ସନ୍ତାନପ୍ରାପ୍ତି ପାଇଁ ଉତ୍ତରାଖଣ୍ଡର ଏହି ମନ୍ଦିରରେ ମହିଳା କରନ୍ତି କଠିନ ତପ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ସନ୍ତାନପ୍ରାପ୍ତି ସବୁ ମହିଳାଙ୍କର କାମ୍ୟ । ଏଥିପାଇଁ ମହିଳାମାନେ ବହୁ ଓଷା, ଉପବାସ ଓ ବ୍ରତ କରିଥାନ୍ତି । ଭାରତରେ ଏମିତି ମନ୍ଦିର ରହିଛି ଯେଉଁଠି ବ୍ରତ କଲେ ସନ୍ତାନପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ ରହିଥିବା ଧାର୍ମିକ ତତ୍ତ୍ୱ ଓ ବିଶ୍ୱାସ ।

ମନ୍ଦିରମାଳିନୀ ଦେଶ ହେଉଛି ଭାରତ । ଏଠାରେ ଥିବା ମନ୍ଦିର କେବଳ ସନାତନ ଧର୍ମର ଦେବୀ ଦେବତାଙ୍କ ଆରାଧ୍ୟସ୍ଥଳୀ ନୁହେଁ । ଏଥି ସହିତ ଯୋଡ଼ି ହୋଇ ରହିଛି ବହୁ କିମ୍ବଦନ୍ତୀ ଓ ଧର୍ମୀୟ ଚେତନା । ଏମିତି ଏକ ମନ୍ଦିର ହେଉଛି ଉତ୍ତରାଖଣ୍ଡ ଶ୍ରୀନଗର ଠାରେ ଥିବା କମଳେଶ୍ୱର ମନ୍ଦିର । ଏଠାରେ ଭଗବାନ ଶିବଙ୍କୁ ସବୁଦିନ ତ ପୂଜାର୍ଚ୍ଚନା ହୁଏ । ହେଲେ କାର୍ତ୍ତିକ ମାସରେ ପୂଜାର୍ଚ୍ଚନା ପାଇଁ ଏହି ମନ୍ଦିର ବେଶ ପ୍ରସିଦ୍ଧ । ମାନ୍ୟତା ରହିଛି କି ଏଠାରେ ପୂଜା କରୁଥିବା ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତିର ଆଶିର୍ବାଦ ପାଇଥାନ୍ତି ।

kamaleswar temple.JPG-1

ଏହି ମନ୍ଦିର ସହ ଜଡ଼ିତ କିଛି ପୈାରାଣିକ କଥା :

ପ୍ରଚଳିତ ମାନ୍ୟତା ଅନୁସାରେ, ପ୍ରାଚୀନ କାଳରେ ଏହି ମନ୍ଦିରରେ ଭଗବାନ ବିଷ୍ଣୁ ଶିବ ଶଙ୍କରଙ୍କୁ ଆରଧାନା କରିଥିଲେ । ଏହି ପୂଜାର ସାକ୍ଷୀ କିଛି ନିଃସନ୍ତାନ ଦମ୍ପତି ଥିଲେ । ସେମାନେ ଭଗବାନ ଶିବଙ୍କୁ ସନ୍ତାନପ୍ରାପ୍ତିର ଇଚ୍ଛା ମାଗିଥିଲେ । ଭଗବାନ ଶିବ ପୂଜାରେ ପ୍ରସନ୍ନ ହୋଇ ସବୁ ନିଃସନ୍ତାନ ଦମ୍ପତିଙ୍କୁ ବରଦାନ କଲେ କି ଯିଏ ଏଠାରେ ଆସି ଶ୍ରଦ୍ଧାପୂର୍ବକ ପୂଜା କରିବ ତାଙ୍କର ସନ୍ତାନ ପ୍ରାପ୍ତି ନିଶ୍ଚୟ ହେବ । ସେହି ଦିନ ଠାରୁ ଏଠାକୁ ନିଃସନ୍ତାନ ଦମ୍ପତି ଆସି ବିଶେଷ ପୂଜା କରିଥାନ୍ତି । ବିଶେଷକରି କାର୍ତ୍ତିକ ମାସରେ ପଡ଼ୁଥିବା ବୈକୁଣ୍ଠ ଚତୁର୍ଦ୍ଦଶୀ ରାତିରେ ଏଠାରେ ଅଧିକ ଭିଡ଼ ଦେଖାଯାଇଥାଏ ।

kamaleswar temple -2

ଠିଆ ହୋଇ କରାଯାଇଥାଏ ପୂଜା :

ମାନ୍ୟତା ରହିଛି ବୈକୁଣ୍ଠ ଚତୁର୍ଦ୍ଦଶୀ ରାତିରେ ଏଠାରେ ମହିଳାମାନେ ହାତରେ ଦୀପ ଧରି ଠିଆ ହୋଇ ପୂଜା କରିଥାନ୍ତି । ଚତୁର୍ଦ୍ଦଶୀ ରାତି ସାରା ଉପବାସ ପୂର୍ବକ ହାତରେ ଦୀପ ଧରି ଶିବ ଲିଙ୍ଗ ଆଗରେ ଠିଆ ହୋଇ ପୂଜା କରିବାର ବିଧି ରହିଛି । ଏହି ବ୍ରତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ । ବିଶ୍ୱାସ ରହିଛି ଏଠାରେ ପୂଜା କରୁଥିବା ମହିଳା ଖାଲି ହାତରେ ଫେରି ନଥାନ୍ତି ।

kamaleswar-3

ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏଠାରେ ଲାଗିଥାଏ ମେଳା :

କୁହାଯାଏ ପ୍ରତି ବର୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏଠାରେ ମେଳା ଲାଗେ । ଦୁଇ ଦିନ ଧରି ଲାଗୁଥିବା ଏହି ମେଳାରେ ବିଶେଷ କରି ମହିଳାମାନେ ପହଞ୍ଚିଥାନ୍ତି । ଯେଉଁମାନଙ୍କର ବହୁ ଚେଷ୍ଟା ପରେ ବି ସନ୍ତାନ ହୋଇ ନଥାଏ । ସନ୍ତାନ ପ୍ରାପ୍ତି ମାନସିକ କରି ସାରା ରାତି ହାତରେ ଦୀପ ଧରି ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥାନ୍ତି । ଏଠାରେ ଯୋଗ ଦେବାକୁ ହେଲେ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.