ଅବତାର ନ’ନେଇ ମଧ୍ୟ କାହିଁକି ପ୍ରତି ବର୍ଷ ପାଳନ କରାଯାଉଛି ଏହି ଭଗବାନଙ୍କର ଜୟନ୍ତି

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କିଛି ନା କିଛି ବ୍ରତ ଉତ୍ସବ ପାଳନ କରାଯାଇଥାଏ । ଏହି ବ୍ରତ ଉତ୍ସବ ବ୍ୟତିତ ଭଗବାନଙ୍କର ଅବତାର ଦିନ ଖାସ୍ ପୂଜାବିଧି ରହିଥାଏ । ଯାହାକୁ ଭାରତରେ ବଡ ଉତ୍ସହ ଏବଂ ଆଗ୍ରହ ସହିତ ପାଳନ କରାଯାଏ । ହିନ୍ଦୁ ଶାସ୍ତ୍ର ଅନୁଯାଇ ଭଗବାନ ନାରାୟଣଙ୍କର ସତ୍ୟ, ଦ୍ବାପର , ଏବଂ ତ୍ରତେୟା ଯୁଗରେ ଅବତାର ନେଇସାରିଛନ୍ତି । ପୁରାଣ ଅନୁଯାଇ ଯେବେ କଳିଯୁଗ ଅଧର୍ମର ଶେଷରେ ପହଂଚିବ ସେବେ ଭଗବାନ ତାଙ୍କ ୧୦ମ ଅବତାର କଲକୀ ରୂପରେ ଏହି ଧରା ପୃଷ୍ଠରେ ଜନ୍ମ ନେବେ । ପୁରାଣରେ କୁହାଯାଇଛି ଭଗବାନ କଳକୀ ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜନ୍ମ ନେବେ ଏବଂ କଳୀଯୁଗର ଅନ୍ତ କରି ଏକ ନୂଆ ରଚନା କରିବେ । ଏହି ଆଧାରରେ ସବୁ ବର୍ଷ ଶ୍ରାବଣ ମାସର ଶୁକ୍ଳପକ୍ଷକୁ କଳକୀ ଜୟନ୍ତି ରୂପରେ ପାଳନ କରାଯାଏ ଏହି ବର୍ଷ ୨୦୧୮ରେ ମଧ୍ୟ ପାଳନ କରାଯିବ ।

ଶାସ୍ତ୍ର ଅନୁସାରେ, କଳିଯୁଗର ଶେଷରେ ଭଗବାନ ନାରାୟଣ ନିଜର ୧୦ମ ଅବତାରରେ ଭଗବାନ କଳକୀ ରୂପ ଧାରଣ କରିବେ । ତାଙ୍କର ଏହି ଅବତାର କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆଗମନରେ ହେବ ଯାହା ୬୪ କଳା ଯୁକ୍ତ ରହିବ । ପୁରାଣ ଅନୁସାରେ ଭଗବାନ କଳକୀ ଉତ୍ତର ପ୍ରଦେଶର ମୁରାଦାବାଦ୍ ଜିଲ୍ଲାର ସଂଭଲ ନାମକ ଏକ ସ୍ଥାନରେ ବିଷ୍ଣୁୟସ ନାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିବେ । ଭଗବାନ କଳକୀ ଧଳା ଘୋଡାରେ ଚଢି ପାପିଙ୍କର ବିନାଶ କରି ପୁଣିଥରେ ଧର୍ମକୁ ରକ୍ଷା କରିବେ ।

kalki

ଏହି ଘଟଣାଟିର ଚର୍ଚ୍ଚା ଶ୍ରୀମଦଭଗବତ ମହାପୁରାଣର ଦ୍ବାଦଶ ସ୍କନ୍ଦର ୨୪ତମ ଶ୍ଲୋକରେ କୁହାଯାଇଛି ଯାହା ଅନୁସାରେ ଗ୍ରହ, ଚନ୍ଦ୍ରମା ଏବଂ ସୂର୍ୟ୍ୟ ଯେଉଁ ଦିନ ଏକ ସାଥିରେ ପୁଷ୍ୟ-ନକ୍ଷେତ୍ରରେ ପ୍ରବେଶ କରିବେ ସେବେ ଭଗବାନ କଳକୀଙ୍କର ଜନ୍ମ ହେବ ।

ପୌରାଣିକ ପ୍ରଥାର ମାନ୍ୟତା ଅନୁସାରେ, ଭଗବାନ କଳକୀଙ୍କର ଅବତାର କଳିଯୁଗର ଶେଷ ସମୟରେ ହେବ । ଭଗବାନ ଅବତାର ନେବା ମାତ୍ରେ ସତ୍ୟ ଯୁଗ ଆରମ୍ଭ ହେବ । ଭଗବାନ କୃଷ୍ଣଙ୍କର ପ୍ରସ୍ଥାନ ପରେ କଳିଯୁଗ ଆରମ୍ଭ ହୋଇଥିଲା । ନନ୍ଦ ବଶଂରୁ ହିଁ କଳିଯୁଗର ଆରମ୍ଭ । କଳିଯୁଗର ସମୟ ୪,୩୨,୦୦୦ ବର୍ଷ ବୋଲି କୁହାଯାଇଛି । ବର୍ତ୍ତମାନ କଳିଯୁଗକୁ ୫,୧୧୯ବର୍ଷ ପୂରା ହୋଇସାରିଲାଣି ।