କାଳୀ ପୂଜା ଅବସରରେ କୋଲକତା ଶକ୍ତିପୀଠ କାଳୀଘାଟକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ପାଖେଇ ଆସୁଛି କାଳୀ ପୂଜା । ଏହି ଅବସରରେ କୋଲକାତାର ଶକ୍ତିପୀଠ କାଳୀଘାଟ କୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। କୋଲକାତାରେ ଅବସ୍ଥିତ ମାତା କାଳୀଙ୍କ ପ୍ରସିଦ୍ଧ ଦେବୀ ପୀଠ କାଳିଘାଟ ମନ୍ଦିର। ହୁଏତ ମନ୍ଦିରର ନାମ ଆପଣ ଅନେକ ବାର ଶୁଣିଥିବେ। ପୌରାଣିକ ମାନ୍ୟତା ଅନୁଯାୟୀ ଦେବୀ ସତୀଙ୍କ ଶରୀର ୫୧ ଖଣ୍ଡରେ ଭାଗ ହେଲା ପରେ ମାତାଙ୍କ ଡାହାଣ ପାଦର ଆଙ୍ଗୁଠି ଏହି ସ୍ଥାନରେ ପଡିଥିଲା। ଯେଉଁସ୍ଥାନରେ ଏହି ଆଙ୍ଗୁଠି ପଡିଥିଲା ସେହି ସ୍ଥାନର ନାମ କାଳୀ କୁଣ୍ଡ ରଖାଗଲା। ମାନ୍ୟତା ରହିଥିଲା ଯେ ପ୍ରଥମେ ଭକ୍ତ ଏହି କୁଣ୍ଡରେ ସ୍ନାନ କରି ପରେ ଦେବୀ ମାଆଙ୍କ ଦର୍ଶନ କରିଥାନ୍ତି। କିନ୍ତୁ ପରେ ଏହି କୁଣ୍ଡ ବିଲୁପ୍ତ ପ୍ରାୟ ହୋଇଯାଇଥିଲା।

କାଳିଘାଟ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏହି ସ୍ଥାନକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବାହାର ଦେଶରୁ ମଧ୍ୟ ଦେବୀ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଆସିଥାନ୍ତି। ଏହି ଭବ୍ୟ ମନ୍ଦିରର ନିର୍ମାଣ ୧୮୦୯ ମସିହାରେ ହୋଇଥିଲ। । ପୁରାଣ ଅନୁଯାୟୀ, ଆତ୍ମାରାମ ବ୍ରହ୍ମଚାରି ନାମକ କାଳୀ ସାଧକ ଏହି ପୀଠ ପ୍ରତିଷ୍ଠା କରିଥିବା ବିଷୟ କୁହାଯାଏ।ସାଧକ ଆତ୍ମାରାମ ଓଡ଼ିଆ ଥିଲେ ବୋଲି ମଧ୍ୟ ଅନେକ ଦାବି କରନ୍ତି।ତେବେ ଏହାର କୌଣସି ତଥ୍ୟ ନାହିଁ। ସେବେଠାରୁ ମାଆଙ୍କ ଭବ୍ୟ ପ୍ରତିମା ଏଠାରେ ପୂଜା ପାଉଛନ୍ତି।

ମାଆଙ୍କ ବିଗ୍ରହ ମଧ୍ୟରେ ତାଙ୍କ ଡାହାଣ ପାଦର ଆଙ୍ଗୁଠି ପାଷାଣ ରୂପରେ ସ୍ଥାନିତ ରହିଛି।ଯାହାକୁ ଭକ୍ତ ମାନେ ସ୍ପର୍ଶ କରି ବିଶେଷ ମାର୍ମିକ ଅନୁଭୂତି ଲାଭ କରିଥାନ୍ତି। ଏହି ପୀଠ ବାରାଣାସୀ ଭଳି ପବିତ୍ର। କାଳୀ ମନ୍ଦିର ପାର୍ଶ୍ଵରେ ମାତଙ୍ଗି,ବିଦ୍ୟା,କମଳା, ମାହେଶ୍ୱରୀ, ଓ ଚଣ୍ଡୀ ପ୍ରଭୁତି ରହିଛନ୍ତି। ତିନି ପାର୍ଶ୍ଵରେ ଅଛନ୍ତି ବ୍ରହ୍ମା,ବିଷ୍ଣୁ, ଶିବ ।ମଧ୍ୟ ଭାଗରେ ଅବସ୍ଥିତ ରହିଛନ୍ତି ମାଆ କାଳୀ। ସାମ୍ୟ ଶାନ୍ତି ଓ ଅନୁପ୍ରେରଣାର ସ୍ଥଳୀ କାଳୀ ଘାଟ। ମାଆ ଙ୍କୁ ଦର୍ଶନ କଲେ ବାଧା ବିଘ୍ନ ଦୁଃଖ କଷ୍ଟ ଦୂର ହୁଏ ବୋଲି ପ୍ରତେକଙ୍କ ଦୃଢ଼ ଧାରଣା ରହିଛି। ମାଆଙ୍କ ପ୍ରତିମା କଳାପଥରେ ତିଆରି ହୋଇଥିବା ବେଳେ ମାଆଙ୍କ ମୂର୍ତି ରେ ସୁନା ହାତ ସୁନା ଜିହ୍ଵା ,ଖଡ୍ଗ ଓ ମୁକୁଟ ଶୋଭା ପାଉଛି।କେବଳ ଜିହ୍ଵାର ଓଜନ ଦୁଇ କିଲୋ ଦୁଇ ଶହ ଏକାବନ ଗ୍ରାମ। ମା ସଦା ସର୍ବଦା ଜାଗ୍ରତ ।ତେଣୁ କୌଣସି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ।

କାଳୀ ଘାଟ ମନ୍ଦିରରେ ମାଆ ଙ୍କ ପ୍ରିୟ ପ୍ରସାଦ ପେଡା ଓ କ୍ଷୀରୀ ହୋଇଥିବା ବେଳେ ମନ୍ଦାର ମାଳାରେ ସେ ସଦା ସର୍ବଦା ଭୂଷିତା ହୋଇଥାନ୍ତି। ମାଆ କାଳୀ ନିରାମିଶାସୀ କିନ୍ତୁ ଚାମୁଣ୍ଡା ଙ୍କ ପାଇଁ ପ୍ରତିଦିନ ଶହ ଶହ ଛାଗ ବଳି ଦିଆଯାଇଥାଏ ବୋଲି କୁହାଯାଏ ।

କାଳୀ ମନ୍ଦିର ରେ ହଜାର ହଜାର ଓଡ଼ିଆ ପୂଜକ ଥିଲେ କିନ୍ତୁ ପାରିପାର୍ଶିକ କାରଣ ରୁ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।ବହୁ ଓଡ଼ିଆ ପୂଜକ ପଣ୍ଡା ବୃତ୍ତି ଛାଡି ଦେଇଥିବା ବେଳେ କେତେକ ଆସନ୍ତି ପଶ୍ଵସ୍ଥି ରେ ଦିନ କରୁଛନ୍ତି।ବଂଶ ପରମ୍ପରା ଅନୁସାରେ ଭଦ୍ରକ ଯାଜପୁର ଓ ବାଲେଶ୍ଵର ର କେତେକ ପୂଜକ ନିଜ ବୃତ୍ତି କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Leave A Reply

Your email address will not be published.