜଣେ ମଣିଷ ଯିଏ ଅଦମ୍ୟ ସାହସ ଓ ଦୃଢ଼ଇଛା ଶକ୍ତି ବଳରେ ଜଣେ ସଫଳଦୁଗ୍ଧ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଉଛନ୍ତି ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ କନ୍ଧମାଳ ଜିଲ୍ଲାର କାଳୀ ପ୍ରସନ୍ନ ବେହେରା । ୧୯୯୨ ମସିହା ଜୁନ ମାସ ୬ ତାରିଖ ରେ କାଳୀ ପ୍ରସନ୍ନ ୨ଟି ଗାଈ କୁ ନେଇ ଆରମ୍ଭ କରିଥିଲେ ନିଜର ଗୋପାଳନ । ତା ନାଁ ଦେଇଥିଲେ ଧବଳଶ୍ରୀ ଗୋ ଆଶ୍ରମ । ଶ୍ରୀ ବେହେରା ଆଜକୁ ପ୍ରାୟ ୨୮ ବର୍ଷ ହେଲାଣି ଏହି ଗୋପାଳନ କରିଆସୁଛନ୍ତି । ବର୍ତ୍ତମାନ ଗାଈ ବାଛୁରୀ ମିଶେଇ ୬୦ଟି ଅଛନ୍ତି । ଏଥିରୁ ସେ ଦିନକୁ ପ୍ରାୟ ୨୫୦ଲିଟର କ୍ଷୀର ଆଦାୟ କରନ୍ତି । ତା ସହ ଜିଲ୍ଲାରେ ଥିବା ବ୍ଲକ ସ୍ତରରେ ଯେଉଁ ଦୁଗ୍ଧ ଚାଷୀ ଅଛନ୍ତି ସେମାନଙ୍କ ପାଖରୁ ମଧ୍ୟ ସେ କ୍ଷୀର ଆଣନ୍ତି। ଏହିପରି ଭାବେ ସେ ଦିନକୁ ୧୦୦୦ ଲିଟର କ୍ଷୀର ବ୍ୟବସାୟ କରିବାରେ ସକ୍ଷମ ହୋଇପାରିଛନ୍ତି।

cowକାଳୀ ପ୍ରସନ୍ନଙ୍କ ଏହି ଗୋପାଳନ ଫଳରେ ନିଜ ପରିବାରର ୫ ଭାଇଙ୍କ ସମେତ ଏଥିରେ କାମ କରୁଥିବା ସେଲ୍ସ ମ୍ଯାନ୍,ଗୁହାଳ କାମ କରୁଥିବା ସମସ୍ତ ଲୋକଙ୍କୁ ରୋଜଗାରର ବାଟ ଦେଖାଇଛି । କହିବାକୁ ଗଲେ ଏହି ଗୋପାଳନରୁ ୮ ଟି ପରିବାର ନିଜ ଗୁଜୁରାଣ ମେଣ୍ଟେଉଛନ୍ତି । ଶ୍ରୀ ବେହେରା ଖାଲି କନ୍ଧମାଳ ଜିଲ୍ଲା ନୁହେଁ ଓଡିଶା ତଥା ଓଡିଶା ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ପ୍ରସଂଶାର ପାତ୍ର ମଧ୍ୟ ପାଲଟିଛନ୍ତି ।

୨୦୦୯ ମସିହାରେ କାଳୀ ପ୍ରସନ୍ନଙ୍କୁ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ତରଫରୁ ପୁରଷ୍କ୍ରୁତ କରାଯାଇଥିଲା । ତା ସହ ୧୦ ହଜାର ଟଙ୍କାର ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରୁ ସେ ପୁରଷ୍କ୍ରୁତ ହୋଇଥିଲେ ଓ ୧୫ ହଜାର ଟଙ୍କା ର ଅର୍ଥ ରାଶି ମଧ୍ଯ ପାଇଥିଲେ । ଠିକ ସେହି ବର୍ଷ ୨୦୧୩ ମସିହା ରେ ଗୁଜରାଟ ରୁ ଡକାର ଆସିଥିଲା କାଳୀ ପ୍ରସନ ଙ୍କୁ । ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କାଳୀ ପ୍ରସନ୍ନ ଙ୍କୁ ସମ୍ନାନିତ କରିବା ସହ ୫୧ ହଜାର ଟଙ୍କାର ଅର୍ଥ ରାଶି ମଧ୍ୟ୍ୟ ପ୍ରଦାନ କରିଥିଲେ ।

sammanତେବେ ବର୍ତ୍ତମାନ କିନ୍ତୁ କରୋନା ସମସ୍ତଙ୍କୁ କରିଦେଇଛି ଅସହାୟ। ଏଥିରୁ ବାଦ୍ ପଡିନାହାନ୍ତି ପ୍ରସନ୍ନ । ଦୁଃଖ ଓ ବିଡ଼ମ୍ବନା ର ବିଷୟ ଯେ କାଳୀ ପ୍ରସନ୍ନଙ୍କୁ ଆଜି ଯାଏ କୌଣସି ପ୍ରକାରର ଗାଈ ମାନଙ୍କର ଇନ୍ସୁରାସ ହେଉ କି ଋଣ ର ରିହାତି ହେଉ କିଛି ବି ସାହାର୍ଯ୍ୟ ମିଳୁ ନାହିଁ । ଆଗଠାରୁ ବେପାର ମଧ୍ଯ ଏବେ ଖୁବ୍ କମିଯାଇଛି । ଲକ୍ ଡାଉନ୍ ସଟ୍ ଡାଉନ୍ ଫଳରେ ଗୋଖାଦ୍ଯ ମଧ୍ଯ ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଯାହା ଏବେ ତାଙ୍କୁ ଚିନ୍ତାରେ ପକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.