ଦୁଇ ଦେଶର ନେତାଙ୍କ ସ୍ମୃତିକୁ ଭୁଲାଇ ଦେଇ ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି: ବାବା ସନ୍ତୋଷ ଭଦୋରିଆ

କାନପୁରର କରୋଲି ବାବା ସନ୍ତୋଷ ସିଂ ଭଦୋରିଆ ନିଜ ମନ୍ତବ୍ଯ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଏମିତି କଥା କହୁଛନ୍ତି, ଯେଉଁଥିପାଇଁ ଏକ ନୂଆ ବିବାଦ ସୃଷ୍ଟି ହେଉଛି । ତେବେ ବର୍ତ୍ତମାନ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସେ ଏକ ବଡ ଟିପ୍ପଣି ଦେଇଛନ୍ତି। କରୋଲି ବାବା ଦାବି କରିଛନ୍ତି ଯେ ସେ ଉଭୟ ଦେଶର ନେତାଙ୍କ ସ୍ମୃତିକୁ ଭୁଲାଇ ଦେଇ ଯୁଦ୍ଧ ବନ୍ଦ କରିଦେଇପାରିବେ।

କାନପୁର: କାନପୁରର କରୋଲି ବାବା ସନ୍ତୋଷ ସିଂ ଭଦୋରିଆ ନିଜ ମନ୍ତବ୍ଯ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଏମିତି କଥା କହୁଛନ୍ତି, ଯେଉଁଥିପାଇଁ ଏକ ନୂଆ ବିବାଦ ସୃଷ୍ଟି ହେଉଛି । ତେବେ ବର୍ତ୍ତମାନ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସେ ଏକ ବଡ ଟିପ୍ପଣି ଦେଇଛନ୍ତି। କରୋଲି ବାବା ଦାବି କରିଛନ୍ତି ଯେ ସେ ଉଭୟ ଦେଶର ନେତାଙ୍କ ସ୍ମୃତିକୁ ଭୁଲାଇ ଦେଇ ଯୁଦ୍ଧ ବନ୍ଦ କରିଦେଇପାରିବେ।

ଅତୀତରେ ସେତେବେଳେ ସନ୍ତୋଷ ସିଂ ଭଦୋରିଆ ଓରଫ କରୋଲି ବାବା ଲାଇମଲାଇଟରେ ଆସିଥିଲେ ଯେତେବେଳେ ଜଣେ ବ୍ୟକ୍ତି ବାବାଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୨୩, ୫୦୪ ଏବଂ ୩୨୫ ଅନୁଯାୟୀ ପୋଲିସ୍ ଏକ ମାମଲା ରୁଜୁ କରିଥିଲା। ଗତକାଲି ବୁଧବାର ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରେ ପୋଲିସ ତଦନ୍ତ ପାଇଁ ତାଙ୍କ ଆଶ୍ରମରେ ପହଞ୍ଚିଥିଲା। କିନ୍ତୁ ବାବାଙ୍କ ବୟାନ ରେକର୍ଡ କରିନଥିଲା।

ନିଜକୁ ସାଧୁ କହୁଥିବା ସନ୍ତୋଷ ସିଂ ଭଦୋରିଆ କହିଛନ୍ତି ଯେ ପୋଲିସ ଆସିଲା ଏବଂ ଗଲା। ସେ ମଧ୍ୟ ତଦନ୍ତ ସପକ୍ଷରେ ଅଛନ୍ତି। ଏହାସହ ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ସରକାରର ଶାସନ କାଳରେ ‘ରାଜନୈତିକ ପ୍ରତିଶୋଧ’ କାରଣରୁ ପୋଲିସ ତାଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ମାମଲା ରୁଜୁ କରିଥିଲା।

କରୋଲି ବାବା ଏହି ଉପାୟରେ ଯୁଦ୍ଧକୁ ବନ୍ଦ କରିବେ:

କରୋଲି ବାବା ଋଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାବା ଏକ ଗଣମରଧ୍ଯମ ସଂସ୍ଥାକୁ କହିଛନ୍ତି, “ଯଦି ମୁଁ ଚାହେଁ, ମୁଁ ଉଭୟ ଦେଶର ନେତାଙ୍କ ସ୍ମୃତିକୁ ଲିଭାଇ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିପାରିବି। ଯୁଦ୍ଧ ଚାଲିଛି। ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ବୋମା ପକାଉଛି।

ବାବାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି କି?

ତାଙ୍କ ଭକ୍ତଙ୍କୁ ମାଡ ଦିଆଯିବା ଘଟଣାରେ ସାନ୍ତୋଷ ଭଦୋରିଆ କହିଛନ୍ତି ଯେ, ଏହା ଏକ ଷଡଯନ୍ତ୍ର ଏବଂ ଡାକ୍ତର (ଭକ୍ତ)ଙ୍କୁ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ପଠାଯାଇଛି। ସେ କହିଛନ୍ତି ଯେ ସିସିଟିଭି ଭିଡିଓରେ ଡାକ୍ତର ଯିବା ପୂର୍ବରୁ ଧନ୍ୟବାଦ ଅର୍ପଣ କରୁଥିବା ଦେଖିବାକୁ ପାଇବେ। ତେବେ ଯେତେବେଳେ ତାଙ୍କ କଥାକୁ ପ୍ରମାଣ କରିବାକୁ ସିସିଟିଭି ଫୁଟେଜ୍ ଅଛି କି ବୋଲି ପଚରାଗଲା। ଭଦୁରିଆ କହିଥିଲେ ଯେ, ସିସିଟିଭି ତଥ୍ୟ କେବଳ ୧୪ ଦିନ ପାଇଁ ସଞ୍ଚୟ ହୋଇପାରିବ, ତେଣୁ ସେ ରେକର୍ଡିଂ ପ୍ରଦାନ କରିବାରେ ସମର୍ଥ ନୁହଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.